୧ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ରସୁଲପୁର,୨୧ା୬(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତର ବଡନାଳ(ପାଟନାଳି)କୁ ନେଇ ୨ ପଞ୍ଚାୟତର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଉକ୍ତ ନାଳର ଉନ୍ନତିକରଣ ପାଇଁ ଚାଷୀମାନେ ଦାବି କରିଛନ୍ତି ା ନାଳର ଉନ୍ନତିକରଣ ଉପରେ ଚାଷୀମାନଙ୍କ ଉନ୍ନତି ନିର୍ଭର କରୁଛି ା ଦୀର୍ଘବର୍ଷଧରି ନାଳକୁ ସଫେଇ କରାଯାଉ ନ ଥିବାରୁ ବର୍ଷା ଓ ବନ୍ୟାଜଳ ପ୍ରଭାବିତ ହେବାରେ ବାଧା ସୃଷ୍ଟି ହୋଇଛି ା ନାଳର ଉଭୟ ପାର୍ଶ୍ୱ ଦୁର୍ବଳ ଥିବାରୁ ଚାଷ ଜମି ପ୍ରତି ବିପଦ ସୃଷ୍ଟି ହେଉଛି ା ଚାଷୀମାନେ ନାଳ ଅତିକ୍ରମ କରିବା ପାଇଁ କୌଣସି ସୁବିଧା ନାହିଁ ା ଏ ସଂକ୍ରାନ୍ତରେ ଡ୍ରେନେଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ା
ସୂଚନା ଅନୁଯାୟୀ, ଉକ୍ତ ବ୍ଲକ୍‌ର ଭୋଟକା ଓ ରସୁଲପୁର ଭଳି ୨ ପଞ୍ଚାୟତର ପାଟାନାଳିର ଜଳ ନିଷ୍କାସନ ଉପରେ ଶତାଧିକ ଚାଷୀଙ୍କ ଜୀବିକା ନିର୍ଭର କରୁଛି। ଏହି ନାଳର ପୁନରୁଦ୍ଧାର ହେଉନାହିଁ। ନାଳର ଦୁରବସ୍ଥା ଯୋଗୁ ୧ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ପ୍ରଭାବିତ ହେଉଛି। ଉକ୍ତ ପାଟନାଳୀ ମୂଳ ଖରସ୍ରୋତା ନଦୀକୁ ସଂଯୋଗ କରୁଛି ା ଡ୍ରେନେଜ ବିଭାଗ ପକ୍ଷରୁ ୫ବର୍ଷ ତଳେ ମୂଳ ଖରସ୍ରୋତା ନଦୀକୁ ପୁନରୁଦ୍ଧାର କରାଯାଇଥିଲା ା ହେଲେ ନଦୀ ସହ ସଂଯୋଗ କରୁଥିବା ଏହି ପାଟନାଳୀକୁ ବିଭାଗ ଗୁରୁତ୍ୱ ନ ଦେଇ ଚୁପ୍‌ ବସିଛି ା ପାଟନାଳୀର ଉନ୍ନତିକରଣ ନେଇ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିତ୍ବାରୁ ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି ା ଏଭଳି ସ୍ଥିତିରେ ପାଟ ମଧ୍ୟସ୍ଥ ୧ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇ ରହୁଛି ା ଚାଷକାର୍ଯ୍ୟ ପ୍ରଭାବିତ ହେଉଛି ା କ୍ଷେତକୁ ବିହନ ନ ଯାଇ ବିଲ ପଡିଆ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି ା ଉକ୍ତ ପାଟନାଳୀର ପୁନରୁଦ୍ଧାର ଓ ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ା
ସୂଚନାଯୋଗ୍ୟ, ଯାଜପୁର ଜିଲା ଚଣ୍ଡିଖୋଲ ସବ୍‌ଡିଭିଜନ ଅଧୀନ ଜଳଧର ପାଟରୁ ମୂଳ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ୨ କି.ମି. ଊର୍ଦ୍ଧ୍ୱ ଲମ୍ବ ପାଟନାଳିକୁ ବଡନାଳ ବୋଲି କୁହାଯାଉଛି ା ଏହି ପାଟନାଳି ରସୁଲପୁର ପଞ୍ଚାୟତର ସୁଆଁସାହି ମୌଜା ଓ ଭୋଟକା ପଞ୍ଚାୟତର ଜଳଧରପାଟ, ଡଙ୍ଗାତର, ହିଙ୍ଗୁଳାପାଟ, ଚାରିମାଣିଆ, ଛମାଣିଆ, ଗଉଡ ଚତୁରି ମୁହଁ, ନେମନ୍ତପୁର ପାଟ, ଖଣ୍ଡିତର ଚକ ଆଦିରେ ଥିବା ୧ହଜାର ହେକ୍ଟର ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ହେବାର ଏକମାତ୍ର ମାଧ୍ୟମ ା ବର୍ଷା ଦିନେ ଏହି ନାଳ ଦେଇ ପାଟ ମଧ୍ୟକୁ ନଦୀଜଳ ପ୍ରବେଶ କରେ, ବନ୍ୟାଜଳ ଓ ବର୍ଷାଜଳ ନଦୀ ମଧ୍ୟକୁ ନିଷ୍କାସିତ ହୁଏ ା ତେବେ ଅଣ ମୌସୁମୀ ଋତୁରେ ଚାଷୀମାନେ ଏହି ନାଳରେ ବନ୍ଧ ବାନ୍ଧି ପାଣିକୁ ରୋକି କ୍ଷେତକୁ ଜଳସେଚିତ କରିନ୍ତି ା ସେହି ନାଳରୁ ମାଛ ଧରନ୍ତି ା ନଦୀର ତଳମୁଣ୍ଡରେ ସୁଇସ୍‌ ଗେଟ୍‌ ନିର୍ମାଣ ହେବା ପରଠାରୁ ସେ ସବୁ ସୁବିଧା ଚାଷୀମାନେ ହରାଇ ବସିଛନ୍ତି ା ରକ୍ଷଣାବେକ୍ଷଣ ଅଭାବରୁ ପାଟାନଳି ଗର୍ଭ ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଛି ା ଏହି ବାଟ ଦେଇ ବର୍ଷାଜଳ ନିଷ୍କାସନ ହୋଇ ପାରୁନାହିଁ ା ବର୍ଷାଋତୁରେ ଗାଁ ଗଣ୍ଡା ଓ ନାଳ ନର୍ଦ୍ଦମାରୁ ବହି ଆସୁଥିବା ବର୍ଷା ଓ ବର୍ଜ୍ୟଜଳ ନାଳଦେଇ ପ୍ରଭାବିତ ହେବାରେ ବାଧା ସୃଷ୍ଟି ହେଉଛି ା ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଜଳଧର ପାଟ ସମେତ ବିଭିନ୍ନ ଚକରେ ପାଣି ଜମି ରହୁଛି ା ଫଳରେ ଚାଷ ଜମିକୁ ବିହନ ଯାଇପାରୁ ନାହିଁ ା ଜମି ଚାଷ ହୋଇ ପାରୁ ନ ଥିବାରୁ ପାଟରେ ତଣ୍ଡି ଓ ବଣୁଆ ପ୍ରଜାତିରେ ଘାସ ବଢ଼ି ଚାଲିଛି ା ଏହାର ନିରାକରଣ ପାଇଁ ଭୋଟକା ପଞ୍ଚାୟତ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଥିଲା ା ପଞ୍ଚାୟତ ପକ୍ଷରୁ ନାଳର ସଫେଇ ପାଇଁ ପ୍ରୟାସ କରାଯାଇଥିଲା ା ମାତ୍ର ଚାଷୀମାନଙ୍କ ସମସ୍ୟା ଆଂଶିକ ସମାଧାନ ହୋଇପାରି ଥିଲା ା ଆର୍ଥତ୍କ ସମସ୍ୟା ଯୋଗୁ ଏହା ସମାଧାନ ହୋଇପାରିଲା ନାହିଁ ା ଏହା ଏକ ବଡ ପ୍ରୋଜେକ୍ଟ ହୋଇଥାଇ ନାଳଟି ନଦୀ ସହ ସଂଯୋଗ କରୁଥିବାରୁ ଏହାର ଉନ୍ନତିକରଣ ଦାୟିତ୍ୱ ଡ୍ରନେଜ ବିଭାଗ ନେବାର ବିଧି ରହିଛି ା ୫ବର୍ଷ ତଳେ ନଦୀର ଉନ୍ନତିକରଣ ବେଳେ ନାଳର ରକ୍ଷଣାବେକ୍ଷଣ କରାଯାଇ ଥିଲେ ଚାଷୀମାନଙ୍କ ସମସ୍ୟା ସମାଧାନ ହୋଇଯାଇ ପାରିଥାଆନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ା
ବିଭାଗ ପକ୍ଷରୁ ନାଳର ଉନ୍ନତିକରଣ କରାଯାଇ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ନେଇ ପଦକ୍ଷେପ ନିଆଯାଉଛି ା ଏ ନେଇ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି ା ୫ବର୍ଷ ପରେ ପୁଣି ଥରେ ମୂଳ ଖରସ୍ରୋତା ସଫେଇ କରାଯିବ ା ସେହି ସମୟରେ ପାଟନାଳୀର ଉନ୍ନତିକରଣ ପାଇଁ ବିଭାଗ ଗୁରୁତ୍ୱ ଦେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି ା ଏ ନେଇ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କୁ ପଚାରିବାରୁ ଚାଷୀମାନେ ନାଳକୁ ଅତିକ୍ରମ କରିବା ସହ ହଳ ଲଙ୍ଗଳ ଓ କୃଷିଜାତ ଦ୍ରବ୍ୟ ନେବା ଆଣିବା କରିବା ପାଇଁ ବିଭାଗ ପକ୍ଷରୁ ଏକ ପାଦଚଲା ପୋଲ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯାଇଛି ା ନାଳରେ ରହିଥିବା ବାକି ସମସ୍ୟାକୁ ଦୂର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ଉଭୟ କହିଛନ୍ତି ା ଏଥିସହ ଛିଣ୍ଡା ଖରସ୍ରୋତା ନଦୀର ପୁନରୁଦ୍ଧାର ପାଇଁ ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା ା ଉକ୍ତ ବୈଠକରେ ନାଳର ସ୍ଥିତି ନେଇ ଆଲୋଚନା ହୋଇଛି। ନଦୀ ସଫେଇ ବେଳେ ନାଳର ପୁନରୁଦ୍ଧାର କାର୍ଯ୍ୟପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri