ମସଜିଦ୍‌ ଦାନବାକ୍ସ ଚୋରି ଘଟଣା: ଘରୁ ଡାକିନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାଲିଆପାଳ,୨୫।୪(ସ୍ବ.ପ୍ର)-ବାଲିଆପାଳ ପଞ୍ଚାୟତର କଚୁଆପଡ଼ା ମସଜିଦ ଦାନବାକ୍ସ ଚୋରି ମାମଲାରେ ଜଡ଼ିତ କରି ଜଣେ ଯୁବକଙ୍କୁ ଘରୁ ଡାକିନେଇ ତାଙ୍କ ବେକରେ ଦଉଡ଼ି ବାନ୍ଧି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଦଉଡ଼ି ଛିଣ୍ଡି ଯିବାରୁ ଯୁବକ ଜଣକ ନିଜ ଘରକୁ ଦଉଡ଼ି ପଳାଇଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନୁଯାୟୀ, ବାଲିଆପାଳ ଥାନା ଅଧୀନ କଚୁଆପଡ଼ା ମୁସଲମାନ ବସ୍ତିରେ ଥିବା ମସଜିଦ୍‌ ଦାନ ବାକ୍ସରୁ ଟଙ୍କା ଚୋରି ହୋଇଥିଲା। ଏହି ଅଭିଯୋଗରେ ଗତ ୨୨ ତାରିଖ ଅପରାହ୍ନ ୨ଟା ସମୟରେ କଚୁଆପଡ଼ା ଗ୍ରାମର ମସଜିଦ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି ଗ୍ରାମର ସେକ୍‌ ସଇକତଙ୍କ ପୁଅ ସେକ ରାଜତୁଲ୍ଲା (୨୮)ଙ୍କୁ ଘରୁ ଡାକିନେଇ ନିସ୍ତୁକ ମାଡ଼ ମାରି ବେକରେ ଦଉଡ଼ି ବାନ୍ଧି ଫାଶୀ ଟାଙ୍ଗି ଦେଇଥିଲେ। ଭାଗ୍ୟ ବଶତଃ ଦଉଡ଼ି ଛିଡ଼ି ଯିବାରୁ ସେ ବର୍ତ୍ତି ଯାଇଥିଲେ। ଏ ସମ୍ପର୍କରେ ସେହିଦିନ ରାଜତୁଲ୍ଲାଙ୍କ ବଡ଼ ଭାଇ ସେକ ମୁସ୍ତାକ ବାଲିଆପାଳ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?