ଫୁଲଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି ଚାଷୀ

ମାଲକାନଗିରି, ୩୧ା୩ (ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲାରେ ଫୁଲଚାଷ ପାଇଁ ଭିତ୍ତିଭୂମି, ଉପଯୁକ୍ତ ଜଳବାୟୁ, ଉର୍ବର ମୃତ୍ତିକା ଥିବା ସତ୍ତ୍ୱେ ଏଠାରେ ଫୁଲ ଚାଷ ପାଇଁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଜିଲାବାସୀ ବିଭିିନ୍ନ ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ ଓ ସଭା ସମିତି ପାଇଁ ଫୁଲ ଖୋଜିଲେ ଆବଶ୍ୟକ ପରିମାଣରେ ମିଳୁନାହିଁ। ଫୁଲ ରାଜ୍ୟ ବାହାରୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ବିଶେଷକରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ୍‌, ସାଲୁର, ଛତିଶଗଡ଼ ରାୟପୁର, ଜଗଦଲପୁର, ତେଲଙ୍ଗାନାର ହାଇଦ୍ରାବାଦ ଓ ସିକନ୍ଦରାବାଦ ଇତ୍ୟାଦି ସ୍ଥାନରୁ ଫୁଲ କ୍ରୟ କରାଯାଉଛି। ଉଦ୍ୟାନ, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଚାଷୀଙ୍କୁ ଫୁଲ ଚାଷ ସମ୍ବନ୍ଧରେ ବିଭିନ୍ନ ଅଞ୍ଚଳରେ ତାଲିମ ଦିଆଯିବା ସହ ଉତ୍କୃଷ୍ଟ ଫୁଲଚାରା, ମୃତ୍ତିକା ପରୀକ୍ଷା, ଫୁଲଚାଷ ପାଇଁ ବିଭିନ୍ନ ପ୍ରଣାଳୀ, କୀଟନାଶକ ପ୍ରୟୋଗ, ଜୈବିକ ଖତ ସାର, ଇତ୍ୟାଦି ସମ୍ବନ୍ଧରେ ତାଲିମ ଦିଆଯାଉଥିଲେ ମଧ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଉ ନ ଥିବା ଏମ୍‌ଭି ୧୦ ଗ୍ରାମର ଚାଷୀ ସୁବାସ ଚନ୍ଦ୍ର ମଣ୍ଡଳ କହିଛନ୍ତି।
ମଣ୍ଡଳ ଆହୁରି କହିଛନ୍ତି, ଅଧ ଏକର ଜମିରେ ଫୁଲଚାଷ କରିବା ପାଇଁ ମାଲକାନଗିରି ଉଦ୍ୟାନ ବିଭାଗ ତରଫରୁ ମୋତେ ଚାରା ଯୋଗାଇ ଦିଆଯାଇଥିଲା। ନିଜସ୍ବ ଖର୍ଚ୍ଚରେ ସେ ତାଙ୍କ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ। କିନ୍ତୁ ଆଜକୁ ୪ ମାସ ହେଲା ବିଭାଗର କୌଣସି ପଦାଧିକାରୀ ମୋର ଫୁଲ ଚାଷ କ୍ଷେତ୍ର ପରିଦର୍ଶନ କିମ୍ବା ବୈଷୟିକ ଜ୍ଞାନକୌଶଳ ଓ ଆର୍ଥିକ ପ୍ରୋତ୍ସାହନ ଦେଇନାହାନ୍ତି। ଫଳରେ ମୁଁ ଋଣ କରି ଏହି ଚାଷ କରିଛି। ତେବେ ଫୁଲର ଚାହିଦା ଥିବାରୁ ଦୀର୍ଘ ୫ କି.ମି.ରାସ୍ତା ଅତିକ୍ରମକରି ମାଲକାନଗିରି ସହରରେ ଫୁଲ ବ୍ୟବସାୟୀଙ୍କୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ସରକାର ମୋତେ ଆର୍ଥିକ ସହାୟତା ସହ ଏହି ଫୁଲ କ୍ଷେତରେ ଅଧିକ ଅମଳ ହୋଇ ପାରିବ ସେ ସମ୍ବନ୍ଧରେ ବୈଷୟିକ ସହାୟତା ଦେଲେ ଗେଣ୍ଡୁ ବ୍ୟତୀତ ଅନ୍ୟ ଫୁଲ ଚାଷ ମଧ୍ୟ କରିପାରିବି। ଅନ୍ୟ ଚାଷୀମାନେ ମୋର ଚାଷ ଦେଖି ଫୁଲଚାଷରେ ଆଗ୍ରହ ବଢ଼ାଇବେ ା ବର୍ତ୍ତମାନ ନିର୍ବାଚନ ସମୟ, ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କ ପାଇଁ ଫୁଲମାଳର ଆବଶ୍ୟକତା ରହିଛି।
ଏ ସମ୍ପର୍କରେ ଜିଲା ଉଦ୍ୟାନ ବିଭାଗ ଉପ ନିଦ୍ଦେର୍ର୍ଶକ ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ସମସ୍ତ ଫୁଲ ଓ ଛତୁ ଚାଷୀଙ୍କୁ ସେମାନଙ୍କ ପ୍ରୋତ୍ସାହନ ରାଶି ସରକାରଙ୍କ ନିୟମ ଅନୁଯାୟୀ ଖୁବ୍‌ ଶୀଘ୍ର ଦିଆଯିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଜିଲାରେ ଫୁଲଚାଷ ପାଇଁ ଚାରା ନେଇଥିବା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri