ସାଂଘାତିକ ଅଭିଯୋଗ

ଗତ ସପ୍ତାହରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ସମ୍ପର୍କରେ ପାଠକେ ଅବଗତ ଥିବେ। ଭାରତୀୟ ନିବେଶକମାନେ ଆମେରିକୀୟ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହିଣ୍ଡେନ୍‌ବର୍ଗ ଏହାର ରିପୋର୍ଟରେ ଆଦାନୀ ଗ୍ରୁପ୍‌ର କାର୍ଯ୍ୟକଳାପ ସମ୍ପର୍କରେ ସବିଶେଷ ଏବଂ ସାଂଘାତିକ ତଥ୍ୟ ପ୍ରକାଶ କରିଥିଲା। ଶେୟାର ମୂଲ୍ୟ ହ୍ରାସରୁ ଆଦାନୀ ଗ୍ରୁପ୍‌ କେମିତି ଲାଭ ଉଠାଇଛି ତାହା ଉପରେ ଏହା ପ୍ରକାଶ କରିଛି। କିଛି କାରଣ ପାଇଁ ଏବେ ଭାରତୀୟ ମ୍ୟୁଚୁଆଲ ଫଣ୍ଡ୍‌ଗୁଡ଼ିକ ଅଧିକାଂଶ କ୍ଷେତ୍ରରେ ନିବେଶଠାରୁ ଦୂରେଇ ରହିଛନ୍ତି। ତଥାପି ରାଷ୍ଟ୍ରାୟତ୍ତ କମ୍ପାନୀ ଜୀବନ ବୀମା ନିଗମ(ଏଲ୍‌ଆଇସି) ଟିକସଦାତଙ୍କ ୭୫,୦୦୦ କୋଟି ଟଙ୍କାରୁ ଅଧିକ ଆଦାନୀ ଗ୍ରୁପ୍‌ରେ ନିବେଶ କରିଛି। ଏଣୁ ଆଦାନୀ ବିରୋଧରେ କି ଅଭିଯୋଗ ରହିଛି ଓ ସେଥିରେ କ’ଣ ସବୁ ସମସ୍ୟା ଅଛି ସେ ସମ୍ପର୍କରେ ଏଠାରେ ଉଲ୍ଲେଖ କରୁଛି; ଯାହା ଭାରତୀୟମାନେ ଜାଣିବା ଦରକାର। ପ୍ରଥମରେ ନିଜର ବାସ୍ତବ ସ୍ବରୂପ ଗୁପ୍ତ ରଖିଥିବା କେତେକ ବୈଦେଶିକ କମ୍ପାନୀର ଆଦାନୀ ଫାର୍ମରେ ଅଧିକାଂଶ ନନ୍‌-ପ୍ରମୋଟର ଶେୟାର ରହିଛି। ଏହା ସହ ଗତବର୍ଷ ବ୍ଲୁମ୍‌ବର୍ଗ ନ୍ୟୁଜ୍‌ ଏକ ରିପୋର୍ଟରେ ଦର୍ଶାଇଥିଲା ଯେ, ପୁଞ୍ଜି ବଜାରରେ ତାଲିକାଭୁକ୍ତ ଆଦାନୀ ଗ୍ରୁପ୍‌ର ୭ଟି କମ୍ପାନୀର ବାର୍ଷିକ ମୋଟ ଆୟ ମିଶି ୨ ବିଲିୟନ ଡଲାରରୁ କମ୍‌ ଥିବାବେଳେ ଆଦାନୀ ଗ୍ରୁପ୍‌ର ମୋଟ୍‌ ମୂଲ୍ୟ ୨୫୫ ବିଲିୟନ ଡଲାର ଥିଲା। ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ର ଶେୟାର ଗତ ତିନି ବର୍ଷରେ ୪,୫୦୦% ବୃଦ୍ଧି ପାଇଥିବା ଏହା ଦର୍ଶାଇଥିଲା। ନିକଟ ଅତୀତରେ ଆଦାନୀ ବିଶ୍ୱରେ ଯେଉଁ ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିଲେ ତାହା କେବଳ ଏହିସବୁ କମ୍ପାନୀର ମୂଲ୍ୟାୟନ ଯୋଗୁ ହୋଇଛି, ସେମାନେ କରିଥିବା ଲାଭରୁ ନୁହେଁ। ଆଦାନୀ ଏଣ୍ଟରପ୍ରାଇଜ୍‌ ସମୂହର ସମ୍ପତ୍ତିର ମୂଲ୍ୟ ୨୦୧୯ରେ ଥିଲା ୧୫,୫୦୦ କୋଟି ଟଙ୍କା। ୨୦୨୦ରେ ୧୬,୨୦୦ କୋଟି, ୨୦୨୧ରେ ୧୩,୩୫୮ କୋଟି ଏବଂ ୨୦୨୨ରେ ୨୬,୮୦୦ କୋଟି ଟଙ୍କା ଥିଲା। ୨୦୨୦ରେ ଏହାର ମୋଟ ଲାଭ ଥିଲା ୬୯୮ କୋଟି ଟଙ୍କା। ୨୦୨୧ରେ ଏହା ହ୍ରାସ ପାଇ ପହଞ୍ଚତ୍ଥିଲା ୩୬୮ କୋଟି ଟଙ୍କାରେ ଓ ପରେ ବୃଦ୍ଧି ପାଇ ୨୦୨୨ରେ ଏହା ଥିଲା ୭୨୦ କୋଟି ଟଙ୍କା। ବିଜ୍‌ନେସ ଷ୍ଟାଣ୍ଡାର୍ଡର ଏକ ସ୍ତମ୍ଭରେ ପ୍ରକାଶ ପାଇଥିଲା ଯେ, ଆର୍ଥିକ ଦୃଷ୍ଟିକୋଣରୁ ୩୦୦ ଏପରିକି ୬୦୦ ଗୁଣ ଆୟ ବୃଦ୍ଧିକୁ ନେଇ କମ୍ପାନୀଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ହେବା କେହି କେବେ କଳନା କରିପାରିବେ ନାହିଁ। ହିଣ୍ଡେନ୍‌ବର୍ଗ ସୂଚାଇଛି, ଆଦାନୀ ଗ୍ରୁପ୍‌ ଶେୟାର ହୋଲ୍ଡର ଭାବେ ବିଭିନ୍ନ ଦେଶରେ କମ୍ପାନୀ ସବୁ ପ୍ରତିଷ୍ଠା କରାଯାଇଛି। ଉଦାହରଣ ସ୍ବରୂପ, ରିପୋର୍ଟ ଏକ ବିଦେଶୀ ଫଣ୍ଡ୍‌ ‘ଏଲାରା’ ସମ୍ପର୍କରେ ସୂଚିତ କରିଛି। ସବୁଠୁ ବଡ଼ ଶେୟାର ହୋଲ୍ଡର ଭାବେ ଆଦାନୀ ଶେୟାରରେ ଏହାର ପାଖାପାଖି ୩ ବିଲିୟନ ଡଲାର ଶେୟାର ରହିଛି। ଫଣ୍ଡ୍‌ କିମ୍ବା ଆଦାନୀ ଫାର୍ମଗୁଡ଼ିକ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା କୌଣସି ଯାଞ୍ଚ କରାଯାଇ ନ ଥିଲା ବୋଲି ପାର୍ଲାମେଣ୍ଟକୁ କୁହାଯାଇଛି। ୨୦୨୧ରେ ସରକାର କହିଥିଲେ, ସେବି ଆଦାନୀର କେତେକ ଅଭିଯୋଗ ଉପରେ ନିରୀକ୍ଷଣ କରୁଛି ଏବଂ ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଆଦାନୀ ଗ୍ରୁପ୍‌ର କେତେକ ନିର୍ଦ୍ଦିଷ୍ଟ ସଂସ୍ଥା ଉପରେ ତଦନ୍ତ କରୁଛି। ହେଲେ ଏଯାବତ ସେ ସମ୍ପର୍କରେ କିଛି ପ୍ରକାଶ କରାଯାଇ ନାହିଁ। ଏପରିକି ବ୍ଲୁମବର୍ଗ ନ୍ୟୁଜ ଯେତେବେଳେ ପ୍ରକାଶ ପାଇଲା ସେତେବେଳେ ଫଣ୍ଡ୍‌ଗୁଡ଼ିକ ପାଇଁ ଉତ୍ତରଦାୟୀ ମର୍କୁସ ବିଟ୍‌ ଡାଙ୍ଗେଲ, ଆନ୍ନା ଲୁଜିଆ ଭନ୍‌ ସେଙ୍ଗର ବର୍ଗର ଏବଂ ଆଲାଷ୍ଟେୟାର ଗୁଗେନବୁକି ଏଭିନ ଏବଂ ୟୋନ୍‌କା ଏଭିନ ଗୁଗେନବୁକିଙ୍କ ନାମ ପାର୍ଲାମେଣ୍ଟରେ ପ୍ରକାଶ କରାଯାଇଥିଲେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗର ସବିଶେଷ ତଥ୍ୟ ଏହା ପାଇପାରି ନ ଥିଲା ଏବଂ ଏ ସମ୍ପର୍କରେ ସରକାରଙ୍କର କୌଣସି ପ୍ରତିକ୍ରିୟା ନ ଥିଲା।
ହିଣ୍ଡେନ୍‌ବର୍ଗ ଆଉ କିଛି ବିଷୟ ଜାଣିବାକୁ ପାଇଛି , ଯାହା ଅତ୍ୟନ୍ତ ଚିନ୍ତାଜନକ। ଉଦାହରଣ ସ୍ବରୂପ, ନିକଟରେ ସର୍ବସାଧାରଣ ଟ୍ରେଡିଂ ପାଇଁ ଶେୟାର ବଜାରରେ ସୂଚୀଭୁକ୍ତ ଆଦାନୀ ଏଣ୍ଟରପ୍ରାଇଜେସ୍‌ ପୁଣି ବିକ୍ରି ପାଇଁ ୨୦,୦୦୦ କୋଟି ଟଙ୍କାର ଶେୟାର ସ୍ଥିର କରିଛି। ହିଣ୍ଡେନ୍‌ବର୍ଗ କହିଛି, ସ୍ବାଧୀନ ଭାବେ ଏହାର ଅଡିଟ୍‌ କରୁଛି ଶାହା ଧନଧାରିଆ। ଏଥିରେ ୪ ଜଣ ଭାଗୀଦାରି ଏବଂ କେବଳ ୧୧ ଜଣ କର୍ମଚାରୀ ଅଛନ୍ତି। ଏହି ଫାର୍ମ ମଧ୍ୟ ଆଦାନୀ ଟୋଟାଲ ଗ୍ୟାସ୍‌ର ଅଡିଟ୍‌ କରୁଛି। ଆଉ ଗୋଟିଏ କଥା ଜାଣିବା ଦରକାର, ଏହି ଅଭିଯୋଗଗୁଡ଼ିକ ପ୍ରତିଷ୍ଠିତ ନ୍ୟୁଜ ଏଜେନ୍ସିଗୁଡ଼ିକ ଦ୍ୱାରା ସାମ୍‌ନାକୁ ଅଣାଯାଇଥିଲେ ବି ଏଥିରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ନଭେମ୍ବର ୨୦୨୦ରେ ଫାଇନାନ୍ସିଆଲ ଟାଇମ୍ସ ଏକ ରିପୋର୍ଟରେ ପ୍ରକାଶ କରିଥିଲା ଯେ, ୨୦୧୮ରେ ବିମାନବନ୍ଦରର ଘରୋଇକରଣବେଳେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କୌଣସି ଅଭିଜ୍ଞତା ନ ଥାଇ ଆଦାନୀଙ୍କୁ ୬ଟି ବିମାନବନ୍ଦର ପ୍ରଦାନ କରିବାକୁ ସରକାର ଅନୁମତି ଦେଇଥିଲେ। ଫଳରେ ରାତାରାତି ଆଦାନୀ ଦେଶରେ ଜଣେ ସବୁଠୁ ବଡ଼ ଘରୋଇ ବିମାନବନ୍ଦର ସଞ୍ଚାଳକ ପାଲଟିଗଲେ।
ଆଦାନୀ ଗ୍ରୁପ୍‌ ଉପରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ଉପରେ ଏଯାବତ୍‌ ସରକାର ନୀରବ ରହିଛନ୍ତି। କିଛି ପରିଣାମ ନ ଆସିଲେ ବି ଏଥିରେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ, କାରଣ ଦେଖିବାକୁ ଗଲେ ଅତୀତରେ ମଧ୍ୟ ଏହା ଉପରେ କୌଣସି ପରିଣାମ ସାମ୍ନାକୁ ଆସିନାହିଁ। କିନ୍ତୁ୍‌ ଆଦାନୀଙ୍କ ଭଳି ଦେଶର କେତେଜଣ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ଅତି ପୁଞ୍ଜିବାଦ ଏବଂ ଆଇନର ଶାସନକୁ ନେଇ ଆର୍ଥିକ ଯୋଜନା କରାଯାଉଛି। ଏହାକୁ ନେଇ ସରକାରଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ହେଲେ ଏହାର ଉତ୍ତର ଏଯାବତ ମିଳିପାରିନାହିଁ। ତେବେ ହିଣ୍ଡେନ୍‌ବର୍ଗ ବିରୋଧରେ ମାମଲା ଦାଏର କରାଯିବ ବୋଲି ଆଦାନୀ ସୂଚିତ କରିଛନ୍ତି। ହିଣ୍ଡେନ୍‌ବର୍ଗ ଏହି ନ୍ୟାୟିକ ଲଢ଼େଇର ଆହ୍ବାନକୁ ସ୍ବାଗତ କରିଛି ଓ ଆମେରିକାରେ ତା’ ବିରୋଧରେ ମାମଲା ଦାଏର କରିବାକୁ ଆଦାନୀଙ୍କୁ କହିଛି। କମ୍ପାନୀ ସେଠାରେ ତାହାର ସବୁ ତଥ୍ୟ ଉପସ୍ଥାପନ କରିବ ବୋଲି ଜଣାଇଛି। ଆଶା ରଖିବା ଏହି ମାମଲା ଦାୟର ହେଉ ଯାହାଦ୍ୱାରା ସବୁ ବିଷୟ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?