ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ, ୪ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ନିରାଶ ହୋଇପଡିଲେଣି। ଚାଷୀଙ୍କୁ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଯାବତ୍‌ ୧୪ ମଣ୍ଡିରୁ ୨ଟି ମଣ୍ଡିରେ କଣ୍ଟାପୂଜା ହୋଇଛି। ଜନୁୟାରୀ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକରେ ଖୋଲିନାହିଁ ସରକାରୀ ଧାନମଣ୍ଡି। ଧାନ ବିକ୍ରି କରିବାର ସୁଯୋଗ ଚାଷୀମାନେ ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହୋଇ କମ୍‌ ଦରରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟାର୍ଗେଟ ଆସି ନ ଥିବାରୁ ସମବାୟ ସମିତି ସମ୍ପାଦକ ଧାନ କିଣୁନାହାନ୍ତି। ଏ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁୁ ୨୦୨୨-୨୩ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ୧୪ଟି ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡିିରେ ଧାନ କିଣା ହେବ ବୋଲି କୁହାଯାଇଛି। ଚାଷୀ ମଣ୍ଡିରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିବେ। ମଣ୍ଡିରେ ଏଫ୍‌ଏକ୍ୟୁ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨୦୪୦ ଟଙ୍କା ରହିଛି। ତେବେ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ୧୨ଶହ ଟଙ୍କାରେ ଧାନ ବିକ୍ରି କରି ଚାଲିଛନ୍ତି। ପଟ୍ଟାମୁଣ୍ଡାଇରେ ଅଭାବୀ ଧାନ ବିକ୍ରି ହେଉଥିଲେ ମଧ୍ୟ ସରକାରୀସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଚାଷୀ ୮ଶହ ଟଙ୍କା କ୍ଷତି ସହୁଛନ୍ତି। ଧାନ ମଣ୍ଡି ଖୋଲି ନ ଥିବାବେଳେ ଧାନ ବିକ୍ରି କରିବାକୁ ଚାଷୀଙ୍କ ମୋବାଇଲକୁ ମେସେଜ ମଧ୍ୟ ଆସୁନି। କେତେଜଣ ହାତଗଣତି ଚାଷୀଙ୍କୁ ମେସେଜ ଆସିଛି। ଧାନ ବିକ୍ରି କରିବାକୁ ଚାଷୀ ବ୍ୟଗ୍ର ଥିବାବେଳେ ପ୍ରଶାସନ ପକ୍ଷରୁ ଜାଣିଶୁଣି ବିଳମ୍ବ କରାଯାଉଛି। ଏ ନେଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା ପ୍ରମୁଖ କୁହନ୍ତି, ଚାଷୀ ଅଭାବୀ ଧାନ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ଫନ୍ଦିଫିକର କରାଯାଇଛି। ନାମକୁ ମାତ୍ର ୨ଟି ଧାନମଣ୍ଡିର ଉଦ୍‌ଘାଟନ କରି ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି। ଅଦିନିଆ ବର୍ଷାକୁ ଆଖିଆଗରେ ରଖି ୯୦ ପ୍ରତିଶତ ଅଞ୍ଚଳରେ ଚାଷୀ ଯୁଦ୍ଧକାଳୀନ ଭିତ୍ତିରେ ଧାନ ଅମଳ କରିଛନ୍ତି। ଅନେକ ଚାଷୀ ଆବଶ୍ୟକ ଧାନ ଗଚ୍ଛିତ ରଖି ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରି ସାରିଲେଣି। ମିଲର ଚାଷୀର ଧାନକୁ କମ୍‌ ଦରରେ କିଣି ଜାଲିଆତି କରାଯାଇଥିବା ନକଲି ଚାଷୀଙ୍କ ନଁାରେ ଧାନ ବିକ୍ରି କରିବ ବୋଲି କହିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବ୍ଲକ କଂଗ୍ରେସ ସଭାପତି ଦାସ ଚେତାଇ ଦେଇଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରେ ଏପର୍ଯ୍ୟନ୍ତ ଟାର୍ଗେଟ ଆସିନାହଁି, ଦିନେ କି ଦୁଇଦିନ ଭିତରେ ଟାର୍ଗେଟ ଆସିଯିବ। ଧାନ କିଣା ପାଇଁ ଚାଷୀଙ୍କ ପାଖକୁ ପ୍ରଥମ ପର୍ଯ୍ୟାୟ ମେସେଜ ଆସିଛି। ପର୍ଯ୍ୟାୟକ୍ରମେ ଚାଷୀଙ୍କ ପାଖକୁ ଆସିବ। ଚଳିତବର୍ଷ ଧାନ କିଣା ଠିକ୍‌ରେ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri