ଟ୍ୟାଗ୍‌, ଟୋକନ ସମସ୍ୟାରେ ଚାଷୀ ହନ୍ତସନ୍ତ: ମଣ୍ଡିରେ ପଡ଼ିଛି ୧୧ ଲକ୍ଷ ୬ ହଜାର ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୧(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ପ୍ରାୟ ଦେଢ ମାସ ବିତିଯାଇଛି। ମାତ୍ର ସମସ୍ତ ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରିନାହିଁ। ଯେଉଁ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚତ୍ଛି ସେମାନେ ମଣ୍ଡିରେ ଧାନ ପକାଇଛନ୍ତି। ମାତ୍ର ମିଲର୍ସଙ୍କୁ ଧାନ ଉଠାଇବା ପାଇଁ ଟ୍ୟାଗ ମିଳିନାହିଁ। ମିଲର୍ସ ପାଖକୁ ସରକାରଙ୍କଠାରୁ ଯେତିକି ଟ୍ୟାଗ ଧାନ ବିକ୍ରି ପାଇଁ ଆସିବା କଥା ଆସୁନାହିଁ, ସେଥିପାଇଁ ଚାଷୀଙ୍କ ଧାନ ଖୋଲା ଆକାଶରେ ପଡ଼ି ରହିଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଯୋଗାଣ ବିଭାଗ ମଧ୍ୟ ହାତ ଟେକି ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ମାତ୍ର ଜିଲା ପ୍ରଶାସନଠାରୁ ଯୋଗାଣ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଧାନ କିଣାବିକା ଠିକ୍‌ଠାକ୍‌ ଚାଲିଥିବା କହୁଥିବା ବେଳେ ବାସ୍ତବରେ କିନ୍ତୁ ଏବେ ବି ଚାଷୀ ଧାନ ବିକ୍ରି କରିପାରୁ ନାହିଁ। ଗୋଟିଏ ପଟେ କଟ୍‌ନି ଛଟ୍‌ନି ପାଇଁ ଚାଷୀ ଅସନ୍ତୁଷ୍ଟ ରହୁଥିବା ବେଳେ ଅନେକ ଚାଷୀ ସେମାନଙ୍କ ଟୋକନ ତାରିଖ କେବେ ଆସିବ ଓ ସେମାନେ ମଣ୍ଡିକୁ କେବେ ଧାନ ନେବେ ସେହି ଅପେକ୍ଷାରେ ଶୀତ କାକରରେ ନିଜର ଅମଳ ଧାନକୁ ଧରି ଜଗିବସିଛନ୍ତି। ଦିନକୁ କେଉଁ ମଣ୍ଡିରେ କେତେ କୁଇଣ୍ଟାଲ ଧାନ କିଣାଯିବ ତାହା ଯୋଗାଣ ବିଭାଗ ସ୍ଥିର କରୁଛି। ଗୋଟିଏ ମଣ୍ଡିକୁ ଦିନକୁ ମାତ୍ର ୧୫୦ରୁ ୨୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ହେଉଛି। ଯାହାକି ଧାନ ବିକ୍ରିକୁ ମନ୍ଥର କରି ଦେଇଛି। ପଦ୍ମପୁର ବ୍ଲକ ଉପାନ୍ତ ମଣ୍ଡି ଦହିତା, ଦହିଗାଁ, ବୁଡେନ, ଜମଲା, କନସିଂହା ସମେତ ଉପଖଣ୍ଡର ପାଇକମାଳ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ୯୨ ଗୋଟି ମଣ୍ଡିରେ ଅଚଳାବସ୍ଥା ଦେଖାଯିବା ସହିତ ଧାନ ବିକ୍ରି ହେଉ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି । ସୋମବାର ଶୁଦ୍ଧା ପଦ୍ମପୁର ଉପଖଣ୍ଡ ୯୨ ମଣ୍ଡିରେ ୧୧ ଲକ୍ଷ ୬ ହଜାର ୭୯୩ ପ୍ୟାକେଟ ଧାନ ପଡ଼ି ରହିଥିବା ନିମନ୍ତ୍ରିତ ବଜାର କମିଟିର ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଧାନ ଉଠାଣ ସମ୍ପର୍କରେ ପଦ୍ମପୁର ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପଧାନ, ବ୍ଲକ ଯୋଗାଣ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସେହିପରି ଚଳିତବର୍ଷ ସବୁଠାରୁ ବଡ଼ ବ୍ୟତିକ୍ରମ ହେଲା ଟୋକନ ସମସ୍ୟା। ଆଜି ପର୍ଯ୍ୟନ୍ତ ମଧ୍ୟ ଚାଷୀଙ୍କ ଟୋକନ ଆସି ନାହିଁ। ଯେଉଁ ଚାଷୀମାନଙ୍କ ଟୋକନ ଆସିଛି ଧାର୍ଯ୍ୟ ଜମି ପରିମାଣରୁ ବହୁତ କମ ଆସିଛି। ତେଣୁ ଚାଷୀ ସେମାନଙ୍କ ଅମଳ ଧାନ ବାଧ୍ୟ ହୋଇ ଦଲାଲ ହାତରେ ଟେକି ଦେଉଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri