ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ, ୪ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ନିରାଶ ହୋଇପଡିଲେଣି। ଚାଷୀଙ୍କୁ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଯାବତ୍‌ ୧୪ ମଣ୍ଡିରୁ ୨ଟି ମଣ୍ଡିରେ କଣ୍ଟାପୂଜା ହୋଇଛି। ଜନୁୟାରୀ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକରେ ଖୋଲିନାହିଁ ସରକାରୀ ଧାନମଣ୍ଡି। ଧାନ ବିକ୍ରି କରିବାର ସୁଯୋଗ ଚାଷୀମାନେ ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟାର୍ଗେଟ ଆସି ନ ଥିବାରୁ ସମବାୟ ସମିତି ସମ୍ପାଦକ ଧାନ କିଣୁନାହାନ୍ତି। ଏ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁୁ ୨୦୨୨-୨୩ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ୧୪ଟି ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡିିରେ ଧାନ କିଣା ହେବ ବୋଲି କୁହାଯାଇଛି। ଚାଷୀ ମଣ୍ଡିରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ। ମଣ୍ଡିରେ ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୦୪୦ ଟଙ୍କା ରହିଛି। ତେବେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ୧୨ଶହ ଟଙ୍କାରେ ଧାନ ବିକ୍ରି କରି ଚାଲିଛନ୍ତି। ପଟ୍ଟାମୁଣ୍ଡାଇରେ ଅଭାବୀ ଧାନ ବିକ୍ରି ହେଉଥିଲେ ମଧ୍ୟ ସରକାରୀସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଚାଷୀ ୮ଶହ ଟଙ୍କା କ୍ଷତି ସହୁଛନ୍ତି। ଧାନ ମଣ୍ଡି ଖୋଲି ନ ଥିବାବେଳେ ଧାନ ବିକ୍ରି କରିବାକୁ ଚାଷୀଙ୍କ ମୋବାଇଲକୁ ମେସେଜ ମଧ୍ୟ ଆସୁନି। କେତେଜଣ ହାତଗଣତି ଚାଷୀଙ୍କୁ ମେସେଜ ଆସିଛି। ଧାନ ବିକ୍ରି କରିବାକୁ ଚାଷୀ ବ୍ୟଗ୍ର ଥିବାବେଳେ ପ୍ରଶାସନ ପକ୍ଷରୁ ଜାଣିଶୁଣି ବିଳମ୍ବ କରାଯାଉଛି। ଏ ନେଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା ପ୍ରମୁଖ କୁହନ୍ତି, ଚାଷୀ ଅଭାବୀ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଫନ୍ଦିଫିକର କରାଯାଇଛି। ନାମକୁ ମାତ୍ର ୨ଟି ଧାନମଣ୍ଡିର ଉଦ୍‌ଘାଟନ କରି ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି। ଅଦିନିଆ ବର୍ଷାକୁ ଆଖିଆଗରେ ରଖି ୯୦ ପ୍ରତିଶତ ଅଞ୍ଚଳରେ ଚାଷୀ ଯୁଦ୍ଧକାଳୀନ ଭିତ୍ତିରେ ଧାନ ଅମଳ କରିଛନ୍ତି। ଅନେକ ଚାଷୀ ଆବଶ୍ୟକ ଧାନ ଗଚ୍ଛିତ ରଖି ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରି ସାରିଲେଣି। ମିଲର ଚାଷୀର ଧାନକୁ କମ୍‌ ଦରରେ କିଣି ଜାଲିଆତି କରାଯାଇଥିବା ନକଲି ଚାଷୀଙ୍କ ନଁାରେ ଧାନ ବିକ୍ରି କରିବ ବୋଲି କହିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବ୍ଲକ କଂଗ୍ରେସ ସଭାପତି ଦାସ ଚେତାଇ ଦେଇଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରେ ଏପର୍ଯ୍ୟନ୍ତ ଟାର୍ଗେଟ ଆସିନାହଁି, ଦିନେ କି ଦୁଇଦିନ ଭିତରେ ଟାର୍ଗେଟ ଆସିଯିବ। ଧାନ କିଣା ପାଇଁ ଚାଷୀଙ୍କ ପାଖକୁ ପ୍ରଥମ ପର୍ଯ୍ୟାୟ ମେସେଜ ଆସିଛି। ପର୍ଯ୍ୟାୟକ୍ରମେ ଚାଷୀଙ୍କ ପାଖକୁ ଆସିବ। ଚଳିତବର୍ଷ ଧାନ କିଣା ଠିକ୍‌ରେ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?