ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀଙ୍କ ଟୋକନ କଟ୍‌

ପଟ୍ଟାମୁଣ୍ଡାଇ,୨୪ା୩ (ସ୍ବ.ପ୍ର.): ଖରିଫ ଧାନକିଣାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ପ୍ରକୃତ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଆର୍ଥତ୍କ କ୍ଷତି ସହୁଛନ୍ତି। ସରକାରଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନଙ୍କର ଟୋକନ କଟିବା ଦ୍ୱାରା ସେମାନେ ସ୍ବଳ୍ପ ଦରରେ ସେମାନଙ୍କ ଧାନକୁ ବେପାରୀଙ୍କ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି। ଜିଲା ଯୋଗାଣ ଅଧିକାରୀ, ସମବାୟ ସମିତି ସହକାରୀ ନିବନ୍ଧକ ଏବଂ କେତେଜଣ ରାଜନେତାଙ୍କ ଅସାଧୁ ମେଣ୍ଟ ଏହି ଦୁର୍ନୀତିରେ ସମ୍ପୃକ୍ତ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅସାଧୁ ମେଣ୍ଟ ନିଜକୁ ରକ୍ଷା କରିବା ନ୍ୟାୟରେ ଧାନ ମିଲ୍‌ ମାଲିକଙ୍କ ମୁଣ୍ଡରେ ଅଠା ବୋଳି ଖସି ଯାଇଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ସେବା ସମବାୟ ସମିତିଗୁଡ଼ିକରେ ଚାଷୀମାନେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ଦିଗରେ ବିଭାଗୀୟ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ୧୬ଟି ସେବା ସମବାୟ ସମିତି ରହିଛି। ସେଥିରୁ ୧୪ ସେବା ସମବାୟ ସମିତି ଚାଷୀଙ୍କ ପାଖରୁ ଧାନ କ୍ରୟ କରୁଛି। ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୭୫ ହଜାର ୬୦୪ କୁଇଣ୍ଟାଲ ୧୪ କିଲୋ ଧାନ କିଣା ଯାଇଥିବା ବେଳେ ଅଧିକାଂଶ ଚାଷୀ ଧାନ ଦେଇ ପାରିନାହାନ୍ତି। ସମବାୟ ସମିତି କର୍ମଚାରୀମାନେ ଦଲାଲ ରଖି ଛୋଟ ଛୋଟ ଚାଷୀଙ୍କ ନାମରେ ରେଜିଷ୍ଟ୍ରେଶନ କରି କୁଇଣ୍ଟାଲ ପ୍ରତି ଚାଷୀଙ୍କୁ ୧୦୦ ଟଙ୍କା ଦେଇ ସେମାନଙ୍କ ଟୋକନ୍‌ କିଣି ନେଉଛନ୍ତି। ଆଉ କେଉଁଠି ପ୍ରକୃତ ଚାଷୀଙ୍କ ଟୋକନ୍‌ ନ କରି ଆଉ କାହା ନାମରେ ଟୋକନ୍‌ କରି ଧାନ ବିକ୍ରି କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ମାତ୍ର ପଞ୍ଜୀକୃତ କରିଥିବା ଅଧିକାଂଶ ଚାଷୀଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଟୋକନ୍‌ କଟି ଯାଇଛି। ଆଉ କେଉଁ ଚାଷୀ ଧାନକୁ ଘରେ ପକାଇ ରଖିଥିବା ବେଳେ ଧାନ କ୍ରୟ କରିବା ଲକ୍ଷ୍ୟ ପୂରା ହେଉଛି କିପରି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବଡ଼ପଡ଼ା ସମବାୟ ସମିତିରେ ଗତ ରବିବାର ରାତି ସୁଦ୍ଧା ପ୍ରାୟ ୨୩ ଜଣ ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଥିଲା। ମାତ୍ର ଜିଲା ଯୋଗାଣ ବିଭାଗକୁ କୌଣସି ଟାର୍ଗଟେ ଦେଇ ନ ପାରିବାରୁ ସେମାନେ ଧାନ ଦେବାରୁ ବଞ୍ଚତ୍ତ ହୋଇଥିଲେ। ଏପରି ଭାବେ ବିଭିନ୍ନ ସମବାୟ ସମିତିରେ ସମାନ ପରିସ୍ଥିତି ହେଉଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ସେହିପରି ଖଡିଅଣ୍ଟା ସେବା ସମବାୟ ସମିତିରେ କୌଣସି ସଭାପତି ନାହନ୍ତି ନା ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇନାହାନ୍ତି। ଏହାର ସୁଯୋଗରେ ମନମୁଖି ଭାବେ ଧାନ ବିକ୍ରି କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାଷୀଙ୍କୁ ନିଆଯିବା ପରିବର୍ତ୍ତେ ଅଣଚାଷୀଙ୍କୁ ସଭ୍ୟ ରୂପେ ରଖାଯାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିୟମାନୁଯାୟୀ ଧାନର କୁଇଣ୍ଟାଲ ପିଛା ଧାର୍ଯ୍ୟ ଦାମ୍‌ ହେଉଛି ୨୦୪୦ ଟଙ୍କା, ଏପରିସ୍ଥଳେ କଟନି ଛଟନିରେ ୭ ରୁ ୧୦କେଜି ଧାନର ମୂଲ୍ୟ ମିଳୁନାହିଁ। ଯାହାଦ୍ୱାରା ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହେତୁ ବିଭିନ୍ନ ଉପାୟରେ ଚାଷୀଙ୍କୁ ଶୋଷଣ କରାଯାଉଛି। ଫଳରେ ଚାଷୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରୁ ଯାହା ଟାର୍ଗେଟ ଆସୁଛି ସମସ୍ତଙ୍କୁ ବାଣ୍ଟି କରି ଦିଆଯାଉଛି ବୋଲି ସେ କହିଛନ୍ତି। ଏଆର୍‌ସିଏସ୍‌ ସନ୍ତୋଷ ଦାସଙ୍କୁ ପଚାରିବାରେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ପାଖରୁ ଧାନ କ୍ରୟ ହୋଇସାରିଛି। ଯେଉଁମାନେ ରହିଯାଇଛନ୍ତି ସେମାନଙ୍କ ଧାନ ଖୁବ୍‌ଶୀଘ୍ର କିଣାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?