ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌ ୫୩ ଗୋଡ଼ଭଗାଠାରେ ୩ଘଣ୍ଟା ଧରି ଧାନ ରଖି ଆନ୍ଦୋଳନ କରିଥିଲା। ପ୍ରଶାସନ ପକ୍ଷରୁ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଏସିଏସ୍‌ଓ ବ୍ୟୋମକେଶ ମାଝୀ ଓ ମିଲର୍‌ ସଂଘର ରାଜ୍ୟ ସମ୍ପାଦକ ନିତେଶ ବଂଶଲ ଯୋଗ ଦେଇଥିଲେ। ଦୀର୍ଘ ସମୟ ଧରି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହୋଇଥିଲା। ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ସମସ୍ତ ଚାଷୀଙ୍କ ଟୋକନ ୨୦ ତାରିଖ ମଧ୍ୟରେ ଆସିବା ବ୍ୟବସ୍ଥା କରିବା, ଜାନୁଆରୀ ୧୫ ତାରିଖ ସୁଦ୍ଧା ଧାନ କିଣାବିକା ସରିବା ବ୍ୟବସ୍ଥା କରିବା, ପଞ୍ଜୀକରଣ କରିଥିବା ସମସ୍ତ ଜମିର ଟୋକନ ତୁରନ୍ତ ଜେନେରେଟ କରିବା, କ୍ବାଲିଟି ଟେଷ୍ଟ ମାର୍କେଟ ପଏଣ୍ଟରେ ଆରଏମ୍‌ସି ଓ ପ୍ୟାକ୍ସ କର୍ମଚାରୀଙ୍କ ଉପସ୍ଥିତିରେ ନିର୍ଦ୍ଧାରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ବିଗତ ଫସଲରେ କ୍ୱାଲିଟି ନାଁରେ ପ୍ୟାକେଟ ପିଛା ୧ କେଜିରୁ ୫ କେଜି ପର୍ଯ୍ୟନ୍ତ ଅଧିକାଂଶ ମିଲର କାଟିବାରୁ ଚାଷୀମାନେ ବହୁ କ୍ଷତି ସହୁଥିବାରୁ କୁଇଣ୍ଟାଲ ପ୍ରତି ସର୍ବାଧିକ ୧ କେଜି କଟ୍‌ନିଛଟ୍‌ନୀରେ ସୀମିତ ରଖିବାକୁ ତ୍ରିପାକ୍ଷିକ ଆଲୋଚନା ଅଣଔପଚାରିକ ଭାବେ ସହମତି ପ୍ରକାଶ ପାଇଥିଲା। ସମସ୍ତ ଟୋକନ ଜେନେରେଟ ହେବାର ପ୍ରତିଶ୍ରୁତିକୁ ଆଉ ୨ ଦିନ ଅଛି। ମାତ୍ର ୩୦ରୁ ୪୦ ପ୍ରତିଶତ ଟୋକନ ଆସିଛି। ବାକି ଏ ପର୍ଯ୍ୟନ୍ତ ଆସି ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ ଟୋକନ ନ ଆସିଲେ କୃଷକ ସଂଗଠନ ବଡ଼ ଧରଣରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ସମ୍ଭାବ୍ୟ ଆନ୍ଦୋଳନର ସମର୍ଥନ ପାଇଁ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଅଗ୍ରସେନ ଭବନରେ ରେଂଗାଲିକେମ୍ପ, ଅତାବିରା ଓ ଗୋଡ଼ଭଗା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାକୁ ନେଇ ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱରେ ଏକ ବୈଠକ ବସିଥିଲା। ଏଥିରେ ଅତାବିରା ବଣିକ ସଂଘ, ଗୋଡ଼ଭଗା ନାଗରିକ କମିଟି, ଅବସରପ୍ରାପ୍ତ ସୈନିକ ସଂଘ, ଓକିଲ ସଂଘ, ବଜରଙ୍ଗ ଦଳ, ଆପ୍‌ ଦଳ ସମେତ ବହୁ ସଂଗଠନ ଓ ଚାଷୀ ଯୋଗ ଦେଇଥିଲେ। ପରେ ଏକ ଖବରଦାତା ସମ୍ମିଳନୀରେ ସଂଗଠନ ସଭାପତି କରଙ୍କ ସମେତ ସମ୍ପାଦକ ସୁରେଶ କର୍ଣ୍ଣ, ବୁଦ୍ଧଦେବ ନନ୍ଦ, ବି ପାପା ରାଓ, ଏସ ସୂର୍ଯ୍ୟନାରାୟଣ, ଭି ସତ୍ୟ ବାବୁଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ୨୮ ତାରିଖରୁ ମଣ୍ଡୀ ଖୋଲିଥିଲେ ସୁଦ୍ଧା ସମସ୍ତ ଟୋକନ ଆସି ନାହିଁ। ଫଳରେ ମଣ୍ଡିଗୁଡ଼ିକରେ ଧାନ ପାହାଡ଼ ଭଳି ଭର୍ତ୍ତି ହୋଇଗଲାଣି। ଆଉ ଧାନ ରଖିବା ପାଇଁ ସ୍ଥାନ ନାହିଁ। ଚାଷୀ ମଣ୍ଡିରେ ଦିନରାତି ଜଗି ରହିଯାଉଛି। ମିଲରମାନେ ଆସୁ ନାହାନ୍ତି। ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଛି। କଟ୍‌ନୀଛଟ୍‌ନୀ ବହୁମାତ୍ରାରେ ବଢ଼ିବାରେ ଲାଗିଲାଣି। ଚାଷୀ ଶୋଷିତ ହୋଇ ତଳିତଳାନ୍ତ ହେବାକୁ ଯାଉଛନ୍ତି। ଧାନର ଗମ୍ଭୀର ପରିସ୍ଥିତିକୁ ନେଇ ଅତାବିରା ବ୍ଲକର ବିଭିନ୍ନ ସଙ୍ଗଠନକୁ ସମର୍ଥନ ଲୋଡ଼ାଯାଇଥିଲା। ପାଖାପାଖି ୧୨/୧୪ ଜଣ ସାମାଜିକ ସଂଘ ଯୋଗ ଦେଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ। ବିଗତ ଦିନରେ ରାସ୍ତାରୋକୋ ହୋଇଛି। ବିଗତ ଦିନରେ ଟୋକନ ଉଡ଼ିଯାଉଥିବାରୁ ୧୮ ଦିନ ଧରି ସମସ୍ତ ଅଫିସରେ ଧାନ ପୂରାଇ ସରକାରୀ କଳ ଅଚଳ କରାଯାଇଥିଲା। ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ବର୍ତ୍ତମାନ ଟୋକନ ସମସ୍ୟା, ଧାନ ସଂଗ୍ରହରେ ଉଚିତ ପଦକ୍ଷେପ ନ ନେଲେ ୨୦ ତାରିଖ ପରେ ଯେ କେଣସି ମୁହୂର୍ତ୍ତରେ କୌଣସି ପ୍ରକାର ଆନ୍ଦୋଳନ ଗ୍ରହଣ କରାଯିବ। ୧୯ ତାରିଖରେ ସମ୍ବଲପୁର ଆନ୍ଦୋଳନକୁ ଓ ରାଜ୍ୟ କୃଷକ ସଂଗଠନ ଅତାବିରା ସମର୍ଥନ ଜଣାଇଥିବା କର ସୂଚନା ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?