Posted inଜାତୀୟ

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ, ୨୮ ଆହତ: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ,୩୧।୧୨: ଗୁଜରାଟର ନାଭସାରି ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଏବଂ ଏସ୍‌ୟୁଭି କାର ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ଏସ୍‌ୟୁଭି କାର ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏପରକି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାଟାରେ ଏସ୍‌ୟୁଭି କାରଟି ସମ୍ପୂର୍ଣ୍ଣ ଚୁର୍‌ମାର ହୋଇଯାଇଥିବା ବେଳେ ବସ୍‌ର ଆଗପଟ ଭାଙ୍ଗିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

ପହିଲି ରଜରେ ଅଘଟଣ: ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ

ରାଜନଗର,୧୪ା୬(ଭାସ୍କର ରାଉତରାୟ): ପହିଲି ରଜରେ ଅଘଟଣ। ବଜ୍ରପାତରେ ଚାଲିଗଲା ବାପା-ମା’ଙ୍କର ଏକମାତ୍ର ପୁଅର ଜୀବନ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଘଡ଼ିଆମାଳ ଗାଁର ଦୈତାରୀ…

ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ବଜ୍ରପାତରେ ୪ ନାବାଳକ ଆହତ, ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଲାଞ୍ଜିଗଡ଼,୧୪ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ନାବାଳକ ବଜ୍ରପାତରେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri