Posted inଜାତୀୟ

୬୯ ବର୍ଷ ପରେ ଫେରୁଛି ଦ୍ରୁତତମ ଚିତା

ନୂଆଦିଲ୍ଲୀ, ୧୦ା୬: ଭାରତରେ ପୁଣି ଦେଖିବାକୁ ମିଳିବ ବିଶ୍ୱର ଦ୍ରୁତତମ ଚିତା। ଏହି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକାରୁ ୮ ଚିତା ଭାରତକୁ ଅଣାଯିବ। ଘଣ୍ଟାକୁ ୧୧୨ କି.ମି. ବେଗରେ ଦୌଡ଼ି ପାରୁଥିବା ଚିତାକୁ ୧୯୫୨ରେ ବିଲୁପ୍ତ ଘୋଷଣା କରାଯାଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସେମାନଙ୍କ ପାଇଁ ବାସସ୍ଥାନ ପ୍ରସ୍ତୁତ ହୋଇଛି।

ଭାରତ ଫେରୁଛି ବିଶ୍ୱର ଦ୍ରୁତତମ ଚିତା। ଆସନ୍ତା ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ୫ ଅଣ୍ଡିରା ଓ ୩ ମାଈ ଚିତା ଆସିବେ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ହେବ ଭାରତରେ ଏହି ବାଘ ବିଲୁପ୍ତ ହୋଇଯାଇଥିଲେ। ଏଥି ନିମନ୍ତେ ଏବେ ଆବଶ୍ୟକ ପରିବେଶ ପ୍ରସ୍ତୁତ କରାଯାଇଥିବା ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ଡିନ୍‌ ଡ. ୟାଦବେନ୍ଦ୍ରଦେବ ଝାଲା କହିଛନ୍ତି। କୌଣସି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ତାହାକୁ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ସ୍ଥାନାନ୍ତର କରାଯିବାରେ ଏହା ପ୍ରଥମ ବୋଲି ସେ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କ ଏବଂ ରାଜସ୍ଥାନର ବ୍ୟାଘ୍ର ଅଭୟାରଣ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିବାକୁ ଥିବା ଚିତାକୁ ଛଡ଼ାଯିବ ବୋଲି ଡ. ଝାଲା କହିଛନ୍ତି।
ଶରୀରରେ କଳାଛିଟ, ଲୁହ ଡ୍ରପ୍‌ ଭଳି ଚିହ୍ନ ଥିବା ଚିତା ବାଘ ଶିକାରକୁ ଧରିବା ପାଇଁ ଭୂମିରେ ଘଣ୍ଟା ପ୍ରତି ୭୦ ମାଇଲ (୧୧୨ କିଲୋମିଟର) ବେଗରେ ଦୌଡ଼ିପାରେ। ଏହି ସ୍ପିଡ୍‌ କୌଣସି ସୁପରକାର୍‌ର ରହିଥାଏ। ଦୁନିଆର ମୋଟ ୭ ହଜାର ଚିତା ମଧ୍ୟରୁ ଅଧିକାଂଶ ଦକ୍ଷିଣ ଆଫ୍ରିକା, ନାମ୍ବିଆ ଏବଂ ବୋତୋସ୍ବାନାରେ ରହିଛନ୍ତି। ୧୯୦୦ ମସିହା ସୁଦ୍ଧା ଏହି ବନ୍ୟପ୍ରାଣୀ ସଂଖ୍ୟା ଭାରତରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଥିଲା। ଶିକାର ଯୋଗୁ ଶେଷ ୩ ଚିତାଙ୍କ ମୃତ୍ୟୁ ହେବା ପରେ ୧୯୫୨ରେ ଏହାକୁ ବିଲୁପ୍ତ ଘୋଷଣା କରି ଦିଆଯାଇଥିଲା।
ଭାରତରେ ୧୬ଶହ ଶତାବ୍ଦୀରେ ମୋଗଲ ଶାସକ ଜାହାଙ୍ଗୀରଙ୍କ ସମୟରେ ପ୍ରାୟ ୧୦ ହଜାର ଚିତା ରହିଥିଲେ। ରିପୋର୍ଟ ଅନୁସାରେ ୧୭୯୯ରୁ ୧୯୬୮ ମଧ୍ୟରେ ମାତ୍ର ୨୩୦ ଚିତା ରହିଥିଲେ। ଭାରତ ସ୍ବାଧୀନ ହେବା ପରଠାରୁ କୌଣସି ବଡ଼ ସ୍ତନ୍ୟପାୟୀ ପ୍ରାଣୀ ବିଲୁପ୍ତ ହେବାରେ ଏହା ପ୍ରଥମ। ଶିକାର, ବାସସ୍ଥାନ ହ୍ରାସ ଏବଂ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନ ହେବା ଆଦି ଏହି ପ୍ରାଣୀର ବିଲୁପ୍ତ ହେବାର ପ୍ରମୁଖ କାରଣ। ବ୍ରିଟିଶ ଶାସନ ଅମଳରେ ଚିତା ଜନବସତିକୁ ଆସିଯାଉଥିବା ଯୋଗୁ ଅନେକଙ୍କୁ ଗୁଳି ମଧ୍ୟ କରି ଦିଆଯାଇଥିଲା। ଚିତାକୁ ଫେରାଇ ଆଣିବାକୁ ୧୯୫୦ ମସିହାରୁ ଭାରତ ଉଦ୍ୟମ କରି ଆସୁଛି। ୨୦୦୯ରେ ପ୍ରୋଜେକ୍ଟ ଚିତାକୁ ରୂପ ଦିଆଯାଇଥିବାବେଳେ ଏସିଆଟିକ୍‌ ଚିତା ଥିବା ଇରାନ୍‌କୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଇରାନ ଚିତା ସ୍ଥାନାନ୍ତର ପାଇଁ ମନା କରିଦେଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ଆଫ୍ରିକୀୟ ଚିତା ଆଣିବାକୁ ଯୋଜନା ହୋଇଥିଲା।
ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପାଇଁ ସେମାନଙ୍କୁ ସ୍ଥାନାନ୍ତର କରିବା ବେଶ୍‌ ଆହ୍ବାନପୂର୍ଣ୍ଣ। କିନ୍ତୁ ଅନେକ ଦେଶ ଏହାକୁ ସହଜ କରିପାରିଛନ୍ତି। ୨୦୧୭ରେ ପୂର୍ବ ଆଫ୍ରିକା ଦେଶ ମାଲାଓ୍ବି ୪ ଚିତାକୁ ନେଇଥିବାବେଳେ ଏବେ ସେଠାରେ ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇପାରିଛି। ତେବେ ଦକ୍ଷିଣ ଆଫ୍ରିକାର ଘଞ୍ଚ ଜଙ୍ଗଲ, ସବୁଜ ଭୂମି, ପର୍ବତ ଭଳି ପ୍ରାକୃତିକ ପରିବେଶ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ହୋଇଥିବାବେଳେ ଭାରତରେ ସେଭଳି ପରିବେଶ ପର୍ଯ୍ୟାପ୍ତ ପରିମାଣରେ ନ ଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ତେଣୁ ଭାରତରେ ଏହାର ଉପଯୁକ୍ତ ଯତ୍ନ ନିଆଯିବା ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି ସେମାନେ ମତ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri