କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି ଓ ବ୍ୟବସାୟ ହରାଇଛନ୍ତି। କରୋନା ସଙ୍କଟରେ ବହୁ ସମୟରେ ଅମାନବୀୟ ଦୃଶ୍ୟ ଓ ମୃତଦେହକୁ କାନ୍ଧ ମିଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ସନ୍ଥକବିରନଗରରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ କରୋନା ଭୟରେ କେହି ସମ୍ପର୍କୀୟ ତାଙ୍କୁ କାନ୍ଧ ଦେଇ ନ ଥିବା ବେଳେ ପୁଅମାନେ ମଧ୍ୟ ପାଖକୁ ଆସି ନଥିଲେ। ଶେଷରେ ତାଙ୍କର ମୃତଦେହକୁ ଜେସିବି ସାହାଯ୍ୟରେ ପୋତାଯାଇଥିବା ଜଣାପଡ଼ିିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସନ୍ଥକବିରନଗର ଜିଲାର ବେଲହର ଥାନା ଅଞ୍ଚଳରେ ରହୁଥିବା ଲଳିତ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୋରଖପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର ତାଙ୍କ ୩ ପୁଅଙ୍କୁ କହିଥିଲେ। ଏହାପରେ ସେମାନେ ଅନ୍ୟ ହସ୍ପିଟାଲରେ ବାପାଙ୍କ ଚିକିତ୍ସା କରାଇବାକୁ କହି ଘରକୁ ନେଇଆସିଥିଲେ। କିଛି ଦିନ ପରେ ଲଳିତଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କ ସର୍ମ୍ପକୀୟ କେହି ଛୁଇଁ ନ ଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଗାଁଲୋକଙ୍କୁ ମଧ୍ୟ ପୁଅମାନେ ମନା କରିଦେଇଥିଲେ। ଶେଷରେ ଗାଁ ବାହାରେ ଏକ ଜମିରେ ଜେସିବି ସାହାୟତାରେ ଗାତ ଖୋଳାଯାଇ ସେଠାରେ ତାଙ୍କ ମୃତଦେହକୁ ପୋତାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ।...

ପାଞ୍ଚ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କାହିଁକି ପ୍ରବାସୀ ଭାରତୀୟମାନେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ,୨ ।୩: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମାର୍ଚ୍ଚ ଓ ଏପ୍ରିଲରେ ୫ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ...

ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ପ୍ରେମିକ ନେଲେ ଏମିତି ନିଷ୍ପତ୍ତି

ଲକ୍ଷ୍ନୌ,୯।୧: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଆପତ୍ତିଜନକ...

‘ଯେତେବେଳେ କଂଗ୍ରେସ ବିଧାୟକ ଛାଡି ଯାଇଥିଲେ ସେତେବେଳେ ବି ମୁଁ…’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ...

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ...

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌...

ଆମେରିକାରେ ଭେଣ୍ଟିଲେଟର ଅଭାବ, ସ୍ବିଜରଲାଣ୍ଡରେ ଲକ୍‌ଡାଉନ୍‌ ସ୍ଥିତି…

ଓ୍ବାଶିଂଟନ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ...

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା...

Advertisement
Archives

Model This Week