ଚାଷୀଙ୍କ ଚିନ୍ତା ବିଳମ୍ବିତ ଧାନ ସଂଗ୍ରହ

ବରଗଡ଼ ଅଫିସ୍‌,୨୯।୧୦: ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଧାନ ଅମଳରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଅମଳ ଧାନ କେଉଁଠି ବିକିବେ ଏବଂ କେଉଁଠାରେ ସୁରକ୍ଷିତ ରଖିବେ, ତାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଉ ପ୍ରାୟ ମାସେ ପରେ ମଣ୍ଡି ଖୋଲିବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଫଳରେ ଚାଷୀଙ୍କୁ ଏବେ ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଚିନ୍ତା ଘାରିଛି ।
ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଆସୁଥିଲା। କିନ୍ତୁ ଗତବର୍ଷ ଏହି ପ୍ରକ୍ରିୟାକୁ ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍‌ ୨୫ତାରିଖକୁ ବୃଦ୍ଧି କରାଯାଇଥିଲା। ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଯୋଗୁ ଗତବର୍ଷ ଖରିଫ୍‌ ଧାନ କିଣାବିକାରେ ମଧ୍ୟ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମଣ୍ଡି ଖୋଲିବା ପୂର୍ବରୁ ବେପାରୀମାନେ ସକ୍ରିୟ ହୋଇପଡ଼ି ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଯଥେଷ୍ଟ କମ୍‌ ମୂଲ୍ୟରେ ଧାନ କିଣିଲେ ଏବଂ ମଣ୍ଡି ବଦଳରେ ସିଧାସଳଖ କେତେକ ରାଇସ୍‌ ମିଲ୍‌କୁ ଧାନ ଯାଇଥିବା ନେଇ ସେତେବେଳେ ଚାଷୀମାନେ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ, ଧାନ ସଂଗ୍ରହ ପ୍ରକ୍ରିୟାର ନିର୍ଦ୍ଧାରିତ ଅବଧି ମଧ୍ୟରେ ଚାଷୀମାନେ ଧାନବିକ୍ରିରୁ ବଞ୍ଚତ୍ତ ହୋଇଥିଲେ ଏବଂ ଆନ୍ଧ୍ର ପ୍ରଦେଶକୁ ଧାନ ଚାଲାଣ ହୋଇଥିବା ପରିଲକ୍ଷିତ ହୋଇଥିଲା ।
ଗତବର୍ଷ ଖରିଫ୍‌ ଧାନ କିଣାବିକା ସମସ୍ୟାର ଯେଭଳି ପୁନରାବୃତ୍ତି ନ ହେବ, ସେଥିପାଇଁ ଗତ ୨୧ତାରିଖରେ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏଥର ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ କରିବାକୁ ଚାଷୀ ପ୍ରତିନିଧିମାନେ ଦାବି କରିଥିଲେ। କିନ୍ତୁ ଜିଲାପାଳ ମୋନିଷା ବାନାର୍ଜୀ ସେତେବେଳେ ନଭେମ୍ବର ପହିଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଚାଷୀ ଅସନ୍ତୋଷକୁ ଅନୁଧ୍ୟାନ କରି ନଭେମ୍ବର ୨୫ତାରିଖରେ ଜିଲାର ଅତାବିରା ବ୍ଲକରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତିରେ ମଧ୍ୟ ଜିଲାରେ ଅନେକ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। କାରଣ ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ଏବଂ ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟା ଜୋର୍‌ ଧରିବ।
ଏ ନେଇ ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଅଣଜଳସେଚିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ୍‌, ପଦ୍ମପୁର, ଝାରବନ୍ଧ, ପାଇକମାଳ, ସୋହେଲା, ବିଜେପୁର ଆଦି ଅଞ୍ଚଳରେ ୧୦ପ୍ରତିଶତ ଧାନ ଅମଳ ଆରମ୍ଭ ହୋଇ ସାରିଲାଣି। ଆଉ ୧୫ଦିନ ମଧ୍ୟରେ ଏହି ଅଞ୍ଚଳରେ ଅମଳ ଧାନ ୫୦ରୁ ୬୦ ପ୍ରତିଶତକୁ ଛୁଇଁବ। କିନ୍ତୁ ଅଣଜଳସେଚିତ ଅଞ୍ଚଳର ସୋହେଲା ବ୍ଲକରେ ଡିସେମ୍ବର ୨ତାରିଖରୁ ମଣ୍ଡି ଖୋଲିବ। ଫଳରେ ଏତେଦିନ ଧରି ଚାଷୀ କେଉଁଠି ଧାନ ରଖିବେ ଏବଂ କିଭଳି ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ପ୍ରଦାନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ନଭେମ୍ବର ୧୫ତାରିଖ ସୁଦ୍ଧା ମଣ୍ଡି ଖୋଲା ନ ଗଲେ ସବୁ ଅଫିସ୍‌ରେ ଧାନ ଗଦା କରାଯିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି ।
ସେହିପରି ହୀରାକୁଦ ଜଳସେଚିତ ଭେଡ଼େନ ବ୍ଲକ ବଇପୁର, ଗାଲିମା, ଖୁଣ୍ଟୁଲିପାଲି, ଅତାବିରା ବ୍ଲକ ସିନ୍ଦୁରବାହାଲ ଆଦି ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ସମ୍ପୃକ୍ତ ଅଞ୍ଚଳର ଚାଷୀମାନେ ମଧ୍ୟ ଧାନ ବିକ୍ରି ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଭେଡ଼େନ ବ୍ଲକ ଦେଶଭଟଲିର ଜଣେ ଚାଷୀ ବୁଦ୍ଧଦେବ ସେଣ କହିଛନ୍ତି, ସେ ଜଣେ କ୍ଷୁଦ୍ରଚାଷୀ। ୧ଏକର ଜମିର ଧାନ ଅମଳ କରି ସାରିଲେଣି। ମାସେ ପରେ ମଣ୍ଡି ଖୋଲିବ। ସେତେଦିନ ଅପେକ୍ଷା କଲେ ସେ ଶ୍ରମିକଙ୍କୁ ପାରିଶ୍ରମିକ ଦେଇପାରିବେ ନାହିଁ। ଫଳରେ ବେପାରୀ ହାତରେ ଧାନ ବିକିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଜୟ କିଶାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି, ଧାନକିଣାକୁ ସଙ୍କୁଚିତ କରିବା ପାଇଁ ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟାକୁ ବିଳମ୍ବ କରିଛନ୍ତି। ଏଭଳି ହେଲେ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ। ତେଣୁ ନଭେମ୍ବର ୧୫ ସୁଦ୍ଧା ଜିଲାର ସବୁ ମଣ୍ଡି ଖୋଲାଯାଉ ବୋଲି ବଣିଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?