ଋଣ ଶୁଝିବା ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୨୬ା୯: ବନ୍ୟାଜଳରେ ଏକ ସପ୍ତାହ ଧରି ଜଳବନ୍ଦୀ ଜୀବନ ବିତାଇଥିବା ଗ୍ରାମବାସୀଙ୍କ ଏକର ଏକର ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଛି। ଏଥିଯୋଗୁ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଅନେକ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଚାଷ କାର୍ଯ୍ୟ ପାଇଁ ଧାର ଓ ସମିତିରୁ ଋଣ ଆଣିଥିବା ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଋଣ ଟଙ୍କା କିପରି ଶୁଝିବେ ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ସ୍ବଳ୍ପ ବର୍ଷା ଯୋଗୁ ଚାଷୀମାନେ ହତାଶ ହୋଇପଡ଼ିଥିଲେ। ଜମି ଫାଟି ଅଁା କରିଥିଲା। ମରୁଡ଼ିି ଭଳି ପରିସ୍ଥିିତି ଉପୁଜିଥିଲା। ଅଗଷ୍ଟରେ ଲଘୁଚାପ ବର୍ଷା ଆଶ୍ୱସ୍ତି ଆଣିଥିଲା। ଏହି ସମୟରେ ହୀରାକୁଦରୁ ଗେଟ୍‌ ଖୋଲାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣି ଏବଂ ଦୟା ନଦୀ ଫୁଲିବାକୁ ଆରମ୍ଭ କରିଥିଲା। ଜଳସ୍ତର ବଢ଼ିି ପଛୁଆ ପାଣି ଏହି ୩ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ରାୟପୁର, କୃଷ୍ଣପୁର, ଲେଖନପୁର, ତେନ୍ତୁଳମୁହଁ, ଧବଳପୁର, ବଳପୁର, ଓରମୀ, ହାଡ଼ପଦା, ଶରଧାପୁର ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିଲା। ଧୀରେ ଧୀରେ ବନ୍ୟାଜଳ ଗଁା, ମନ୍ଦିର, ସ୍କୁଲ, କୋଠଘର ସମେତ ଚାଷଜମି ବୁଡିଯାଇଥିଲା। ଏବେ ବନ୍ୟାଜଳ ଛାଡିବା ପରେ ଏହି ଗ୍ରାମଗୁଡିକ ସ୍ବାଭାବିକ ସ୍ଥିତିକୁ ଫେରିଛି। ଚାଷଜମିରୁ ବନ୍ୟାଜଳ ନ ଖସିବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମବାସୀ କ୍ଷୁଦ୍ର ଚାଷୀ। ୩ମାସ ଧରି ଜମିରେ ଦିନରାତି ଏକ କରି ଧାନ ରୋଇଥିଲେ। ତେବେ ଶେଷ ପର୍ଯ୍ୟାୟରେ ବନ୍ୟାଜଳ ମାଡିଯିବାରୁ ନଷ୍ଟ ହୋଇଯାଇଛି। ଧାନକେଣ୍ଡା ମୂଳରୁ ନଇଁ ଭାଙ୍ଗିଯାଇଥିବା ବେଳେ ପଚିଶଢି ଯାଇଛି। ଚାଷୀମାନେ ଧାର କରିବା ସହ ବିଭିନ୍ନ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟ କରିଥିଲେ। ଫସଲ ଭଲ ହେଲେ ଋଣ ଶୁଝିଦେବୁ। ଏପରି ସ୍ବପ୍ନ ଦେଖିଥିବା ଅନେକ ଚାଷୀଙ୍କ ଆଶା ଏବେ ଧୂଳିସାତ ହୋଇଯାଇଛି। ଧବଳପୁର ଗ୍ରାମର ପ୍ରମୋଦ ମହାନ୍ତି କହିଛନ୍ତି, ଗତବର୍ଷ ବନ୍ୟାଜଳ ମାଡି ଫସଲ ନଷ୍ଟ ହୋଇଥିଲା। କ୍ଷତିଭରଣା ହୋଇ ନ ଥିବା ବେଳେ ଚଳିତବର୍ଷ ପୁଣି ଫସଲ ସବୁ ଧୋଇଯାଇଛି। ଆଉ କିଛି ନାହିଁ, କିପରି ଚଳିବୁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟ ଜଣେ ଚାଷୀ କହିଛନ୍ତି, ଏହି ଗ୍ରାମଗୁଡିକର ରାଜୁଆ ନଦୀ ଦୁଃଖ ପାଲଟିଛି। ପ୍ରତିବର୍ଷ ଖରିଫ ଋତୁରେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦାବିପତ୍ର ଦିଆଯାଉଛି। କେବଳ ପ୍ରତିଶ୍ରୁତି ମିଳୁଛି, କାର୍ଯ୍ୟକାରୀ ହେଉନାହିଁ। ଶରଧାପୁର, ଲେଖନପୁର ନିକଟରେ ଏକ ଆଡିବନ୍ଧ ନିର୍ମାଣ ସ୍ବପ୍ନରେ ରହିଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri