ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…

ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ କୋଟି ଟଙ୍କା ହରାଉଛନ୍ତି। ବିଶ୍ୱ କୃଷିର ମୋଟ ଘରୋଇ ଉତ୍ପାଦର ଏହା ପ୍ରାୟ ପାଞ୍ଚ ପ୍ରତିଶତ। ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ର ‘କୃଷି ଏବଂ ଖାଦ୍ୟ ସୁରକ୍ଷା ଉପରେ ବିପର୍ଯ୍ୟୟର ପ୍ରଭାବ’ ର ନୂତନ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଗତ ୩୦ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୬୯ ନିୟୁତ ଟନ ଧାନ ନଷ୍ଟ ହେଉଛି। ତୁଳନାତ୍ମକ ଭାବରେ, ଏହି କ୍ଷତି ୨୦୨୧ରେ ଫ୍ରାନ୍ସରେ ମୋଟ ଶସ୍ୟ ଉତ୍ପାଦନ ସହିତ ସମାନ। ସେହିଭଳି ଫଳ, ପନିପରିବା ଏବଂ ଆଖୁ ଫସଲରେ ବାର୍ଷିକ ପ୍ରାୟ ୪୦ ନିୟୁତ ଟନ କ୍ଷତି ରେକର୍ଡ କରାଯାଇଥିଲା, ଯାହାକି ୨୦୨୧ ମସିହାରେ ଜାପାନ ଏବଂ ଭିଏତନାମରେ ଫଳ ଏବଂ ପନିପରିବା ଉତ୍ପାଦନ ସହିତ ତୁଳନାତ୍ମକ ଭାବରେ ସମାନ। ବିପର୍ଯ୍ୟୟ ଯୋଗୁ ପ୍ରତିବର୍ଷ ହାରାହାରି ୧୬ ନିୟୁତ ଟନ ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ଦ୍ରବ୍ୟ ନଷ୍ଟ ହେଉଛି ।

ରିପୋର୍ଟ ଅନୁଯାୟୀ, ଏସିଆରେ ବିପର୍ଯ୍ୟୟ ଯୋଗୁ କୃଷି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତାଲିକାରେ ଆଫ୍ରିକା, ୟୁରୋପ ଏବଂ ଆମେରିକା ରହିଛନ୍ତି। ତେବେ ଏସିଆରେ ଏହି କ୍ଷତି କୃଷି ମୂଲ୍ୟର ଚାରି ପ୍ରତିଶତ ହୋଇଥିବାବେଳେ ଆଫ୍ରିକାରେ ଏହା ପ୍ରାୟ ଆଠ ପ୍ରତିଶତ ରହିଛିା।

ଏଫଏଓ କହିଛି ବିପର୍ଯ୍ୟୟ ହେତୁ ବିଶ୍ୱ ସମ୍ଭାବ୍ୟ ଫସଲ ଏବଂ ପ୍ରାଣୀପାଳନ ଉତ୍ପାଦନର ଚାରି ପ୍ରତିଶତ ହରାଇ ସାରିଛି। ଏହି କ୍ଷତି ପ୍ରତିବର୍ଷ ୬.୯ ଟ୍ରିଲିୟନ କିଲୋ କ୍ୟାଲୋରୀ କିମ୍ବା ୭୦ ଲକ୍ଷ ବୟସ୍କଙ୍କ ବାର୍ଷିକ କ୍ୟାଲୋରୀ ଗ୍ରହଣ ସହିତ ସମାନ। ଯଦି ଏହି କ୍ଷତି ଗରିବ, ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶ ପରିପ୍ରେକ୍ଷୀରେ ବ୍ୟାଖ୍ୟା କରାଯାଏ, ତେବେ ଦିନକୁ ୨୨ ପ୍ରତିଶତ କ୍ୟାଲୋରୀ କ୍ଷତି ହୋଇଥାଏ।

ଭାରତରେ ବିଗତ ବର୍ଷଗୁଡିକରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ସଂସଦରେ ସରକାରୀ ଉତ୍ତରରୁ ସଂଗୃହିତ ତଥ୍ୟରୁ ଜଣାପଡିଛି ୨୦୧୬ମସିହାରୁ ପ୍ରବଳ ବର୍ଷା ଓ ବନ୍ୟା ପରି ପାଣିପାଗ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ୩.୬୦ କୋଟି ହେକ୍ଟର କୃଷି ଜମି ପ୍ରଭାବିତ ହୋଇଛି। ୨୦୧୬ମସିହାରେ, ୬୦.୬୫ ଲକ୍ଷ ହେକ୍ଟରରେ ଫସଲରେ ହୋଇଥିବା କ୍ଷୟକ୍ଷତିର ଆକଳନ ୪,୦୫୨.୭୨ କୋଟି ଟଙ୍କା ଥିଲା । ଯଦି ଏହା ୨୦୧୬ ଠାରୁ ୩.୬୦ କୋଟି ହେକ୍ଟର ଚାଷ ଅଞ୍ଚଳରେ ପ୍ରୟୋଗ କରାଯାଏ, ତେବେ ଏହା ୨୯,୯୩୯ କୋଟି ଟଙ୍କାର ଏକ ବଡ କ୍ଷତିରେ ପରିଣତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?