ଚାଷୀଙ୍କୁ ଭୟ ମେଘୁଆ ପାଗ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ଧାନ ସଂଗ୍ରହ ପ୍ରକ୍ରିୟାକୁ ମଙ୍ଗଳବାର ୧୫ ଦିନ ପୂରିଛି। ଧାନ ସଂଗ୍ରହ ପାଇଁ ଜିଲାରେ ମଣ୍ଡି ଖୋଲିଛି। କିନ୍ତୁ ଟୋକନ କଟକଣା ଯୋଗୁ ଚାଷୀମାନେ ଧାନ ବିକ୍ରି କରିପାରୁନାହାନ୍ତି। ଧାନ ଅମଳ ସାରିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ଶେଷ ସପ୍ତାହ ଏବଂ ୨୦୨୪ ଜାନୁୟାରୀ ମାସ ରହିଛି। ଫଳରେ ଅମଳ ଧାନ କ୍ଷେତ, ଖଳା ଏବଂ ମଣ୍ଡିର ଖୋଲା ଆକାଶତଳେ ବିକ୍ରି ଅପେକ୍ଷାରେ ପଡ଼ିରହିଛି। ଅପରପକ୍ଷେ ମଙ୍ଗଳବାର ଝିପିଝିପି ବର୍ଷା ଏବଂ ମେଘୁଆ ପାଗ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ବରଗଡ଼ ଜିଲାରେ ନଭେମ୍ବର ୧୫ ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀମାନେ ପ୍ରଶାସନଠାରେ ଦାବି କରିଥିଲେ। କିନ୍ତୁ ଚାଷୀଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନ ଥିଲା ଏବଂ ନଭେମ୍ବର ୨୧ତାରିଖରୁ ଧାନ ସଂଗ୍ରହ ପାଇଁ ଜିଲାରେ ୨୨୦ ମଣ୍ଡି ଖୋଲାଯାଇଛି। ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି ସତ, କିନ୍ତୁ ଟୋକନ କଟକଣା ଯୋଗୁ ଚାଷୀମାନେ ମଣ୍ଡିକୁ ମଧ୍ୟ ଧାନ ଆଣିପାରିନାହାନ୍ତି। ଅନ୍ୟପଟେ ମଣ୍ଡି ଖୋଲିବା ଦାବି ନେଇ ପ୍ରଶାସନ ସେମାନଙ୍କ କଥା ଶୁଣି ନ ଥିବା ପ୍ରତିବାଦରେ ଜିଲାର ବରଗଡ଼ ବ୍ଲକ କଲାପାଣି ସମେତ ଅତାବିରା ବ୍ଲକର ଅତାବିରା, ଗୋଡ଼ଭଗା ଅଞ୍ଚଳର ବହୁ ଚାଷୀ ନିକଟସ୍ଥ ମଣ୍ଡିରେ ଗତ ନଭେମ୍ବର ୧୫ତାରିଖରୁ ସେମାନଙ୍କ ଅମଳ ଧାନ ପୂରାଇ ରଖିଛନ୍ତି। କିନ୍ତୁ ଟୋକନ କଟକଣା ଯୋଗୁ ସମ୍ପୃକ୍ତ ଚାଷୀଙ୍କ ଧାନ ମଧ୍ୟ ଏପର୍ଯ୍ୟନ୍ତ ବିକ୍ରି ହୋଇ ନ ପାରି ମଣ୍ଡିରେ ପଡ଼ି ରହିଛି।
କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ତାଙ୍କ ଧାନ ଅମଳ ସରିଯାଇଛି। ଗତ ନଭେମ୍ବର ୧୫ତାରିଖ ପ୍ରଥମ ପର୍ଯ୍ୟାୟରେ କଲାପାଣି ମଣ୍ଡିରେ ସେ ୧୮୦ ପ୍ୟାକେଟ୍‌ ଧାନ ପୂରାଇଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମଣ୍ଡି ଖୋଲିବା ଦିନ ଅର୍ଥାତ୍‌ ଗତ ମାସ ୨୧ତାରିଖରେ ଆହୁରି ୧୨୦ ପ୍ୟାକେଟ୍‌ ଧାନ ଏହି ମଣ୍ଡିରେ ପକାଇଛନ୍ତି। କିନ୍ତୁ ତାଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଡିସେମ୍ବର ୨୮ତାରିଖ ରହିଛି ବୋଲି ସେ କହିଛନ୍ତି। ସେହିପରି କଲାପାଣି ଗ୍ରାମର ଅନ୍ୟ ଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ତାଙ୍କ ଧାନ ଅମଳ ସରିଯାଇଛି। ଗତ ମାସ ୧୫ତାରିଖରେ ସେ କଲାପାଣି ମଣ୍ଡିରେ ୮୦ ପ୍ୟାକେଟ୍‌ ଧାନ ରଖିଥିଲେ। କ୍ଷେତ, ଖଳାରେ ଆହୁରି ୨୦୦ରୁ ଅଧିକ ପ୍ୟାକେଟ୍‌ ଧାନ ପଡ଼ି ରହିଛି। କିନ୍ତୁ ଟୋକନରେ ବିକ୍ରି ଦିବସ ବିଳମ୍ବ ଯୋଗୁ ସେ ତାଙ୍କ ଧାନ ବିକ୍ରି ହୋଇପାରୁନାହାନ୍ତି। ବର୍ଷାରେ ଧାନ କ୍ଷତିଗ୍ରସ୍ତ ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି।
ଜିଲାର କେବଳ ଏହି ଦୁଇ ଚାଷୀ ନୁହଁନ୍ତି, ଅଧିକାଂଶ ଚାଷୀ ଏଭଳି ସମସ୍ୟାରେ ଛନ୍ଦି ହୋଇଛନ୍ତି। ଟୋକନ କଟକଣା ଯୋଗୁ ଧାନ ବିକ୍ରି କରି ପାରୁ ନ ଥିବା ଯୋଗୁ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ମଧ୍ୟ ସେମାନେ ପାରିଶ୍ରମିକ ଦେଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ବେପାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଟୋକନ କଟକଣା ବେପାରୀ ଏବଂ ମିଲର୍ସଙ୍କୁ ସୁହାଉଛି ବୋଲି ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆ କହିଛନ୍ତି। କିଛି ଅଧିକାରୀ, ମିଲର୍ସ, ବେପାରୀ ମିଳିମିଶି ଚାଷୀଙ୍କୁ ଶୋଷଣ କରିବା ପାଇଁ ଟୋକନ କଟକଣା ଏକ ଷଡ଼ଜନ୍ତ୍ର କହିଲେ ଭୁଲ ହେବନାହିଁ ବୋଲି ବଣିଆ ଅଭିଯୋଗ କରିଛନ୍ତି। ପଞ୍ଜୀକରଣ ସମୟରେ ଚାଷୀମାନେ ସମ୍ଭାବ୍ୟ ଅମଳ ତାରିଖ ଉଦ୍ଦିଷ୍ଟ ଆବେଦନ ପତ୍ରରେ ଉଲ୍ଲେଖ କରୁଛନ୍ତି। ମାତ୍ର ତାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ ଏବଂ ମିଲର୍ସଙ୍କ ସହିତ ଅସାଧୁ ମେଣ୍ଟ କରି ସମ୍ପୃକ୍ତ ଅଧିକାରୀମାନେ ଟୋକନରେ ମନଇଚ୍ଛା ବିକ୍ରି ଦିବସ ଉଲ୍ଲେଖ କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ହେବା ଦରକାର ବୋଲି ବଣିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri