Posted inଜାତୀୟ

‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’

ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍‌ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରାଯିବା ନେଇ ପ୍ରତିଶ୍ରୁତି ଦେଉଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇପାରି ନାହିଁ। ତେଣୁ ୨୦୨୪ ଲୋକ ସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଗୌଣ କରିଦେଇଥିଲା। ଭାଜପା ଶାସନରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେଲାନାହିଁ, ବରଂ ଆତ୍ମହତ୍ୟା ଦୁଇଗୁଣା ବୃଦ୍ଧି ପାଇଛି ବୋଲି ରବିବାର ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି-ଏସ୍‌ପି) ମୁଖ୍ୟ ଶରଦ ପାଓ୍ବାର ମହାରାଷ୍ଟ୍ରର ସୋଲାପୁର ଜିଲାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପର୍ଯ୍ୟାପ୍ତ ମୂଲ୍ୟ ପାଉ ନ ଥିବାରୁ ଋଣଗ୍ରସ୍ତ ହୋଇଗଲେଣି। ପ୍ରଧାନମନ୍ତ୍ରୀ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କ ଆୟ ତ ବଢ଼ିଲା ନାହିଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି। ଚାଷୀଙ୍କ କଷ୍ଟ ଲାଘବ ପାଇଁ ଋଣ ଛାଡ଼ କରାଯାଉ ବୋଲି ପାଓ୍ବାର କହିଛନ୍ତି।
ପାଓ୍ବାର ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ବର୍ତ୍ତମାନ ସରକାର ପରିବର୍ତ୍ତନ କରିବା ସମୟ ଉପନୀତ। ଭାଜପା-ଶିବସେନା (ଶିନ୍ଦେ) ସରକାରକୁ ହଟାଇ ଏପରି ଏକ ସରକାର ଗଢ଼ାଯିବା ଦରକାର, ଯିଏ କୃଷକ, ଯୁବ ଓ ମହିଳାଙ୍କ ସ୍ବାର୍ଥର ସୁରକ୍ଷା କରିବେ। କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର କୃଷକମାନଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ନିଜ କ୍ଷମତାର ଉପଯୋଗ କରୁନାହାନ୍ତି। ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରୁନାହାନ୍ତି। ନିଯୁକ୍ତି ଅଭାବ ଯୋଗୁ ଯୁବପିଢ଼ି ନିରାଶ ଓ ହତାଶ ହୋଇଗଲେଣି। ତେଣୁ ଆମକୁ ସରକାର ବଦଳାଇବାକୁ ପଡ଼ିବ ବୋଲି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ପାଓ୍ବାର କହିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ପାର୍‌ ସ୍ଲୋଗାନ ଦେଇ ୩୦୦ ଭିତରେ ସୀମିତ ହୋଇ ରହିଗଲା। ଆନ୍ଧ୍ର ଓ ବିହାରୀ ଦଳଗୁଡ଼ିକର ସମର୍ଥନରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ଅନ୍ୟଥା ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ଏକାଠି ହୋଇ ବର୍ଷିଲେ ଶତାଧିକ ମହିଳା

ମହାକାଳପଡ଼ା,୪ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଲେଖ ସୁନ୍ଦରୀ ପୀଠରେ ରବିବାର ୨୨ ନମ୍ବର ଜୋନସ୍ତରୀୟ ଭାଜପା ପକ୍ଷରୁ ଜନ ଆକ୍ରୋଶ…

ବଡ଼ ସୂଚନା; କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା, ଜାଣନ୍ତୁ କାରଣ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନର ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଭାଜପା ୧୨୩ଟି ଆସନରେ ଆଗୁଆ ଥିବା…

ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା…

ମୋହନ ନାୟକ ରାୟଗଡା ଯୁବ କଂଗ୍ରେସ ସଭାପତି

ଟିକିରି, ୪।୫ (ପ୍ରଫୁଲ୍ଲ କୁମାର ବେହେରା) ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ…

ଥାଲାପତିଙ୍କ ବିଜୟରେ ଖୁସି ହୋଇ ତିରୁପତି ପହଞ୍ଚିଲେ rumored ଗର୍ଲ ଫ୍ରେଣ୍ଡ? ଖୁସି ହେଉଛନ୍ତି ପ୍ରଶଂସକ

ଚେନ୍ନାଇ,୪।୫: ୪ ମଇ, ୨୦୨୬, ଦକ୍ଷିଣ ଭାରତୀୟ ସିନେମା ଏବଂ ତାମିଲନାଡୁ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ଉଭା ହୋଇଛି। ପ୍ରକୃତରେ, ଗୋଟିଏ ପଟେ,…

ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ…

IPLରେ ‘ଗଲଫ୍ରେଣ୍ଡ କଲ୍ଚର’ ଉପରେ ପୂର୍ଣ୍ଣଛେଦ ପକାଇବ BCCI! ଖେଳାଳିଙ୍କ ସାଥୀ ଆଉ…

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ…

ମଉଳିଗଲା TMCର ବଡ଼ ଆଶା, ସନ୍ଧ୍ୟା ୫ଟାରେ ଭାଜପା ମୁଖ୍ୟାଳୟ ଯିବେ ମୋଦି

ନୂଆଦିଲ୍ଲୀ,୪।୫: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରୁଛି। ଆସାମରେ ଭାଜପା ସରକାର କ୍ଷମତାକୁ ଫେରିବାକୁ ଯାଉଥିବା ବେଳେ, ବଙ୍ଗଳାରେ ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri