FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ ସରକାର ସମୟ ସମୟରେ ବିଭିନ୍ନ ନିୟମରେ ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ଦିବ୍ୟାଙ୍ଗଜନଙ୍କ ପାଇଁ ଜାରି ହେଉଥିବା ଟୋଲ ଛାଡ଼ ଫାଷ୍ଟଟ୍ୟାଗ ନିୟମରେ ବଡ଼ ପରିବର୍ତ୍ତନ କରିଛି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ। ନୂଆ ସଂଶୋଧିତ ନିୟମ ଆଜିଠାରୁ ଲାଗୁ ହୋଇଛି।

ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଦିବ୍ୟାଙ୍ଗଜନଙ୍କ ପାଇଁ ଟୋଲ ପ୍ଲାଜା ଦେଇ ଯିବା ପ୍ରକ୍ରିୟାକୁ ଅଧିକ ସହଜ ଓ ଝଞ୍ଜଟମୁକ୍ତ କରିବା। ପୂର୍ବରୁ ଦିବ୍ୟାଙ୍ଗଜନଙ୍କ ପାଇଁ ଜାରି ହେଉଥିବା ଟୋଲ ମୁକ୍ତ ଫାଷ୍ଟଟ୍ୟାଗ ପ୍ରତିବର୍ଷ ନବୀକରଣ କରିବାକୁ ପଡ଼ୁଥିଲା। ଏଣିକି ଏହି ପ୍ରକ୍ରିୟାରୁ ଲାଭାର୍ଥୀଙ୍କୁ ବାରମ୍ବାର ମୁକ୍ତି ମିଳିବ। ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଏଣିକି ଦିବ୍ୟାଙ୍ଗଜନଙ୍କ ଫାଷ୍ଟ୍ୟାଗ୍ର ବୈଧତା ଦିବ୍ୟାଙ୍ଗତାର ପ୍ରତିଶତ ଆଧାରରେ ନିର୍ଦ୍ଧାରିତ ହେବ।

୭୦%ରୁ ୧୦୦% ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ମିଳୁଥିବା ଛାଡ଼ ଫାଷ୍ଟଟ୍ୟାଗ ବୈଧତା ୫ ବର୍ଷ ରହିବ।

୪୦%ରୁ ଅଧିକ କିନ୍ତୁ ୭୦%ରୁ କମ ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କ ଫାଷ୍ଟଟ୍ୟାଗ ବୈଧତା ୩ ବର୍ଷ ରହିବ।

ପୁରୁଣା ନିୟମ ଅନୁସାରେ ଦିବ୍ୟାଙ୍ଗଜନଙ୍କୁ ନିଜର ଛାଡ଼ ଫାଷ୍ଟଟ୍ୟାଗ ଜାରି ରଖିବା ପାଇଁ ପ୍ରତିବର୍ଷ ନୂଆ ଆବେଦନ କରିବାକୁ ପଡ଼ୁଥିଲା। ଏହା ଯୋଗୁ ଅନେକ କାଗଜପତ୍ର କାମ ସହ ସମୟ ମଧ୍ୟ ନଷ୍ଟ ହେଉଥିଲା।

ନୂଆ ନିୟମ ଅନୁସାରେ ୩ କିମ୍ବା ୫ ବର୍ଷର ଦୀର୍ଘ ବୈଧତା ମିଳିବା ଫଳରେ ପ୍ରତିବର୍ଷ ନବୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ବୈଧତା ସମୟ ସରିବା ପରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନ କିମ୍ବା ଅଫଲାଇନରେ ନବୀକରଣ ପାଇଁ ଆବେଦନ କରିବାକୁ ପଡ଼ିବ।

ସଡ଼କ ପରିବହନ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ଦିବ୍ୟାଙ୍ଗତା ପ୍ରମାଣପତ୍ର ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଏହି ଛାଡ଼ ଫାଷ୍ଟଟ୍ୟାଗ ମିଳିବ। ଏହା ସହିତ ଗାଡ଼ିଟି ଦିବ୍ୟାଙ୍ଗଜନଙ୍କ ନାମରେ ପଞ୍ଜୀକୃତ ହୋଇଥିବା କିମ୍ବା ତାଙ୍କ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

ଟୋଲ ଛାଡ଼ର ସୁବିଧା କେବଳ ସେହି ଗାଡ଼ିକୁ ମିଳିବ, ଯେଉଁଥିରେ ଏହି ସ୍ବତନ୍ତ୍ର ଫାଷ୍ଟଟ୍ୟାଗ ଲାଗିଥିବ। କୌଣସି ଅଯୋଗ୍ୟ ବ୍ୟକ୍ତି ଏହାର ଦୁରୁପଯୋଗ କରୁଥିବା ଧରାପଡ଼ିଲେ, ଫାଷ୍ଟଟ୍ୟାଗ ତୁରନ୍ତ ବ୍ଲାକ୍ଲିଷ୍ଟ କରାଯାଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

ବୁଧ-ଶନିଙ୍କ ଷଡାଷ୍ଟକ ଯୋଗରେ ୪ ରାଶିଙ୍କ ଉପରେ ଭାଙ୍ଗିପଡିବ ଦୁଃଖର ପାହାଡ଼, ଘଟିପାରେ ବଡ଼ ଦୁର୍ଘଟଣା, ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୯ ଅକ୍ଟୋବର ୨୦୨୬ରେ ବୁଧ ଓ ଶନି ପରସ୍ପରଠାରୁ ୧୫୦ ଡିଗ୍ରୀ କୋଣରେ ଅବସ୍ଥିତ ରହିବେ। ଏହା ଫଳରେ ଷଡାଷ୍ଟକ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?