ଦୁଃଖଦ: ବୁଡ଼ି ଯାଉଥିଲେ ବାପା, ଉଦ୍ଧାର କରିବାକୁ ପୋଖରୀକୁ ଡେଇଁ ପଡ଼ିଲେ ଦୁଇ ପୁଅ, ହେଲେ…

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଟାଙ୍ଗରାଣୀ ଗାଁରେ ପୋଖରୀରେ ବୁଡି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ ଯାଇ ସାନ ପୁଅ ଗୁରୁତର ହୋଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାପା ପୋଖରୀରେ ବୁଡିଯିବା ଦେଖି ଦୁଇ ପୁଅ ତାଙ୍କୁ ପାଣିକୁ ଡେଇଁ ପଡ଼ିଥିଲେ। କିନ୍ତୁ ବାପାଙ୍କୁ ବଞ୍ଚାଇ ପାରି ନ ଥିଲେ। ଅପରପକ୍ଷେ ଏସବୁରେ ସାନପୁଅ ଲକ୍ଷ୍ମୀଧର ନାଏକ (୧୫) ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ରବିବାର ମଧ୍ୟାହ୍ନରେ ସଦର ଥାନା ଅନ୍ତର୍ଗତ ନେଲୁଙ୍ଗ ପଞ୍ଚାୟତ ଟାଙ୍ଗରାଣି ଗାଁର ବିଜୟ କୁମାର ନାଏକ(୪୨) ପୋଖରୀରେ ଗାଧାଉଥିବା ସମୟରେ ବୁଡି ଯାଇଥିଲେ। କିଛି ସମୟ ବିଳମ୍ବ ହେବାର ଦେଖି ଦୁଇ ପୁଅ ପୋଖରୀକୁ ଖୋଜିବାକୁ ଆସିଥିଲେ। ଦୁହେଁ କାଳ ବିଳମ୍ବ ନ କରି ବାପାଙ୍କୁ ବଞ୍ଚାଇବାକୁ ଯାଇ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ଅଧିକ ଖାଲ ହୋଇଥିବାରୁ ବାପାଙ୍କୁ ଉଦ୍ଧାର କରିବା ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ଏସବୁରେ ସାନପୁଅ ଲକ୍ଷ୍ମୀଧର ଗୁରୁତର ହୋଇଥିଲେ। ତାଙ୍କ ସ୍ଥାନୀୟ ଲୋକେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଅତ୍ୟନ୍ତ ଗରିବ ଥିବାରୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri