ଗାଁରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଥିଲେ ବାପ-ପୁଅ, ବାନ୍ଧିଲା ପୋଲିସ

ଗୋପାଳପୁର,୧୫ା୧୧(ନବୀନରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଗ୍ରାମରେ ଦେଶୀ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିବା ମାମଲାରେ ସ୍ଥାନୀୟ ପୋଲିସ ବାପ-ପୁଅ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି ସେମାନଙ୍କୁ ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ଆମ୍ବପୁରର ବାପା ଜେ. ଦଣ୍ଡପାଣି ଓ ପୁଅ ଜେ. ରାମହରି ବୋଲି ଜଣାପଡ଼ିଛି l

ସୂଚନାନୁଯାୟୀ, ଦଣ୍ଡପାଣି ଓ ରାମହରି ଆମ୍ବପୁର ଇନ୍ଦିରା ଆବାସ କଲୋନୀରେ କେଉଁ ଆଡୁ ଆସି ସରକାରୀ ଜାଗାରେ ଘର ତିଆରି କରି ୧୦ ବର୍ଷ ହେଲା ରହି ଆସୁଥିବା ବେଳେ ଘୁଷୁରି ପାଳନ କରି ରହୁଥିଲେ। ଗାଁରେ ଘୁଷୁରି ଛାଡ଼ି ଦେଉଥିଲେ l ଫଳରେ ଗାଁରେ ଆବର୍ଜନା ସୃଷ୍ଟି ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିଲା। ଗ୍ରାମବାସୀ ଏଥିରେ ଅତିଷ୍ଠ ହୋଇ ସେମାନଙ୍କୁ ତାଗିଦ କରିବା ସହ ନଚେତ ଗାଁ ଛାଡ଼ି ଚାଲିଯିବା ପାଇଁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଦଣ୍ଡପାଣି ଓ ରାମହରି କିଛି ଅସାମାଜିକ ଯୁବକଙ୍କୁ ସାଙ୍ଗରେ ଧରି ଆସି ଏକ ଦେଶୀ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା ସହ ଗାଁରେ ଆତଙ୍କ ସୃଷ୍ଟି କରିଥିଲେ। ଏ ନେଇ ଶତାଧିକ ଗ୍ରାମବାସୀ ଗୋଳନ୍ଥରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍‌ ନଂ ୫୮୦/୨୩ରେ ଏକ ମାମଲା ରୁଜୁ କରିଥିଲା। ବୁଧବାର ଦଣ୍ଡପାଣି ଓ ରାମହରି ଗ୍ରାମରେ ଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?