ବିହନ, ବର୍ଷା ପରେ ସାର ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୯ା୮:୨୦୨୧ ଅର୍ଥନୈତିକ ସର୍ଭେରେ ରାଜ୍ୟର ୨୯ତମ ଖରିଫ ଧାନ ଉପତ୍ାଦନକାରୀ ଭାବେ କେନ୍ଦ୍ରାପଡ଼ା ଜିଲା ଅଛି। ଜଳ ପରିଚାଳନା ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଚଳିତ ଖରିଫ ଋତୁରେ ପ୍ରଥମେ ବିହନ ଓ ବର୍ଷା ସମସ୍ୟା ହୋଇଥିଲା। ଏବେ ଲଘୁଚାପଜନିତ ବର୍ଷା ଆରମ୍ଭ ହେବାରୁ ଚାଷ ପାଇଁ ଚାଷୀ ଆଗଭର ହୋଇଛନ୍ତି। ଏହି ସମୟରେ ସାର ଯୋଗାଣ ଚିନ୍ତାର କାରଣ ହୋଇଛି। ୟୁରିଆ, ଡିଏପି ଆଦି ରାସାୟନିକ ସାର ସରକାରୀ ଦାମ୍‌ଠାରୁ ଦୁଇଗୁଣାରେ ବିକ୍ରି ହେଉଛି। ଖରିଫ ଧାନ ଚାଷ ପାଇଁ ଚଳିତ ବର୍ଷ ୬,୫୦୦ ଟନ ୟୁରିଆ ଓ ପ୍ରାୟ ୫ ହଜାର ଟନ ଅନ୍ୟ ସାରର ଆବଶ୍ୟକତା ଅଛି। ତେବେ ଅଦ୍ୟାବଧି ୩,୯୩୦ ଟନ ସାର ଜିଲାକୁ ଆସିଛି। ସେହିପରି ୧୨୧ କୃଷି ସମବାୟ ସମିତି ମଧ୍ୟରୁ ୧୧୧ଟିକୁ ସାର ବିକ୍ରି ପାଇଁ ଅନୁମତି ଥିଲେ ମଧ୍ୟ ମାତ୍ର ୫୭ଟି ସମିତି ଗୋଦାମରୁ ସାର ଉଠାଇଛନ୍ତି।
ଏ ସମ୍ପର୍କରେ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଫକୀର ଚରଣ ଖଟୁଆ, କୃଷକ ନେତା ବିଜୟ ପରିଡ଼ା, ଗୟାଧର ଧଳ, ଚାଷୀ ନିରଞ୍ଜନ ପରିଡ଼ା, ବଗଡ଼ା ସମବାୟ ସମିତି ସଭାପତି ଅକ୍ଷୟ କୁମାର ପାଣି ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ସମୁଦାୟ ୧,୪୨,୧୬୫ ହେକ୍ଟର ମଧ୍ୟରୁ ଚଳିତ ଋତୁରେ ୧,୧୭,୫୫୪ ହେକ୍ଟର ଜମିରେ ଖରିଫ ଧାନ ଚାଷ ହେଉଛ। ଏବେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୯୦୦ଟନ ୟୁରିଆ ଆବଶ୍ୟକ ଅଛି। ସେହିପରି ଡେରାବିଶରେ ୫୮୫ଟନ, ମାର୍ଶାଘାଇରେ ୩୧୮ଟନ, ମହାକାଳପଡ଼ାରେ ୧୨୭୦ଟନ, ଗରଦପୁରରେ ୪୨୦ଟନ, ପଟ୍ଟାମୁଣ୍ଡାଇରେ ୫୪୫ଟନ, ଆଳିରେ ୩୧୧ଟନ, ରାଜକନିକାରେ ୧୦୩୦ଟନ ଓ ରାଜନଗରରେ ୧୧୨୧ଟନ ୟୁରିଆ ଦରକାର। ହେଲେ ଜିଲାକୁ ମାତ୍ର ୩,୯୩୦ଟନ ୟୁରିଆ ଆସିଥିବା ବେଳେ ଡିଏପି, ପଟାସ, ଆମୋନିଆ, ଫସ୍‌ଫେଟ ଆଦି ସାର ପର୍ଯ୍ୟାପ୍ତ ପରିମାଣରେ ଆସିନାହିଁ। ଫଳରେ ୟୁରିଆ ୫୦ କେଜି ବସ୍ତା ପ୍ରତି ସରକାରୀ ଦାମ ୨୬୬ ଟଙ୍କା ଥିବା ବେଳେ ବଜାରରେ ଏହାର ଦାମ ୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏପରିକି କେତେଜଣ ବ୍ୟବସାୟୀ ଡିଏପି ନ ନେଲେ ୟୁରିଆ ସାର ଦେଉନାହାନ୍ତି। ଜିଲାରେ ୧୧୧ଟି କୃଷି ସମବାୟ ସମିତି ଓ ୩୧୧ଟି ଖୁଚୁରା ସାର ବିକ୍ରୟ କେନ୍ଦ୍ର ରହିଛି। ତେବେ ସାର ବ୍ୟବସାୟୀ କୃଷି ଅଧିକାରୀଙ୍କୁ ଧରି ନିଜେ ମହଜୁଦ ରଖି ବଜାରରେ ସାରର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସାରର ଏହି ଅଭାବୀ ବିକ୍ରି ଏବେ ଚାଷୀଙ୍କୁ କାଳ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ତର୍ଜମା କରିବା, ସାର ଦର ବଢ଼ାଉଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରି ଆଖିଦୃଶିଆ ପଦକ୍ଷେପ ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଜଣେ ସାର ବ୍ୟବସାୟୀ ନାମ ଗୋପନ ରଖି କହିଛନ୍ତି, ଜିଲାର ଚାଷୀମାନେ ନାଗାର୍ଜୁନ ଫର୍ଟିଲାଇଜର ଉତ୍ପାଦିତ ୟୁରିଆ ସାରକୁ ପସନ୍ଦ କରିଥାନ୍ତି। ଏଥିପାଇଁ ଏହି କମ୍ପାନୀ ଅନୁବନ୍ଧିତ ବହୁ ବ୍ୟବସାୟୀ ଅଛନ୍ତି। ତେବେ ଚଳିତବର୍ଷ ଏହି କମ୍ପାନୀ ସାର ଉତ୍ପାାଦନ କରୁ ନ ଥିବାରୁ କଟକର ସାର ଡିଲରଙ୍କଠାରୁ ଅନ୍ୟ କମ୍ପାନୀର ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି। କଟକର ଏହି ସାର କମ୍ପାନୀ ୟୁରିଆ ଦରକୁ ୨୬୬ ଟଙ୍କା ବଦଳରେ ୩୫୦ ଟଙ୍କା ବସ୍ତା ପ୍ରତି ବିକୁଛନ୍ତି। ପରିବହନ, ଲୋଡିଂ, ଅନ୍‌ଲୋଡିଂ, ବର୍ଷାରେ ନଷ୍ଟ ହେବା ଆଦିକୁ ମିଶାଇଲେ ପ୍ରାୟ ୩୦ରୁ ୪୦ ଟଙ୍କା ଖର୍ଚ୍ଚ ହେଉଛି। ଏ ନେଇ ଜିଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କୁ ପଚାରିବାରେ ଅଦ୍ୟାବଧି ୩,୯୩୦ ଟନ୍‌ ୟୁରିଆ ଜିଲାର ବିଭିନ୍ନ ଗୋଦାମକୁ ଆସି ସାରିଛି। ଖୁବ୍‌ଶୀଘ୍ର ଅବଶିଷ୍ଟ ସାର ପହଞ୍ଚତ୍ୟିବ। ୫୭ କୃଷି ସମବାୟ ସମିତି ଚାଷୀଙ୍କୁ ୟୁରିଆ ଯୋଗାଣ ପାଇଁ ସାର ଉଠାଇଥିବା ବେଳେ ଅବଶିଷ୍ଟ ସମିତିକୁ ସାର ଉଠାଣ ପାଇଁ ଚିଠି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri