Posted inଜାତୀୟ

ନୂଆ କୃଷି ଆଇନକୁ ରଦ୍ଦ ନ କଲେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ , ଚେତାବନୀ ଦେଲା କୃଷକ ସଂଘ

ନୂଆଦିଲ୍ଲୀ,୨ା୧୨- କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତାମାନେ କେନ୍ଦ୍ର ସରକାରଙ୍କୁ ବୁଧବାର ଦେଇଛନ୍ତି ଚେତାବନୀ। ସରକାର ବିଶେଷ ବୈଠକ ଡକାଇ ଏହି ବିବାଦୀୟ ଆଇନକୁ ରଦ୍ଦ କରନ୍ତୁ। ନ ହେଲେ ଆମେ ଦିଲ୍ଲୀକୁ ବାଟ ଛାଡ଼ିବୁ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ଆଉ ପଞ୍ଜାବ କୃଷକ ନେତାଙ୍କ ଭଳି ସମଗ୍ର ଦେଶର କୃଷକ ନେତାଙ୍କୁ ଆଲୋଚନା ପାଇଁ ଡକାନ୍ତୁ ବୋଲି କହିଛନ୍ତି କ୍ରାନ୍ତିକାରୀ କିଷାନ ସଂଘର ପଞ୍ଜାବ ଶାଖା ମୁଖ୍ୟ ପ୍ରଫେସର ଦର୍ଶନ ପାଲ।

ଆମ ବୈଠକ ଶେଷ ହୋଇସାରିଛି। ନରେନ୍ଦ୍ର ମୋଦିଙ୍କ ସରକାର ପ୍ରଥମେ ପଞ୍ଜାବକୁ ଡକାଇ ଥିଲେ। ଆମ ସହ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଆମେ ପ୍ରତ୍ୟାଖ୍ୟାନ କରିଛୁ। କାରଣ ଆଲୋଚନାରେ କୃଷକଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ଆମର ଦାବି। ସରକାର ଭାବୁଥିଲେ, ଏହା କେବଳ ପଞ୍ଜାବ କୃଷକଙ୍କ ଆନ୍ଦୋଳନ । ସରକାର ଆମକୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥିଲେ ବୋଲି ପ୍ରଫେସର ପାଲ କହିଛନ୍ତି।

ଆମେ କାହିଁକି ଏହି ଆଇନକୁ ବିରୋଧ କରୁଛୁ , ତାହା ଗୁରୁବାର ଲିଖିତ ଆକାରରେ ଦେବା ପାଇଁ ନିର୍ଣ୍ଣୟ ନେଇଛୁ । ଆମେ ଚାହୁଁଛୁ ୩ଟି ଆଇନକୁ ରଦ୍ଦ କରାଯାଉ, ନ ହେଲେ ତେଜିବ ଆନ୍ଦୋଳନ। ଦିଲ୍ଲୀ ବ୍ଲକ କରିଦେବୁ ବୋଲି ସେ କହିଛନ୍ତି।
ଆଉ ୫ ତାରିଖରେ ପୂରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଶ ପୁତ୍ତଳିକା ଦାହ କରିବାକୁ ଆହ୍ବାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri