ଆକ୍ରମଣ କରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୧୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ସୀମାଞ୍ଚଳ ସେଠୀ ଏବଂ ତାଙ୍କ ପୁଅ ଭବାନୀ ଶଙ୍କର ସେଠୀଙ୍କୁ ଶନିବାର କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୧୫୨/୨୫) ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବ, ଗତ ୬ ତାରିଖ ଅପରାହ୍ନରେ ଗ୍ରାମର ଦୁଃଖିଶ୍ୟାମ ସେଠୀଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ମାଡ଼ ମାରି ତାଙ୍କ ବାମ ହାତ ଭାଙ୍ଗି ଦେଇଥିଲେ। ଦୁଃଖିଶ୍ୟାମଙ୍କ ସମ୍ପର୍କୀୟ ଅଜୟ କୁମାର ସେଠୀ ଏବଂ ଅକ୍ଷୟ କୁମାର ସେଠୀ ପହଞ୍ଚି ଛାଡାଇବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଦ୍ବୟ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲିଯାଇଥିଲେ।

ଏନେଇ ଦୁଃଖିଶ୍ୟାମ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପୂର୍ବରୁ ଅଭିଯୁକ୍ତ ଦ୍ବୟଙ୍କ ନାଁରେ ଥାନାରେ ମାମଲା (ନଂ.୩୩୩/୨୪) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ରାଜ୍‌ କରିବେ ଏହି ୩ ରାଜକୁମାରୀ: ଜାଣନ୍ତୁ କେମିତି

ତେହେରାନ,୧୯।୬: ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶାସନ ବିପଦରେ ପଡ଼ିଛି। ଆମେରିକା ଏବଂ ଇସ୍ରାଏଲ ଖାମେନେଇଙ୍କୁ ହଟାଇବାକୁ...

ଆଉ ୪ ଦିନ ବଢ଼ିଲା ସ୍କୁଲ ଛୁଟି, ଜାଣନ୍ତୁ କେଉଁଦିନ ଖୋଲିବ

ଧର୍ମଶାଳା,୧୯ା୬(ଶିବ ପ୍ରସାଦ ମହାନ୍ତି): ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲାପାଳ...

ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି...

ବିପର୍ଯ୍ୟୟ ପରିଚାଳନା ପାଇଁ ମକ୍‌ଡ୍ରିଲ୍‌

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ବାତ୍ୟା ଆଶ୍ରୟସ୍ଥଳୀଠାରେ ସେଲଟରସ୍ତରୀୟ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଡେପୁଟି କଲେକ୍ଟର ଅଭିଷେକ...

ବିରାଟଙ୍କ କୋଚଙ୍କଠାରୁ ଟ୍ରେନିଂ ନେଉଛନ୍ତି ତାଙ୍କ ଭଣଜା, ରାଜକୁମାର ଶର୍ମା ଭେଟିଦେବେ ଆଉ ଜଣେ ମହାନ କ୍ରିକେଟର!

ନୂଆଦିଲ୍ଲୀ,୧୯।୬: ବିରାଟ କୋହଲି ପ୍ରାୟତଃ ସୋସିଆଲ ମିଡିଆରେ ଶିରୋନାମାରେ ରହିଥାଆନ୍ତି। ପୁଣିଥରେ ଏହି ଭାରତୀୟ ବ୍ୟାଟସମ୍ୟାନ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। କିନ୍ତୁ, ଏଥର ତାଙ୍କ ଖେଳ...

ଘଟଣାର ସପ୍ତାହକ ପରେ କାର୍ଯ୍ୟାନୁଷ୍ଠାନ ଶୂନ: ନ୍ୟାୟ ଅପେକ୍ଷାରେ ପରିବାର ଲୋକେ

ଭଦ୍ରକ,୧୯ା୬(ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁଁ ସାହୁସାହି ୧୧ନମ୍ବର ଓ୍ବାର୍ଡରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି...

‘ସବୁର ନେବୁ ହିସାବ,’ କାହିଁକି ଏମିତି ଧମକ ଦେଲେ ନେତାନ୍ୟାହୁ? ଡରିଲାଣି ଇରାନ

ଜେରୁଜେଲମ,୧୯।୬: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗୁରୁବାର ସକାଳେ ଇରାନର ‘ଆତଙ୍କୀ ଏକଛତ୍ରବାଦୀ’ ବେର୍ଶେବାସ୍ଥିତ ସୋରୋକା ହସ୍ପିଟାଲ...

ଭଦ୍ରକ ଜିଲା ଗସ୍ତରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌: ଝାଡ଼ାବାନ୍ତି ବ୍ୟାପି ଥିବା ଅଞ୍ଚଳ ପରିଦର୍ଶନ

ଭଦ୍ରକ,୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଝାଡ଼ାବାନ୍ତି  ବ୍ୟାପି ଥିବା ବେଳେ ଗୁରୁବାର ସ୍ବାସ୍ଥ୍ୟ ବିଭାଗର କେନ୍ଦ୍ରୀୟ ରାଜ୍ୟ ଟିମ୍‌ ଭଦ୍ରକ ଜିଲା ଗସ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri