ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ: ଡିଆର୍‌ସିଏସ୍‌ଙ୍କ ଅଫିସରେ ତାଲା ପକାଇ…

ବରଗଡ଼,୧।୯(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ତୁଟିନାହିଁ। ପଞ୍ଜୀକରଣ ଅବଧି ସରିଯିବା କାରଣରୁ ଅନେକ ଚାଷୀ ପଞ୍ଜୀକୃତ ହୋଇପାରିନାହାନ୍ତି। ଅନ୍ୟପକ୍ଷେ ଚାଷୀମାନେ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଁ ଦାବି କରିବା ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବରଗଡ଼ ଜିଲାର ଚାଷୀମାନେ ପୁଣି ତାତି ଉଠିଛନ୍ତି। ଏହି କ୍ରମରେ ସୋମବାର ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ବରଗଡ଼ ସମବାୟ ଉପନିବନ୍ଧକ (ଡିଆର୍‌ସିଏସ୍‌)ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଥିଲା। ପଞ୍ଜୀକରଣ ସମସ୍ୟାର ତ୍ୱରିତ ସମାଧାନ କରିବା ପାଇଁ ଚାଷୀମାନେ ଦାବି କରିଥିଲେ। ସଙ୍ଗଠନର ଅଭିଯୋଗ ଅନୁସାରେ, ଗତ ୨୬ତାରିଖରେ ପ୍ରଥମେ ବରଗଡ଼ ଜିଲାପାଳ ଏବଂ ପରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି ଚାଷୀ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରକୃତ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡିବେ ନାହିଁ ଏବଂ ଜିଲାପାଳ ଯେଉଁ ରିପୋର୍ଟ ଦେବେ, ସେହି ଆଧାରରେ ପଞ୍ଜୀକରଣ ଅବଧି ବଢିବ ବୋଲି କହିଥିଲେ। ସେହିପରି ୨ଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଯୋଗ୍ୟ ଚାଷୀ ପଞ୍ଜୀକରଣ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ଇତିମଧ୍ୟରେ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଚାଷୀମାନେ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ଆସି ପଞ୍ଜୀକରଣ ସମ୍ପର୍କରେ ପଚାରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଚାଷୀ ପ୍ରତିନିଧିମାନେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ୩ଘଣ୍ଟା ପରେ ସମବାୟ ଉପ ନିବନ୍ଧକ ଯୁଗଳ ଦାଶ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସିଧାସଳଖ କାର୍ଯ୍ୟାଳୟକୁ ପହଞ୍ଚତ୍ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଗତ ଡିସେମ୍ବର ୨୫ତାରିଖ ପର୍ଯ୍ୟନ୍ତ ଯେଉଁ ଚାଷୀମାନେ ସମବାୟ ସମିତିରେ ନିଜର କାଗଜପତ୍ର ଦେଇଛନ୍ତି, ସେମାନେ ନିଶ୍ଚିତ ପଞ୍ଜୀକୃତ ହୋଇ ପାରିବେ ବୋଲି ସେ କହିଥିଲେ। ଏହାପରେ ସଙ୍ଗଠନ ପକ୍ଷରୁ ତାଲା ଖୋଲି ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଲୋଚନା ମୁତାବକ ଆସନ୍ତା ଗୁରବାର ସୁଦ୍ଧା ପଞ୍ଜୀକରଣ ପୁଣି ଆରମ୍ଭ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି। ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନେକାଣ୍ଟି, ସୁରେଶ କର୍ଣ୍ଣ, ରବିଶଙ୍କର ପଧାନ, କରଣ ସାହୁ, ଈଶାନ୍ତ ଭୋଇ, ମନୋଜ ଖମାରୀ, କୋଶଲ ସେନାର ବୀରବଳ ମହାକୁଡ଼ଙ୍କ ସମେତ ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?