ଅନିଶ୍ଚିତତାରେ ୨୧ ଭିଏଟ୍‌ନାମ ନାବିକଙ୍କ ଭାଗ୍ୟ

ପାରାଦୀପ, ୨୫।୨(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାନାଲ କାର୍ଗୋ ଟର୍ମିନାଲ)ବର୍ଥରେ ୨୦୨୩ ନଭେମ୍ବର ୩୦ରେ ଏମ୍‌ଭି ଦେବୀ ନାମକ ଜାହାଜରୁ କଷ୍ଟମ ବିଭାଗ ୨୨ ପ୍ୟାକେଟ୍‌ କୋକେନ୍‌ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ସେବେଠାରୁ ଉକ୍ତ ଜାହାଜକୁ ବିଭାଗ ପକ୍ଷରୁ ଅଟକ ରଖାଯାଇଛି। ଏହାମଧ୍ୟରେ ଥିବା ୨୧ ଭିଏଟ୍‌ନାମ ନାବିକଙ୍କ ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।
ଏହି ଜାହାଜ ଇଣ୍ଡୋନେସିଆରୁ ପାରାଦୀପ ଆସିଥିଲା। ଇତିମଧ୍ୟରେ ୮୬ ଦିନ ଅତିକ୍ରାନ୍ତ ହେଲାଣି। କିନ୍ତୁ କୋକେନ ମିଳିବା ଘଟଣାରେ କାହାର ସମ୍ପୃକ୍ତି ଥିଲା କିମ୍ବା ଏହା କିପରି ଓ କେମିତି ଜାହାଜର କ୍ରେନ କ୍ୟାବିନ ଭିତରକୁ ଗଲା ତାହା ଅସ୍ପଷ୍ଟ ରହିଛି। ଏହା ମଧ୍ୟରେ ଜାହାଜ ନ୍ୟାୟିକ ବ୍ୟବସ୍ଥାରେ ଛନ୍ଦି ହୋଇଗଲାଣି। ଯଥା କୁଜଙ୍ଗ ପ୍ରଥମଶ୍ରେଣୀ ଜିଲା ଦୌରାଜଜଙ୍କ କୋର୍ଟରେ ଜାହାଜ ମୁକୁଳାଇବା ପାଇଁ ଆବେଦନ ହୋଇଥିଲା। କୋର୍ଟ ଏହାର ଶୁଣାଣି କରି ୧୧୦ କୋଟି ଟଙ୍କା ଜମା କଲେ ଜାହାଜ ମୁକୁଳାଇ ପାରିବେ ବୋଲି କହିଥିଲେ। ଗତ ଶୁକ୍ରବାର ଜାହାଜର ବର୍ଥିଂ ବାବଦ ପ୍ରାପ୍ୟ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଦେବା ପାଇଁ ପିଆଇସିଟି କମ୍ପାନୀ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଛି। ଏହି ଆବେଦନ ଉପରେ ହାଇକୋର୍ଟ ଜାହାଜ ଆରେଷ୍ଟ ପାଇଁ ଶୁଣାଣି କରିଛନ୍ତି। ଏସବୁ ମଧ୍ୟରେ ଜାହାଜରେ ଥିବା ୨୧ ଜଣ ଭିଏଟନାମ ନାଗରିକଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ସେମାନଙ୍କୁ ଏପର୍ଯ୍ୟନ୍ତ କଷ୍ଟମ୍ସ ବିଭାଗ ଅଭିଯୁକ୍ତଭାବେ ଦର୍ଶାଇ ନାହାନ୍ତି, କିମ୍ବା ଗିରଫ କରିନାହାନ୍ତି। ଏବେ ସମ୍ପୃକ୍ତ ଦେବୀ ଜାହାଜ ସମୁଦ୍ରର ଆଙ୍କରେଜ ଏରିଆରେ ଅଛି। ତା’ମଧ୍ୟରେ ଏହି ନାବିକମାନେ ଅଛନ୍ତି। ଗତ ଜାନୁଆରୀରେ ଜଣେ ନାବିକ ମାନସିକ ଅବସାଦ ଯୋଗୁ ପାଣିକୁ ଖସି ଆହତ ହୋଇଥିଲେ। ଏବେ ଜାହାଜ ମୁକୁଳାଇବା ଓ ପିଆଇସିଟି କ୍ଷତିପୂରଣ ପାଇଁ କୋର୍ଟରେ ଆଶ୍ରୟ ନେଇଛନ୍ତି। କିନ୍ତୁ ନାବିକଙ୍କ ପାଇଁ ଦୁଇଟି ଯାକ ଆବେଦନରେ କିଛି ଦର୍ଶାଯାଇ ନାହିଁ। ଯେଉଁ ପିଆଇସିଟି କମ୍ପାନୀ ଅର୍ଥ ପାଇଁ ଆବେଦନ କରିଛନ୍ତି ସେହି କମ୍ପାନୀ ଜାହାଜ ମାଲିକ ଏଜେଣ୍ଟ ହୋଇ ନାବିକଙ୍କ ଖାଇବା ଖର୍ଚ୍ଚ ବହନ କରୁଛନ୍ତି। ସମଗ୍ର ଘଟଣାରେ କଷ୍ଟମ୍ସ ଓ ପିଆଇସିଟି କମ୍ପାନୀ ନୀରବତା ଅବଲମ୍ବନ କରୁଛନ୍ତି। ହାଇକୋର୍ଟ ଘଟଣା ସମ୍ପର୍କରେ ପିଆଇସିଟି କମ୍ପାନୀ ମାନବସମ୍ବଳ ଅଧିକାରୀ ଶାରଦା ନାୟକଙ୍କୁ ପଚାରିଲେ କହିଥିଲେ, ଆମ କମ୍ପାନୀ କୌଣସି ଘଟଣାରେ ସମ୍ପୃକ୍ତ ନାହିଁ କି କୋର୍ଟରେ ଆଶ୍ରୟ ନେଇନାହାନ୍ତି। କୋର୍ଟ ମାମଲା ହୋଇଥିବା ବାବଦରେ ପଚାରିଲେ କହିଥିଲେ ଆଉ କିଏ କରିଥିବ ମୁଁ ଜାଣିନାହିଁ ବୋଲି ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ କଷ୍ଟମ୍ସ ବିଭାଗର ପ୍ରତିକ୍ରିୟା ମିଳିନାହିଁ। ଏପରି ସ୍ଥିତିରେ ଜାହାଜ ମୁକୁଳିବାର ସମୟ ଲମ୍ବା ହୋଇପାରେ। ସେପର୍ଯ୍ୟନ୍ତ ନାବିକଙ୍କ ସହ ଜାହାଜ ସେମିତି ପାଣିରେ ରହିବ। ଏଥିପାଇଁ ଭାରତୀୟ ଓ ଅନ୍ତର୍ଜାତୀୟ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?