ବୈଧ ଟୋକନ ଥିବା ଚାଷୀଙ୍କର ଧାନ କିଣାହେବ: ମନ୍ତ୍ରୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଧାନ ବିକ୍ରି ଓ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗତ ୩ ଦିନ ଅଚଳାବସ୍ଥା ପରେ ସୋମବାର ବିଧାନସଭାରେ ଏ ପ୍ରସଙ୍ଗରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସହ ମଣ୍ଡିରେ ସିସିଟିଭି ଲଗାଇବା ଏବଂ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣିବାକୁ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ। ଦୀର୍ଘ ସମୟ ଆଲୋଚନା ହେବା ପରେ ମଧ୍ୟ ବିରୋଧୀ ସଦସ୍ୟମାନେ ସମବାୟ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।
ସୋମବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନାକୁ ବାତିଲ କରାଯାଇ ଅପରାହ୍ନ ୧୨ଟା ୩୦ ମିନିଟରୁ ୧ଟା ୩୦ ମିନିଟ ଯାଏ ଧାନ କିଣା ପ୍ରସଙ୍ଗକୁ ନେଇ ଆସିଥିବା ମୋଶନ ଉପରେ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୋଶନ ଆଗତ କରିଥିଲେ। ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଥିଲେ ଯେ ଗତ ୨୧ ବର୍ଷ ହେବ ରାଜ୍ୟରେ ଧାନ କିଣା ସମସ୍ୟା ଲାଗି ରହିଛି। ଆଗରୁ ଧାନ କିଣା ହେବା ପୂର୍ବରୁ ଜିଲାସ୍ତରରେ ଧାନକିଣା କମିଟି ବସି ସ୍ଥିର କରାଯାଉଥିଲା। ଏବେ ସବୁକିଛି ଭୁବନେଶ୍ୱରରୁ କରାଯାଉଛି। ଅଣଜଳସେଚିତ ଜମିରେ ଏକର ପିଛା ୨୧ରୁ ୨୨ କୁଇଣ୍ଟାଲ ଧାନ ଅମଳ ହେଉଥିବା ବେଳେ ସରକାର ମାତ୍ର ୧୩ କୁଇଣ୍ଟାଲ ଧାନ କିଣୁଛନ୍ତି। ସେହିପରି ଜଳସେଚିତ ଜମିରେ ଏକର ପିଛା ୪୦ କୁଇଣ୍ଟାଲ ଧାନ ଉତ୍ପାଦନ ହେଉଥିବା ବେଳେ ମାତ୍ର ୧୯ କୁଇଣ୍ଟାଲ କିଣା ଯାଉଛି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଛନ୍ତି ଯେ ଧାନ କିଣିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କ। ଯୋଗାଣ ନିଗମ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଲର୍‌ମାନଙ୍କ ସହାୟତାରେ ଧାନ କିଣାରେ ଦୁର୍ନୀତି ହେଉଛି। ଯେଉଁ ମିଲର୍‌ମାନେ ମଣ୍ଡିକୁ ଯାଉଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ହେବା ଦରକାର। ସରକାର କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିରେ ସିସିଟିଭି ଲଗାନ୍ତୁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ କହିଥିଲେ ଯେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଉଠାଇ ଦେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକିପାରିବେ ନାହିଁ। ଏଫ୍‌ଏକ୍ୟୁ ମାନର ଧାନ କିଣାଗଲେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଚାଷୀ ଧାନ ବିକିବାକୁ ଯୋଗ୍ୟ ହେବେ। ଏଥର ରାଜ୍ୟ ସରକାର ସବୁ ଚାଷୀଙ୍କଠାରୁ ଧାନ କିଣିଛନ୍ତି। କେନ୍ଦ୍ର ସରକାର ଧାନ ସବ୍‌ସିଡି ବାବଦରେ ବକେୟା ୭୩୮୪ କୋଟି ଟଙ୍କା ଦେଇନାହାନ୍ତି। ଏବର୍ଷ ରାଜ୍ୟ ସରକାର ଧାନ କିଣିବା ପାଇଁ ୧୦ ହଜାର କୋଟି ଟଙ୍କା ଋଣ କରିଛନ୍ତି। ଆଲୋଚନାରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ବିଷ୍ଣୁ ଚରଣ ମାଝି, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି , ବିଜେଡି ସଦସ୍ୟ କିଶୋର ମହାନ୍ତି, ଦେବେଶ ଆଚାର୍ଯ୍ୟ ଏବଂ ପ୍ରୀତିରଞ୍ଜନ ଘଡାଇ ଭାଗ ନେଇଥିଲେ।
ଆଲୋଚନା ଶେଷରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ଧାନ ସଂଗ୍ରହ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ସମାପ୍ତି ହୁଏ। ଏହି ବର୍ଷବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ୍‌ ଓ ରବି ଋତୁ ପାଇଁ ପୃଥକ୍‌ ଧାନ ସଂଗ୍ରହ କରିଥାଆନ୍ତି। ସଂଗୃହୀତ ଚାଉଳକୁ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର କରାଯାଇଥାଏ। ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ମାଧ୍ୟମରେ କେନ୍ଦ୍ରୀୟ ଅନ୍ନ ଭଣ୍ଡାରରେ ଦାଖଲ କରାଯାଏ। ରାଜ୍ୟ ସରକାର ପ୍ରାଥମିକ କୃଷି ସମବାୟ ସମିତିଗୁଡିକ ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ସିଧାସଳଖ ଧାନ ସଂଗ୍ରହ କରୁଛନ୍ତି। କେତେଗୁଡିଏ ଜିଲାରେ ଯୋଗ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତଗୁଡିକୁ ମଧ୍ୟ ଧାନ ସଂଗ୍ରହରେ ସାମିଲ କରାଯାଇଛି। ପଞ୍ଜୀକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯାଉଛି। ପଞ୍ଜୀକରଣ ଲାଗି ଚାଷୀ ପଟାଓ୍ବାରି ତଥ୍ୟ ପ୍ରଦାନ କରୁଛନ୍ତି। ଧାନ କିଣାର ସବୁ କାଗଜ କାମ ପ୍ରସ୍ତୁତି ପି-ପାସ୍‌ ଆପ୍ଲିକେଶନ ସହାୟତାରେ କମ୍ପ୍ୟୁଟରୀକୃତ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେଉଛି। ଖରିଫ ବିପଣନ ବା ଧାନ ସଂଗ୍ରହ ବର୍ଷ ୨୦୨୦-୨୧ ପାଇଁ ଅନ୍ତତଃ ୭୧ ଲକ୍ଷ ମେଟ୍ରିକ ଟନର ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ସ୍ଥିରୀକୃତ ହୋଇଛି। ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଯଥାକ୍ରମେ ୫୪ ଲକ୍ଷ ଓ ୧୭ଲକ୍ଷ ମେଟ୍ରିକ ଟନ ରହିଛି। ଏହାଠାରୁ ଅଧିକ ଧାନ ଯଦି ପଞ୍ଜୀକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କିଣିବେ। ରାଜ୍ୟରେ ଫେବୃୟାରୀ ୨୦୨୧ ସୁଦ୍ଧା ମୋଟ ୫୫.୯୭ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି। ଗତ ୨୧ ତାରିଖ ସୁଦ୍ଧା ୧୦.୧୩ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୟ କରିଛନ୍ତି। ଗତବର୍ଷ ଏହି ସମୟ ସୁଦ୍ଧା ୮.୩୧ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରି କରିଥିଲେ। ଯେଉଁ କ୍ଷେତ୍ରରେ ଟୋକନର ବୈଧତା ଶେଷ ହୋଇଥିବା ଅଭିଯୋଗ ଆସୁଛି ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବିରୋଧୀ ଦଳ ଦୋମୁହାଁ ନୀତି ଧରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭା ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri