ବୀମା କମ୍ପାନୀ ଚକ୍ରବୂ୍ୟହରେ ଚାଷୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଉନାହାନ୍ତି। ବୀମା କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଷୀମାନେ ଫସି ଯାଇଛନ୍ତି। ଘରୋଇ କମ୍ପାନୀ ଲାଭ ଖାଉଛନ୍ତି। କେବଳ ବୀମା ନୁହେଁ, ଚାଷୀମାନେ ଋଣ ମଧ୍ୟ ପାଇ ପାରୁନାହାନ୍ତି। ଅଧିକ ସୁଧରେ ମହାଜନଠାରୁ ଋଣ ଆଣି ଶୁଝି ନ ପାରି ଆତ୍ମହତ୍ୟା କରୁଛନ୍ତି। ସରକାର ଚାଷୀ ଆତ୍ମହତ୍ୟାକୁ ବ୍ୟକ୍ତିଗତ କାରଣ ଦର୍ଶାଇ ଏଡ଼ାଇ ଯାଉଛନ୍ତି। ଗତ ଦୁଇ ବର୍ଷ ହେବ ରାଜ୍ୟର ବହୁ ଚାଷୀ ଫସଲ ବୀମା ପାଇନାହାନ୍ତି। ଫସଲ ବୀମାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।
ଫସଲ ବୀମା ଓ ଚାଷୀ ହତାଶ ପ୍ରସଙ୍ଗରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ମୁଲତବୀ ଆଲୋଚନା ଆରମ୍ଭ କରି କହିଲେ, ରାଜ୍ୟର ୧୦୪ ବ୍ଲକରେ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇନାହାନ୍ତି। ରାଜ୍ୟରେ ୩ଟି ଘରୋଇ କମ୍ପାନୀକୁ ଫସଲବୀମା ପାଇଁ ଦାୟିତ୍ୱ ଦିଆଯାଇଛି। ସେହି କମ୍ପାନୀ ଚାଷୀଙ୍କ ପ୍ରିମିୟମ ଖାଇ ବସି ଯାଉଛନ୍ତି। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ୨୦୨୦-୨୧ରୁ ଅନେକ ଚାଷୀ ଫସଲ ବୀମା ପାଇନାହାନ୍ତି। ବୀମା ପାଉ ନ ଥିବା ବେଳେ ଚାଷୀଙ୍କୁ ଋଣ ନ ଶୁଝିଲେ ଋଣ ଦିଆଯାଉ ନାହିଁ। ରାଜ୍ୟର ଚାଷୀ କିପରି ବୀମା ପାଇବେ, ରାଜ୍ୟ ସରକାର କେନ୍ଦ୍ରକୁ ଜଣାନ୍ତୁ। ଯଦି କେନ୍ଦ୍ର ସରକାର ଘରୋଇ କମ୍ପାନୀଙ୍କୁ ନିୟୋଜିତ କରିଛନ୍ତି, ତେବେ ସେ କଥା ଅଲଗା। ଚୋରଙ୍କ ହାତରେ ବୀମା ଦିଆଯାଇଛି। କମ୍ପାନୀ ଲାଭ ଖାଉଛନ୍ତି। ଚାଷୀଙ୍କୁ ଲୁଟିବାକୁ ଛାଡ଼ି ଦେଇଛନ୍ତି। ଯେଉଁମାନେ ଋଣ ଶୁଝିନାହାନ୍ତି, ସରକାର ସେମାନଙ୍କୁ ତୁରନ୍ତ ଋଣ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ୨୦୧୫ରେ କେନ୍ଦ୍ର ସରକାର ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କଲେ। ବୀମା କମ୍ପାନୀ ସହ କେନ୍ଦ୍ର ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଜିଲାସ୍ତରରେ ଟେଣ୍ଡର କରାଯାଇ ବୀମା କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ୧୧ଟା କ୍ଲାଇମେଟିକ ଜୋନ୍‌ କରାଯାଇଥିବା ବେଳେ ୬ଟି କ୍ଲଷ୍ଟର କରାଯାଇଛି। ଓଡ଼ିଶା ସରକାର ଓ ବୀମା କମ୍ପାନୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ସାରା ରାଜ୍ୟରେ ୫୮ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଭାଜପା ସଭ୍ୟ ନାଉରୀ ନାୟକ, ସୁବାସ ପାଣିଗ୍ରାହୀ ବୀମା ଓ ଋଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ବ୍ୟାପକ ଦୁର୍ନୀତି ଯୋଗୁ ଯୋଗ୍ୟ ଚାଷୀ ବୀମା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ୪୭% ଚାଷୀ ଋଣଚିନ୍ତାରେ ପଡିଛନ୍ତି। ଚାଷୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ମୁଲତବୀ ପ୍ରସ୍ତାବକୁ ବିରୋଧ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ଦେବେଶ ଆଚାର୍ଯ୍ୟ, ରାଜକିଶୋର ଦାସ ପ୍ରମୁଖ କହିଥିଲେ ଯେ, ଜାତୀୟସ୍ତରରେ ୧୭% ଚାଷୀ ସମବାୟ ଓ ଅନ୍ୟାନ୍ୟ ବ୍ୟାଙ୍କ ଜରିଆରେ ଋଣ ପାଉଥିବା ବେଳେ ଓଡ଼ିଶାରେ ୬୦% ଚାଷୀ ଋଣ ପାଉଛନ୍ତି। ୨୦୧୭-୧୮ରେ ରାଜ୍ୟରେ ଚାଷୀଙ୍କୁ ୧୧ ହଜାର କୋଟି ଋଣ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହା ୧୬ ହଜାର କୋଟିରେ ପହଞ୍ଚିଲାଣି। ଚାଷୀମାନେ କିପରି ବୀମା ପାଇପାରିବେ ସରକାର ଉଦ୍ୟମ କରନ୍ତୁ।
ଉତ୍ତରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ରାଜ୍ୟରେ କୃଷିର ବିକାଶ ହେଉ ନ ଥିଲେ ରାଜ୍ୟ ସରକାର ବାରମ୍ବାର କୃଷି କର୍ମଣ ପୁରସ୍କାର ପାଉ ନ ଥା’ନ୍ତେ। ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇନାହାନ୍ତି। ସେମାନେ କିପରି ପାଇବେ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି। ରାଜ୍ୟରେ ଚାଷୀମାନଙ୍କୁ କୃଷିଋଣ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୧୭-୧୮ରେ ୩୦.୭୪ ଲକ୍ଷ ଚାଷୀଙ୍କୁ ୧୧ ହଜାର କୋଟି, ୨୦୧୮-୧୯ରେ ୩୩.୬୧ ଲକ୍ଷ ଚାଷୀଙ୍କୁୁ ୧୨,୮୧୦ କୋଟି, ୨୦୧୯-୨୦ରେ ୩୪.୪୦ ଲକ୍ଷ ଚାଷୀଙ୍କୁ ୧୫,୧୮୯ କୋଟି ଏବଂ ୨୦୨୦-୨୧ରେ ୩୪.୬୪ ଲକ୍ଷ ଚାଷୀଙ୍କୁ ୧୬,୦୯୪ କୋଟି ଟଙ୍କାର ଶସ୍ୟଋଣ ଦିଆଯାଇଛି। ଚଳିତ ଖରିଫ ଋତୁରେ ୯ ହଜାର କୋଟି ଟଙ୍କା ଋଣଦେବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୧୧.୫୮ ଲକ୍ଷ ଚାଷୀଙ୍କୁ ୫,୪୫୩ କୋଟି ଟଙ୍କା କୃଷି ଋଣ ଯୋଗାଇ ଦିଆଯାଇଛି। ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ବିରୋଧୀ ଦଳ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri