୧ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ରସୁଲପୁର,୨୧ା୬(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତର ବଡନାଳ(ପାଟନାଳି)କୁ ନେଇ ୨ ପଞ୍ଚାୟତର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଉକ୍ତ ନାଳର ଉନ୍ନତିକରଣ ପାଇଁ ଚାଷୀମାନେ ଦାବି କରିଛନ୍ତି ା ନାଳର ଉନ୍ନତିକରଣ ଉପରେ ଚାଷୀମାନଙ୍କ ଉନ୍ନତି ନିର୍ଭର କରୁଛି ା ଦୀର୍ଘବର୍ଷଧରି ନାଳକୁ ସଫେଇ କରାଯାଉ ନ ଥିବାରୁ ବର୍ଷା ଓ ବନ୍ୟାଜଳ ପ୍ରଭାବିତ ହେବାରେ ବାଧା ସୃଷ୍ଟି ହୋଇଛି ା ନାଳର ଉଭୟ ପାର୍ଶ୍ୱ ଦୁର୍ବଳ ଥିବାରୁ ଚାଷ ଜମି ପ୍ରତି ବିପଦ ସୃଷ୍ଟି ହେଉଛି ା ଚାଷୀମାନେ ନାଳ ଅତିକ୍ରମ କରିବା ପାଇଁ କୌଣସି ସୁବିଧା ନାହିଁ ା ଏ ସଂକ୍ରାନ୍ତରେ ଡ୍ରେନେଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ା
ସୂଚନା ଅନୁଯାୟୀ, ଉକ୍ତ ବ୍ଲକ୍‌ର ଭୋଟକା ଓ ରସୁଲପୁର ଭଳି ୨ ପଞ୍ଚାୟତର ପାଟାନାଳିର ଜଳ ନିଷ୍କାସନ ଉପରେ ଶତାଧିକ ଚାଷୀଙ୍କ ଜୀବିକା ନିର୍ଭର କରୁଛି। ଏହି ନାଳର ପୁନରୁଦ୍ଧାର ହେଉନାହିଁ। ନାଳର ଦୁରବସ୍ଥା ଯୋଗୁ ୧ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ପ୍ରଭାବିତ ହେଉଛି। ଉକ୍ତ ପାଟନାଳୀ ମୂଳ ଖରସ୍ରୋତା ନଦୀକୁ ସଂଯୋଗ କରୁଛି ା ଡ୍ରେନେଜ ବିଭାଗ ପକ୍ଷରୁ ୫ବର୍ଷ ତଳେ ମୂଳ ଖରସ୍ରୋତା ନଦୀକୁ ପୁନରୁଦ୍ଧାର କରାଯାଇଥିଲା ା ହେଲେ ନଦୀ ସହ ସଂଯୋଗ କରୁଥିବା ଏହି ପାଟନାଳୀକୁ ବିଭାଗ ଗୁରୁତ୍ୱ ନ ଦେଇ ଚୁପ୍‌ ବସିଛି ା ପାଟନାଳୀର ଉନ୍ନତିକରଣ ନେଇ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିତ୍ବାରୁ ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି ା ଏଭଳି ସ୍ଥିତିରେ ପାଟ ମଧ୍ୟସ୍ଥ ୧ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇ ରହୁଛି ା ଚାଷକାର୍ଯ୍ୟ ପ୍ରଭାବିତ ହେଉଛି ା କ୍ଷେତକୁ ବିହନ ନ ଯାଇ ବିଲ ପଡିଆ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି ା ଉକ୍ତ ପାଟନାଳୀର ପୁନରୁଦ୍ଧାର ଓ ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି ା
ସୂଚନାଯୋଗ୍ୟ, ଯାଜପୁର ଜିଲା ଚଣ୍ଡିଖୋଲ ସବ୍‌ଡିଭିଜନ ଅଧୀନ ଜଳଧର ପାଟରୁ ମୂଳ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ୨ କି.ମି. ଊର୍ଦ୍ଧ୍ୱ ଲମ୍ବ ପାଟନାଳିକୁ ବଡନାଳ ବୋଲି କୁହାଯାଉଛି ା ଏହି ପାଟନାଳି ରସୁଲପୁର ପଞ୍ଚାୟତର ସୁଆଁସାହି ମୌଜା ଓ ଭୋଟକା ପଞ୍ଚାୟତର ଜଳଧରପାଟ, ଡଙ୍ଗାତର, ହିଙ୍ଗୁଳାପାଟ, ଚାରିମାଣିଆ, ଛମାଣିଆ, ଗଉଡ ଚତୁରି ମୁହଁ, ନେମନ୍ତପୁର ପାଟ, ଖଣ୍ଡିତର ଚକ ଆଦିରେ ଥିବା ୧ହଜାର ହେକ୍ଟର ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ହେବାର ଏକମାତ୍ର ମାଧ୍ୟମ ା ବର୍ଷା ଦିନେ ଏହି ନାଳ ଦେଇ ପାଟ ମଧ୍ୟକୁ ନଦୀଜଳ ପ୍ରବେଶ କରେ, ବନ୍ୟାଜଳ ଓ ବର୍ଷାଜଳ ନଦୀ ମଧ୍ୟକୁ ନିଷ୍କାସିତ ହୁଏ ା ତେବେ ଅଣ ମୌସୁମୀ ଋତୁରେ ଚାଷୀମାନେ ଏହି ନାଳରେ ବନ୍ଧ ବାନ୍ଧି ପାଣିକୁ ରୋକି କ୍ଷେତକୁ ଜଳସେଚିତ କରିନ୍ତି ା ସେହି ନାଳରୁ ମାଛ ଧରନ୍ତି ା ନଦୀର ତଳମୁଣ୍ଡରେ ସୁଇସ୍‌ ଗେଟ୍‌ ନିର୍ମାଣ ହେବା ପରଠାରୁ ସେ ସବୁ ସୁବିଧା ଚାଷୀମାନେ ହରାଇ ବସିଛନ୍ତି ା ରକ୍ଷଣାବେକ୍ଷଣ ଅଭାବରୁ ପାଟାନଳି ଗର୍ଭ ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଛି ା ଏହି ବାଟ ଦେଇ ବର୍ଷାଜଳ ନିଷ୍କାସନ ହୋଇ ପାରୁନାହିଁ ା ବର୍ଷାଋତୁରେ ଗାଁ ଗଣ୍ଡା ଓ ନାଳ ନର୍ଦ୍ଦମାରୁ ବହି ଆସୁଥିବା ବର୍ଷା ଓ ବର୍ଜ୍ୟଜଳ ନାଳଦେଇ ପ୍ରଭାବିତ ହେବାରେ ବାଧା ସୃଷ୍ଟି ହେଉଛି ା ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଜଳଧର ପାଟ ସମେତ ବିଭିନ୍ନ ଚକରେ ପାଣି ଜମି ରହୁଛି ା ଫଳରେ ଚାଷ ଜମିକୁ ବିହନ ଯାଇପାରୁ ନାହିଁ ା ଜମି ଚାଷ ହୋଇ ପାରୁ ନ ଥିବାରୁ ପାଟରେ ତଣ୍ଡି ଓ ବଣୁଆ ପ୍ରଜାତିରେ ଘାସ ବଢ଼ି ଚାଲିଛି ା ଏହାର ନିରାକରଣ ପାଇଁ ଭୋଟକା ପଞ୍ଚାୟତ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରାଯାଇଥିଲା ା ପଞ୍ଚାୟତ ପକ୍ଷରୁ ନାଳର ସଫେଇ ପାଇଁ ପ୍ରୟାସ କରାଯାଇଥିଲା ା ମାତ୍ର ଚାଷୀମାନଙ୍କ ସମସ୍ୟା ଆଂଶିକ ସମାଧାନ ହୋଇପାରି ଥିଲା ା ଆର୍ଥତ୍କ ସମସ୍ୟା ଯୋଗୁ ଏହା ସମାଧାନ ହୋଇପାରିଲା ନାହିଁ ା ଏହା ଏକ ବଡ ପ୍ରୋଜେକ୍ଟ ହୋଇଥାଇ ନାଳଟି ନଦୀ ସହ ସଂଯୋଗ କରୁଥିବାରୁ ଏହାର ଉନ୍ନତିକରଣ ଦାୟିତ୍ୱ ଡ୍ରନେଜ ବିଭାଗ ନେବାର ବିଧି ରହିଛି ା ୫ବର୍ଷ ତଳେ ନଦୀର ଉନ୍ନତିକରଣ ବେଳେ ନାଳର ରକ୍ଷଣାବେକ୍ଷଣ କରାଯାଇ ଥିଲେ ଚାଷୀମାନଙ୍କ ସମସ୍ୟା ସମାଧାନ ହୋଇଯାଇ ପାରିଥାଆନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ା
ବିଭାଗ ପକ୍ଷରୁ ନାଳର ଉନ୍ନତିକରଣ କରାଯାଇ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ନେଇ ପଦକ୍ଷେପ ନିଆଯାଉଛି ା ଏ ନେଇ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି ା ୫ବର୍ଷ ପରେ ପୁଣି ଥରେ ମୂଳ ଖରସ୍ରୋତା ସଫେଇ କରାଯିବ ା ସେହି ସମୟରେ ପାଟନାଳୀର ଉନ୍ନତିକରଣ ପାଇଁ ବିଭାଗ ଗୁରୁତ୍ୱ ଦେବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି ା ଏ ନେଇ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କୁ ପଚାରିବାରୁ ଚାଷୀମାନେ ନାଳକୁ ଅତିକ୍ରମ କରିବା ସହ ହଳ ଲଙ୍ଗଳ ଓ କୃଷିଜାତ ଦ୍ରବ୍ୟ ନେବା ଆଣିବା କରିବା ପାଇଁ ବିଭାଗ ପକ୍ଷରୁ ଏକ ପାଦଚଲା ପୋଲ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯାଇଛି ା ନାଳରେ ରହିଥିବା ବାକି ସମସ୍ୟାକୁ ଦୂର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ଉଭୟ କହିଛନ୍ତି ା ଏଥିସହ ଛିଣ୍ଡା ଖରସ୍ରୋତା ନଦୀର ପୁନରୁଦ୍ଧାର ପାଇଁ ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା ା ଉକ୍ତ ବୈଠକରେ ନାଳର ସ୍ଥିତି ନେଇ ଆଲୋଚନା ହୋଇଛି। ନଦୀ ସଫେଇ ବେଳେ ନାଳର ପୁନରୁଦ୍ଧାର କାର୍ଯ୍ୟପ୍ରତି ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri