୧୪ରେ ରେଳରୋକୋ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ଚାଷୀମାନେ ପ୍ରିମିୟମ୍‌ ରାଶି ଜମା କରିସାରିଥିଲେ ସୁଦ୍ଧା ବୀମା କ୍ଷତିପୂରଣ ପାଇନାହାନ୍ତି। ଅନ୍ୟପଟେ ନାନା ଆଳ ଦେଖାଇ ବୀମା କମ୍ପାନୀ ଯୋଗ୍ୟ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ଏହି କ୍ରମରେ ଆସନ୍ତା ୧୪ତାରିଖରେ ଜିଲାର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ବରଗଡ଼ ରେଳ ଷ୍ଟେଶନରେ ରେଳରୋକୋ କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ କୃଷକ ସଙ୍ଗଠନ ପକ୍ଷରୁ ବରଗଡ଼ ଜିଲାପାଳ, ଏସ୍‌ପି, ସମ୍ବଲପୁର ରେଳ ଡିଭିଜନର ଡିଆରଏମ୍‌ ପ୍ରମୁଖଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଗତବର୍ଷ ଖରିଫରେ ବରଗଡ଼ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ଏହାସତ୍ତ୍ବେ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ଫସଲବୀମା କ୍ଷତିପୂରଣ ପାଇନାହାନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କିଛି ସୁଫଳ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନେ ଆସନ୍ତା ୧୪ତାରିଖରେ ବରଗଡ଼ ରେଳ ଷ୍ଟେଶନରେ ରେଲରୋକୋ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ କୁମାର ସାହୁଙ୍କ ସ୍ବାକ୍ଷର ରହିଛି। ତେବେ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲ ଏବଂ ଏସ୍‌ପି ସ୍ମିତ ପି. ପରମାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର ସ୍ମାରକପତ୍ର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ...

‘ମୋ ବସ୍‌’ରେ ଲାଗିଲା ନିଆଁ

ରାଉଲକେଲା ଅଫିସ,୨୦।୫: ‘ମୋ ବସ୍‌’ରେ ଲାଗିଲା ନିଆଁ। ଶନିବାର ରାଉଲକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି। ବସ୍‌ରେ ନିଆଁ ଲାଗିଥିବାରୁ...

କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା: ୨ ଅଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଦଶପଲା ବ୍ଲକ ମଧ୍ୟଖଣ୍ଡର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୀପାବଳି ଉତ୍ସବ ପାଳନ ଅବସରରେ...

ଆନ୍ତଃ ରାଜ୍ୟ ଠକଙ୍କୁ ଭବାନୀପାଟଣା ଜେଲରୁ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୋମବାର ଭବାନୀପାଟଣା ଜିଲା କାରାଗାରରେ ଥିବା ଜଣେ ଆନ୍ତଃ ରାଜ୍ୟ ଠକଙ୍କୁ ବ୍ରହ୍ମପୁର ଆଣିଥିଲା। ଅଭିଯୁକ୍ତ ଜଣଙ୍କ...

ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ପ୍ରସୂତିଙ୍କ ହାତରେ ରହିଗଲା ଭଙ୍ଗା ପ୍ଲାଷ୍ଟିକ ଭେନଫ୍ଲୋନ

ବନ୍ତଳା, ୨୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ପ୍ରସୂତିଙ୍କ ହାତରେ ସାଲାଇନ ପ୍ଲାଷ୍ଟିକ ଭେନଫ୍ଲୋନ ଭାଙ୍ଗି ରହିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।...

ସରସ ସୁନ୍ଦର ହେବ ଓଡ଼ିଶା ଦିବସ

ଅନୁଗୋଳ ଅଫିସ,୨୨ ।୩ ଅନୁଗୋଳରେ ଓଡ଼ିଶା ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ କୋର୍ଟ...

ଡିଲ୍‌ ସମୟରେ ୨ ହାତୀ ଦାନ୍ତ ଜବତ

ସମ୍ବଲପୁର,୧୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବରେଇପାଲି ଛକରୁ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌(ଏସ୍‌ଟିଏଫ୍‌) ଗୁରୁବାର ଦୁଇଟି ହାତୀ ଦାନ୍ତ ଜବତ କରିଛି।...

ଆରମ୍ଭରୁ ଶୀତଳ ଭଣ୍ଡାର ଅଚଳ

ଘଟଗଁା,୨୭ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ)କେନ୍ଦୁଝର ଜିଲା ଘଟଗଁା ବ୍ଲକ୍‌ ବଡ଼ଜାମପୋଷି ପଞ୍ଚାୟତର ଯାମାପସୀ ଗ୍ରାମରେ ଗତବର୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ତରଫରୁ ସ୍ଥାପନ ହୋଇଥିବା ଶୀତଳ...

Advertisement
Archives

Model This Week