ଚାଷୀଙ୍କ ଚିନ୍ତା ବିଳମ୍ବିତ ଧାନ ସଂଗ୍ରହ

ବରଗଡ଼ ଅଫିସ୍‌,୨୯।୧୦: ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଅମଳରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଅମଳ ଧାନ କେଉଁଠି ବିକିବେ ଏବଂ କେଉଁଠାରେ ସୁରକ୍ଷିତ ରଖିବେ, ତାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଉ ପ୍ରାୟ ମାସେ ପରେ ମଣ୍ଡି ଖୋଲିବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଚାଷୀଙ୍କୁ ଏବେ ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଚିନ୍ତା ଘାରିଛି ।
ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଆସୁଥିଲା। କିନ୍ତୁ ଗତବର୍ଷ ଏହି ପ୍ରକ୍ରିୟାକୁ ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍‌ ୨୫ତାରିଖକୁ ବୃଦ୍ଧି କରାଯାଇଥିଲା। ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଯୋଗୁ ଗତବର୍ଷ ଖରିଫ୍‌ ଧାନ କିଣାବିକାରେ ମଧ୍ୟ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମଣ୍ଡି ଖୋଲିବା ପୂର୍ବରୁ ବେପାରୀମାନେ ସକ୍ରିୟ ହୋଇପଡ଼ି ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ଧାନ କିଣିଲେ ଏବଂ ମଣ୍ଡି ବଦଳରେ ସିଧାସଳଖ କେତେକ ରାଇସ୍‌ ମିଲ୍‌କୁ ଧାନ ଯାଇଥିବା ନେଇ ସେତେବେଳେ ଚାଷୀମାନେ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ, ଧାନ ସଂଗ୍ରହ ପ୍ରକ୍ରିୟାର ନିର୍ଦ୍ଧାରିତ ଅବଧି ମଧ୍ୟରେ ଚାଷୀମାନେ ଧାନବିକ୍ରିରୁ ବଞ୍ଚତ୍ତ ହୋଇଥିଲେ ଏବଂ ଆନ୍ଧ୍ର ପ୍ରଦେଶକୁ ଧାନ ଚାଲାଣ ହୋଇଥିବା ପରିଲକ୍ଷିତ ହୋଇଥିଲା ।
ଗତବର୍ଷ ଖରିଫ୍‌ ଧାନ କିଣାବିକା ସମସ୍ୟାର ଯେଭଳି ପୁନରାବୃତ୍ତି ନ ହେବ, ସେଥିପାଇଁ ଗତ ୨୧ତାରିଖରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏଥର ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ କରିବାକୁ ଚାଷୀ ପ୍ରତିନିଧିମାନେ ଦାବି କରିଥିଲେ। କିନ୍ତୁ ଜିଲାପାଳ ମୋନିଷା ବାନାର୍ଜୀ ସେତେବେଳେ ନଭେମ୍ବର ପହିଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଚାଷୀ ଅସନ୍ତୋଷକୁ ଅନୁଧ୍ୟାନ କରି ନଭେମ୍ବର ୨୫ତାରିଖରେ ଜିଲାର ଅତାବିରା ବ୍ଲକରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତିରେ ମଧ୍ୟ ଜିଲାରେ ଅନେକ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। କାରଣ ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ଏବଂ ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟା ଜୋର୍‌ ଧରିବ।
ଏ ନେଇ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ୍‌, ପଦ୍ମପୁର, ଝାରବନ୍ଧ, ପାଇକମାଳ, ସୋହେଲା, ବିଜେପୁର ଆଦି ଅଞ୍ଚଳରେ ୧୦ପ୍ରତିଶତ ଧାନ ଅମଳ ଆରମ୍ଭ ହୋଇ ସାରିଲାଣି। ଆଉ ୧୫ଦିନ ମଧ୍ୟରେ ଏହି ଅଞ୍ଚଳରେ ଅମଳ ଧାନ ୫୦ରୁ ୬୦ ପ୍ରତିଶତକୁ ଛୁଇଁବ। କିନ୍ତୁ ଅଣଜଳସେଚିତ ଅଞ୍ଚଳର ସୋହେଲା ବ୍ଲକରେ ଡିସେମ୍ବର ୨ତାରିଖରୁ ମଣ୍ଡି ଖୋଲିବ। ଫଳରେ ଏତେଦିନ ଧରି ଚାଷୀ କେଉଁଠି ଧାନ ରଖିବେ ଏବଂ କିଭଳି ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ନଭେମ୍ବର ୧୫ତାରିଖ ସୁଦ୍ଧା ମଣ୍ଡି ଖୋଲା ନ ଗଲେ ସବୁ ଅଫିସ୍‌ରେ ଧାନ ଗଦା କରାଯିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି ।
ସେହିପରି ହୀରାକୁଦ ଜଳସେଚିତ ଭେଡ଼େନ ବ୍ଲକ ବଇପୁର, ଗାଲିମା, ଖୁଣ୍ଟୁଲିପାଲି, ଅତାବିରା ବ୍ଲକ ସିନ୍ଦୁରବାହାଲ ଆଦି ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ମଧ୍ୟ ଧାନ ବିକ୍ରି ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଭେଡ଼େନ ବ୍ଲକ ଦେଶଭଟଲିର ଜଣେ ଚାଷୀ ବୁଦ୍ଧଦେବ ସେଣ କହିଛନ୍ତି, ସେ ଜଣେ କ୍ଷୁଦ୍ରଚାଷୀ। ୧ଏକର ଜମିର ଧାନ ଅମଳ କରି ସାରିଲେଣି। ମାସେ ପରେ ମଣ୍ଡି ଖୋଲିବ। ସେତେଦିନ ଅପେକ୍ଷା କଲେ ସେ ଶ୍ରମିକଙ୍କୁ ପାରିଶ୍ରମିକ ଦେଇପାରିବେ ନାହିଁ। ଫଳରେ ବେପାରୀ ହାତରେ ଧାନ ବିକିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଜୟ କିଶାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି, ଧାନକିଣାକୁ ସଙ୍କୁଚିତ କରିବା ପାଇଁ ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟାକୁ ବିଳମ୍ବ କରିଛନ୍ତି। ଏଭଳି ହେଲେ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ। ତେଣୁ ନଭେମ୍ବର ୧୫ ସୁଦ୍ଧା ଜିଲାର ସବୁ ମଣ୍ଡି ଖୋଲାଯାଉ ବୋଲି ବଣିଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri