ଧାନ ଦର, ବିକ୍ରି ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ: ମଣ୍ଡି ଖୋଲିନି, ମାତିଲେଣି ଧାନ ବେପାରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋରଦାର ଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନବିକ୍ରି ତ ଦୂରର କଥା, ମଣ୍ଡିଗୁଡ଼ିକ ମଧ୍ୟ ଖୋଲି ନାହିଁ। ନଭେମ୍ବର ମାସ ୨୦ତାରିଖରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତାହା ହେଲା ନାହିଁ। ପରେ ଚଳିତ ମାସ ୨୫ତାରିଖ ରାଜ୍ୟରେ ଧାନ କିଣାବିକା ଆରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ କହିଥିଲେ। ଅନ୍ୟପଟେ ବରଗଡ଼ ଜିଲାରେ ନଭେମ୍ବର ମାସ ୨୮ତାରିଖ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ମଧ୍ୟ ପହଞ୍ଚି ନ ଥିବା ଚାଷୀମାନେ କହିଛନ୍ତି। ସେହିପରି ପୂର୍ବବର୍ଷ ଭଳି ଏଥର ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇପାରି ନାହିଁ। ଏପରି କି ଏଥର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି ହୋଇଥିବାରୁ ଚାଷୀମାନେ ବୋନସ ରାଶି ସହିତ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ନା ପୂର୍ବଭଳି ତାହା କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ସୀମିତ ରହିଯିବ, ସେ ନେଇ ମଧ୍ୟ ଚାଷୀମାନେ ଅନିଶ୍ଚିତତାରେ ରହିଛନ୍ତି। ଏଥିରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରଶାସନ କେତେ ପ୍ରସ୍ତୁତ, ତାହା ସହଜରେ ବାରି ହୋଇପଡୁ ଥିବାବେଳେ ଧାନବିକ୍ରି ନେଇ ଚାଷୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳିସ୍ଥଳେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଅତାବିରା, ଗୋଡ଼ଭଗା, କଲାପାଣି ଭଳି କେତେକ ମଣ୍ଡିରେ ଚାଷୀମାନେ ବାଧ୍ୟ ହୋଇ ଧାନ ପୂରାଇଛନ୍ତି। ତେବେ ଚାଷୀମାନେ ମଣ୍ଡିରେ ଧାନ ସିନା ଭର୍ତ୍ତି କରିଛନ୍ତି, ତାକୁ କେବେ କିଣାଯିବ, ସେହି ଚିନ୍ତା ଚାଷୀଙ୍କୁ ଘାରିଛି।
ନୂଆ ସରକାର ଆସିବା ପରେ ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ନିଶ୍ଚିତ ଭାବେ ଚାଷୀଙ୍କ ମନରେ ଖୁସି ଆଣିଛି। ମାତ୍ର ପଞ୍ଜୀକରଣର ନୂଆନୀତିଠାରୁ ଆରମ୍ଭ କରି ମଣ୍ଡିରେ ଗ୍ରେନ ଆନାଲାଇଜର ଦ୍ୱାରା ଧାନର ଗୁଣମାନ ନିର୍ଦ୍ଧାରଣ, ଅନେକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିବା ଏବଂ ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟା ଯୋଗୁ ଚାଷୀଙ୍କ ଦୁଃଖ ବଢ଼ି ଯାଇଛି। ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ଚାଷୀମାନେ ନିଜର ହକ୍‌ ଦାବି କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୀର୍ଘ ୧୧ଦିନ ଧରି ଶୀତ, କାକରରେ ଦିନରାତି ଧାରଣାରେ ବସିଥିଲେ। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ପଞ୍ଜୀକୃତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାକୁ ସ୍ଥଗିତ ରଖି ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଅପେକ୍ଷାରେ ଅଛନ୍ତି। ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିଥାଏ। ମାତ୍ର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତିକ୍ରମେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉମାତ୍ର ୪ଦିନ ବାକି ଥିବାବେଳେ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ।
ଅନ୍ୟପଟେ ଜିଲାର ସମସ୍ତ ବ୍ଲକରେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ପଡ଼ି ରହିଛି। ଅନେକ ଅଞ୍ଚଳରେ ରାସ୍ତା ଉପରେ ମଧ୍ୟ ଚାଷୀମାନେ ଧାନ ଶୁଖାଇ ରଖିଛନ୍ତି। ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସେହି ଅମଳ ଧାନକୁ ଶୀତ, କାକର ସହି ଜଗି ରହିଛନ୍ତି। ସେହିପରି ଧାନବିକ୍ରି କରି ପାରି ନ ଥିବାରୁ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଚାଷୀମାନେ କହିଛନ୍ତି। ଅପରପକ୍ଷେ ବେପାରୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ବେପାରୀମାନଙ୍କ ଦ୍ୱାରା କମ୍‌ ଦରରେ ବିଭିନ୍ନ ସ୍ଥାନରେ ଧାନକିଣା ଆରମ୍ଭ ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ରାଇସ୍‌ ମିଲ୍‌ ଗୋଦାମରେ ଭର୍ତ୍ତି ହୋଇଥିବା ଚାଉଳ ଖାଲି ସହିତ ବିଭିନ୍ନ ଦାବି ପୂରଣ କରା ନ ଗଲେ ମିଲର୍ସମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବେ ନାହିଁ ବୋଲି ପୂର୍ବରୁ ଖବରଦାତା ସମ୍ମିଳନୀରେ ଘୋଷଣା କରିଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ନ ହେଉଣୁ କମ୍‌ ଦରରେ କିଣାଯାଇଥିବା ଧାନ ବିଭିନ୍ନ ରାଇସ୍‌ ମିଲକୁ ଯାଉଥିବା ସଂଯୁକ୍ତ କୃଷକ ସଂଗଠନ ଅଭିଯୋଗ କରିଛି। ବେଆଇନ ଭାବେ ଧାନକିଣା ବନ୍ଦ କରିବା ସହିତ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ରାଇସ୍‌ ମିଲଗୁଡ଼ିକର ଧାନ, ଚାଉଳ ଷ୍ଟକ ଯାଞ୍ଚ କରିବା ପାଇଁ ସଂଗଠନ ଦାବି କରିଛି। ଏହି ଦାବି ନେଇ ସୋମବାର ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?