ଚାଷୀଙ୍କ ଆଶା ଧୂଳିସାତ୍‌: ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସରକାରଙ୍କ ବିଭନ୍ନ ଯୋଜନା ଅନୁଯାୟୀ ଗଭୀର ନଳକୂପ ଖନନ କରିଛନ୍ତି। ମାତ୍ର ବର୍ଷବର୍ଷ ଧରି ସେଠାକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଫଳରେ ଗଭୀର ନଳକୂପ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାବେଳେ ଚାଷକାର୍ଯ୍ୟ ନେଇ ଚାଷୀଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇ ପଡ଼ିଛି। ଏହାକୁ ନେଇ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ସୋହେଲା ବ୍ଲକ ରେଙ୍ଗାଲି ପଞ୍ଚାୟତ ବିରିପାଲି ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ସେମାନେ ଖୋଲିଥିବା ଗଭୀର ନଳକୂପକୁ ବିଦ୍ୟୁତ୍‌ ସଂଯୋଗ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ୨୦୨୨-୨୩ ଆର୍ଥିକ ବର୍ଷରେ ଉପରୋକ୍ତ ଗ୍ରାମର ଚାଷୀମାନେ ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ଖୋଲିଥିଲେ। ଏଥିପାଇଁ ଆବଶ୍ୟକ କାଗଜାତ୍‌ ସହିତ ଅଗ୍ରୀମ ଦେୟ ମଧ୍ୟ ପଇଠ କରିଥିଲେ। ତେବେ ଗଭୀର ନଳକୂପ ଖୋଲାଗଲା। କିନ୍ତୁ ଏପର୍ଯ୍ୟନ୍ତ ୨ଟି କ୍ଲଷ୍ଟରକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫେରାଦ ହୋଇ ସେ ନେଇ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନାହିଁ। ଅନ୍ୟପଟେ ସେଠାକୁ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ରୋକଠୋକ୍‌ ମନା କରି ଦେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନେତୃତ୍ୱରେ ନାରାୟଣ ସାହୁ, ମୋହିତ ସାହୁ, ରାଜକୁମାର ସା, ସାନନ୍ଦ ଭୋଇ, ରଞ୍ଜନ ଭୁଏ, ଛାଲୁ ଭୁଏ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ…

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

ଗଜପତି ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ଭାଗବତ ସାମଲ କଲ୍ୟାଣ ରାଓ

ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍‌-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ…

ଲୋହରାଖଣ୍ଡି ନଦୀ ପାର ହେବା ବେଳେ ବୁଡ଼ିଯାଇ ଚାଲିଗଲା ଚାଷୀଙ୍କ ଜୀବନ, ଶୋକରେ…

ଭଞ୍ଜନଗର, ୧୦।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରୀବାଡ଼ି ଗ୍ରାମର ଜଣେ ଚାଷୀ ଲୋହରାଖଣ୍ଡି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ…

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri