ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ ହେବା ସହ ଜୈବବିବିଧତା ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉପକୂଳ ଅଞ୍ଚଳରେ ସରକାରୀ ଓ ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଜୋରଦାର କରିବାକୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ମହାକାଳପଡ଼ା ବ୍ଲକ ପ୍ରଶାସନକୁ ଚିଠି କରିଛି। ପ୍ରଶାସନ ଉପକୂଳ ଅଞ୍ଚଳରେ ନାମକୁ ମାତ୍ର କେତେଗୋଟି ଘେରିକୁ ଉଚ୍ଛେଦ କରି ହାତ ବାନ୍ଧି ବସିଛି। କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଉଚ୍ଛେଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜନେତାଙ୍କ ଚାପରେ ପ୍ରଶାସନ ଘେରି ଉଚ୍ଛେଦ କାମକୁ ବନ୍ଦ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବ୍ଲକ ପ୍ରଶାସନ ପକ୍ଷରୁ ସୁନିତି ପଞ୍ଚାୟତରେ ୪ ମାସ ତଳେ ହାତ ଗଣତି ଘେରି ଉଚ୍ଛେଦ କରିଥିଲା। ଅପରପକ୍ଷେ ହାଇକୋର୍ଟର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମାରେ ସରକାରୀ ଜମିରେ ଯେଉଁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେଉଛି ତା’ର ଭିଡିଓ କରିବା ସହ ଘେରିର ସମସ୍ତ ଯନ୍ତ୍ରାଂଶକୁ ଜବତ କରି ଅନ୍ୟ ଏକ ସ୍ଥାନରେ ବିଭାଗୀୟ କର୍ମଚାରୀଙ୍କ ହେପାଜତରେ ଷ୍ଟକ୍‌ ରଖିବାକୁ ଉଲ୍ଲେଖ ରହିଛି। ବ୍ଲକର ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ ବେଆଇନ ଚିଙ୍ଗୁଡ଼ି ଘେରି ନିର୍ମାଣ ଯୋଗୁ ସଂରକ୍ଷିତ ଜଙ୍ଗଲ ଉପରେ ପ୍ରଭାବ ପଡୁଛି। ଫଳରେ ଏହି ଘେରିର ଉଦ୍‌ବୃତ୍ତ ରାସାୟନିକ ଜଳ ନିଷ୍କାସିତ ହୋଇ ନଦୀ ଓ ସମୁଦ୍ରରେ ମିଶୁଛି। ଫଳରେ ସଂଲଗ୍ନ ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ଜଙ୍ଗଲଗୁଡ଼ିକର ଜୈବ ବିବିଧତା ନଷ୍ଟ ହେବା, ମୃତ୍ତିକା ଅବକ୍ଷୟ ହେଉଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ବ୍ଲକର ବତୀଘର, ଖରିନାସୀ, ରାମନଗର, ବଉଳକଣି, ପେଟଛେଲା, ଜମ୍ବୁ, ସୁନିତି, ନାଞ୍ଜୁରା, ବଡିଢ଼ି, କଂଶାରବଡ ଦାଣ୍ଡୁଆ, ଗଗୁଆ ଆଦି ପଞ୍ଚାୟତରେ ସରକାରୀ, ବେସରକାରୀ ଜମିରେ ବହୁ ଚିଙ୍ଗୁଡି ଘେରି ହୋଇଛି। ସେହିପରି ଚାଷ ଜମିରେ ଘେରି ନିର୍ମାଣ ହେବାଦ୍ୱାରା ଉକ୍ତ ଜମିର ମୃତ୍ତିକା ନଷ୍ଟ ହେଉଛି। ଘେରି ସଂଲଗ୍ନ ଜମିରେ ଧାନ ଫସଲ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଚାଷୀ ବାବାଜୀ ବେହେରା, ଶରତ ସାମଲ, ଅନିରୁଦ୍ଧ ସ୍ବାଇଁ, ବସନ୍ତ ବେହେରାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଅପରପକ୍ଷରେ ଏହି ଚିଙ୍ଗୁଡ଼ି ଉତ୍ପାଦନ ହେବା ପରେ ବ୍ୟବସାୟୀମାନେ ଚଢ଼ା ଦରରେ କିଣି ବଡ଼ ବଡ଼ ଟ୍ରକ, ପିକ୍‌ଅପ ଭ୍ୟାନରେ ପ୍ରଥମେ ପାରାଦୀପ, ଭୁବନେଶ୍ୱର, ବାଲେଶ୍ୱର ପରେ କୋଲକାତା ଦେଇ ଜଳ ଜାହାଜ, ଉଡ଼ାଜାହାଜ ଯୋଗେ ବିଦେଶକୁ ରପ୍ତାନି କରୁଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଘେରି ଉଚ୍ଛେଦକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି।...

ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି...

ବ୍ରାହ୍ମଣୀଗାଁ ବନାଞ୍ଚଳରେ ବାଘ ଆତଙ୍କ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୭(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଗତ ଦୁଇଦିନ ହେଲା ବାଘ ଆତଙ୍କ ଦେଖାଯାଇଛି। ବାଘକୁ କେହି ଦେଖି ନ ଥିଲେ ମଧ୍ୟ ବନାଞ୍ଚଳ ଅନ୍ତର୍ଗତ...

ବୃକ୍ଷରୋପଣ କଲେ ବିଚାରପତି

ଭଦ୍ରକ ଅଫିସ,୫।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ବିଚାରପତି...

ଖଣି ପ୍ରଭାବିତ ଅଞ୍ଚଳରେ ମେଗା ଜଳଯୋଗାଣ ପ୍ରକଳ୍ପ ବାଟବଣା: ତ୍ରୁଟି ସୁଧାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୨ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧିନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ...

ଧରାପଡ଼ିଲା ଖୁଣ୍ଟ ଚୋରି ଗ୍ୟାଙ୍ଗ୍‌

ରାସୋଳ, ୬।୪(ଡି.ଏନ୍‌.ଏ.) – ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ଦିନବେଳା ଯେଉଁ ସବୁ ଖୁଣ୍ଟ ପୋତୁଥିଲା, ସେସବୁକୁ ରାତିରେ ଯୋଜନାବଦ୍ଧ ଭାବେ ଗ୍ୟାସ୍‌...

କ୍ଷତିଗ୍ରସ୍ତ ପରିବାରକୁ ନଜରବନ୍ଦୀ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୨୪ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ତହସିଲ ଟାଙ୍ଗରସାହି ଗ୍ରାମର କ୍ଷତିଗ୍ରସ୍ତ ପରିବାର ବୁଧବାର ହକ୍‌ ପାଇଁ ଦାବି କରି...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

Advertisement
Archives

Model This Week