ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ ହେବା ସହ ଜୈବବିବିଧତା ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉପକୂଳ ଅଞ୍ଚଳରେ ସରକାରୀ ଓ ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଜୋରଦାର କରିବାକୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ମହାକାଳପଡ଼ା ବ୍ଲକ ପ୍ରଶାସନକୁ ଚିଠି କରିଛି। ପ୍ରଶାସନ ଉପକୂଳ ଅଞ୍ଚଳରେ ନାମକୁ ମାତ୍ର କେତେଗୋଟି ଘେରିକୁ ଉଚ୍ଛେଦ କରି ହାତ ବାନ୍ଧି ବସିଛି। କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଉଚ୍ଛେଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜନେତାଙ୍କ ଚାପରେ ପ୍ରଶାସନ ଘେରି ଉଚ୍ଛେଦ କାମକୁ ବନ୍ଦ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବ୍ଲକ ପ୍ରଶାସନ ପକ୍ଷରୁ ସୁନିତି ପଞ୍ଚାୟତରେ ୪ ମାସ ତଳେ ହାତ ଗଣତି ଘେରି ଉଚ୍ଛେଦ କରିଥିଲା। ଅପରପକ୍ଷେ ହାଇକୋର୍ଟର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମାରେ ସରକାରୀ ଜମିରେ ଯେଉଁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି ତା’ର ଭିଡିଓ କରିବା ସହ ଘେରିର ସମସ୍ତ ଯନ୍ତ୍ରାଂଶକୁ ଜବତ କରି ଅନ୍ୟ ଏକ ସ୍ଥାନରେ ବିଭାଗୀୟ କର୍ମଚାରୀଙ୍କ ହେପାଜତରେ ଷ୍ଟକ୍‌ ରଖିବାକୁ ଉଲ୍ଲେଖ ରହିଛି। ବ୍ଲକର ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ଯୋଗୁ ସଂରକ୍ଷିତ ଜଙ୍ଗଲ ଉପରେ ପ୍ରଭାବ ପଡୁଛି। ଫଳରେ ଏହି ଘେରିର ଉଦ୍‌ବୃତ୍ତ ରାସାୟନିକ ଜଳ ନିଷ୍କାସିତ ହୋଇ ନଦୀ ଓ ସମୁଦ୍ରରେ ମିଶୁଛି। ଫଳରେ ସଂଲଗ୍ନ ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ଜଙ୍ଗଲଗୁଡ଼ିକର ଜୈବ ବିବିଧତା ନଷ୍ଟ ହେବା, ମୃତ୍ତିକା ଅବକ୍ଷୟ ହେଉଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ବ୍ଲକର ବତୀଘର, ଖରିନାସୀ, ରାମନଗର, ବଉଳକଣି, ପେଟଛେଲା, ଜମ୍ବୁ, ସୁନିତି, ନାଞ୍ଜୁରା, ବଡିଢ଼ି, କଂଶାରବଡ ଦାଣ୍ଡୁଆ, ଗଗୁଆ ଆଦି ପଞ୍ଚାୟତରେ ସରକାରୀ, ବେସରକାରୀ ଜମିରେ ବହୁ ଚିଙ୍ଗୁଡି ଘେରି ହୋଇଛି। ସେହିପରି ଚାଷ ଜମିରେ ଘେରି ନିର୍ମାଣ ହେବାଦ୍ୱାରା ଉକ୍ତ ଜମିର ମୃତ୍ତିକା ନଷ୍ଟ ହେଉଛି। ଘେରି ସଂଲଗ୍ନ ଜମିରେ ଧାନ ଫସଲ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଚାଷୀ ବାବାଜୀ ବେହେରା, ଶରତ ସାମଲ, ଅନିରୁଦ୍ଧ ସ୍ବାଇଁ, ବସନ୍ତ ବେହେରାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଅପରପକ୍ଷରେ ଏହି ଚିଙ୍ଗୁଡ଼ି ଉତ୍ପାଦନ ହେବା ପରେ ବ୍ୟବସାୟୀମାନେ ଚଢ଼ା ଦରରେ କିଣି ବଡ଼ ବଡ଼ ଟ୍ରକ, ପିକ୍‌ଅପ ଭ୍ୟାନରେ ପ୍ରଥମେ ପାରାଦୀପ, ଭୁବନେଶ୍ୱର, ବାଲେଶ୍ୱର ପରେ କୋଲକାତା ଦେଇ ଜଳ ଜାହାଜ, ଉଡ଼ାଜାହାଜ ଯୋଗେ ବିଦେଶକୁ ରପ୍ତାନି କରୁଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଘେରି ଉଚ୍ଛେଦକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?