ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚିତ ହେବେ ଚାଷୀ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୬ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଇ-କେୱାଇସି(ଅନ୍‌ଲାଇନରେ-ନୋ ୟୋର କଷ୍ଟମର) ଯାଞ୍ଚ ହୋଇନାହିଁ। ଉକ୍ତ ଚାଷୀମାନେ ତୁରନ୍ତ ଜନସେବା କେନ୍ଦ୍ର ଓ ମୋ ସେବାକେନ୍ଦ୍ରକୁ ଯାଇ ଇ-କେୱାଇସିକୁ ଯାଞ୍ଚ କରାଇ ନେବାକୁ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବିଳମ୍ବ ହେଲେ ସମ୍ପୃକ୍ତ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚତ୍ତ ହେବ ବୋଲି କୁହାଯାଉଛି। ଏହାଛଡା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଚାଷ ସମ୍ପର୍କିତ ରିହାତି ସହାୟତା ସେମାନଙ୍କ ଜମାଖାତାକୁ ଡିବିଟି/ଏବିପିଏସ ଜରିଆରେ ପ୍ରଦାନ କରିବା ସମ୍ଭବପର ହୋଇପାରିବ ନାହିଁ। ତୁରନ୍ତ ଚାଷୀମାନେ ସେମାନଙ୍କ ଇ-କେୱାସିକୁ ଯାଞ୍ଚ କରାଇ ଚାଷୀ ପଞ୍ଜିକରଣ ପୋର୍ଟଲାକୁ ଅପ୍‌ ଟୁ ଡେଟ୍‌ କରାଇନେବା ଉପରେ ଗୁରୁତ୍ୱ କୁହାଯାଉଛି। ଏ ଦିଗରେ ତୃଣମୂଳସ୍ତରରେ କାର୍ଯ୍ୟରତ କୃଷି କର୍ମଚାରୀମାନେ ଚାଷୀମାନଙ୍କୁ ସଚେତନ କରାଇବା ସହ ପଞ୍ଚାୟତର ଜନ ପ୍ରତିନିଧିଙ୍କ ଜରିଆରେ ଚାଷୀମାନଙ୍କୁ ସୂଚନା ଦେବାକୁ ବ୍ଲକ କୃଷି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

ରସୁଲପୁର ବ୍ଲକରେ ଭୂମୀହୀନ ଚାଷୀ ପରିବାରକୁ ବାଦ୍‌ ଦେଲେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଜରିଆରେ ଆର୍ଥତ୍କ ସହାୟତା ପାଉଛନ୍ତି। ତେବେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ସାମିଲ ହେବା ନେଇ ଜନ ଅଭିଯୋଗ ଶୁଣାଣି କରାଯାଉଛି। ଏହି ଜରିଆରେ ବ୍ଲକ ଅଞ୍ଚଳରୁ ଶତାଧିକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିବା ପାଇଁ ଯୋଜାନରେ ଅନ୍ତର୍ଭୁକ୍ତ କରାଯାଉଛି। ଉକ୍ତ ହିତାଧିକାରୀମାନେ ପିଏମ୍‌ କିଷାନ ଯୋଜନାରେ ସାମିଲ କରିବା ସମୟରେ ଇ-କେୱାସିର ଆବଶ୍ୟକତା ପଡୁଛି। ଆଧାର ନମ୍ବର ସହ ଚାଷୀର ମୋବାଇଲ ନମ୍ବର ସଂଯୋଗ କରାଯାଇଥିଲେ ଇ-କେୱାସି ଅତି ସହଜରେ ହୋଇପାରୁଛି। କେତେଜଣ ଚାଷୀଙ୍କ ଅଦ୍ୟାବଧି ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ କି ଇ-କେୱାସି ନିୟମକୁ ପାଳନ କରାଯାଇ ନାହିଁ। ଏହି କାରଣରୁ ବ୍ଲକ ଅଞ୍ଚଳରୁ ଶତାଧିକ ଚାଷୀ ପିଏମ୍‌ କିଷାନରୁ ବଞ୍ଚତ୍ତ ହେଉଥିବା କୁହାଯାଉଛି। ପ୍ରତ୍ୟେକ ଚାଷୀ ସେମାନଙ୍କ ପଞ୍ଚାୟତରେ କାର୍ଯ୍ୟରତ କୃଷକସାଥୀ, ଗ୍ରାମ କୃଷି କର୍ମଚାରୀମାନଙ୍କ ନିକଟରେ ଇ-କେୱାଇ ତାଲିକାକୁ ଯାଞ୍ଚ କରି ନିଅନ୍ତୁ। ଯେଉଁମାନଙ୍କର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନାହିଁ ସେମାନେ ତୁରନ୍ତ ସେବାକେନ୍ଦ୍ରକୁ ଯାଇ ଆଧାର କାର୍ଡ ସହ ଆବଶ୍ୟକ ଅନ୍ୟ ପ୍ରମାଣପତ୍ର ପ୍ରଦାନକରି ଯୋଜନାରେ ସାମିଲ ହେବାକୁ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?