Posted inଜାତୀୟ

କେନ୍ଦ୍ର ବିରୋଧରେ କୃଷକଙ୍କ ଯୁଦ୍ଧଂଦେହି

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୧୧ (ପି.ଟି./ଆଇଏଏନ୍‌ଏସ୍‌):କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ପଞ୍ଜବୀ କୃଷକ। ପଞ୍ଜାବର ହଜାର ହଜାର ଚାଷୀ ଗୁରୁବାର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରାକ୍ଟରରେ ନୂଆଦିଲ୍ଲୀ ଯାଉଥିବାବେଳେ ହରିୟାଣାରେ ସେମାନଙ୍କୁ ରୋକାଯାଇଛି। ପଞ୍ଜାବ-ହରିୟାଣା ସୀମାରେ ପୋଲିସ କୃଷକମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍‌ କରିଥିବାବେଳେ ସେମାନେ ତାକୁ ହଟାଇ ଘାଗର ନଦୀକୁ ଫିଙ୍ଗି ଦେଇଛନ୍ତି। ଫଳରେ ପୋଲିସ କୃଷକଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ ଯୋଗେ ପାଣିବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କେତେକ ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିବାର କୃଷକଙ୍କ ସହ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଶୀତରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି।
କେନ୍ଦ୍ର ସରକାର ଗତ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ତିନୋଟି କୃଷି ବିଲ୍‌ ଆଗତ କରିଥିଲେ। କୃଷିଜାତ ସାମଗ୍ରୀର ବିକ୍ରି, ମୂଲ୍ୟ ଓ ସଂରକ୍ଷଣ ସମ୍ପର୍କିତ ଏହି ୩ ବିଲ୍‌ ଉଭୟ ସଦନରେ ଗୃହୀତ ହେବା ପରେ ସେହି ମାସ ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ସହ ଆଇନରେ ପରିଣତ ହେଲା। ନୂଆ ଆଇନ କୃଷକଙ୍କୁ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି ପାଇଁ ସ୍ବାଧୀନତା ଦେବ ବୋଲି ସରକାର ଦାବି କରୁଛନ୍ତି। ଅନ୍ୟପକ୍ଷେ ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥାକୁ ଦୁର୍ବଳ କରିବ ଓ ସେମାନେ ଘରୋଇ ପକ୍ଷ ବା ବଡ଼ ବ୍ୟବସାୟୀଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଦୁଇମାସର ବିରୋଧ ଭିତରେ ପଞ୍ଜାବର ୧୩ କୃଷକଙ୍କ ମୃତ୍ୟୁ ଘଟିଲାଣି। ୟୁନାଇଟେଡ୍‌ ଫାର୍ମର୍ସ ଫ୍ରଣ୍ଟ ବ୍ୟାନରରେ ୩୩ କୃଷକ ସଙ୍ଗଠନ ଏକାଠି ହୋଇ ନଭେମ୍ବର ୨୬ ଓ ୨୭ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ୧୩ କୃଷକ ଟ୍ରେଡ୍‌ ୟୁନିୟନ୍‌ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କମ୍ୟୁନିଷ୍ଟ ପାର୍ଟି ସହ ଜଡ଼ିତ, ଯେଉଁ ଦଳ କି ଭାଜପା ବିରୋଧୀ। ଏହି ଆନ୍ଦୋଳନକୁ ପଞ୍ଜାବର ଶାସକ କଂଗ୍ରେସ ଓ ବିରୋଧୀ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ସମର୍ଥନ କରୁଛନ୍ତି।
ଗୁରୁବାର ପଞ୍ଜାବର ହଜାର ହଜାର କୃଷକ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ପଞ୍ଜାବ-ହରିୟାଣା ସୀମାର ଅମ୍ବାଲା ନିକଟ ଶମ୍ଭୁଠାରେ ହରିୟାଣା ପୋଲିସ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଥିଲା। ଚାଷୀମାନେ ତାକୁ ଭାଙ୍ଗି ବ୍ରିଜ୍‌ ତଳକୁ ଫିଙ୍ଗିଦେବା ପରେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ଓ ପାଣି ପ୍ରୟୋଗ କରିଥିଲା। ଅଲ୍‌ ଇଣ୍ଡିଆ କିଷାନ ସଭା ଅନୁସାରେ ୫୦ ହଜାରରୁ ଅଧିକ ଚାଷୀ ଶୀତକାକର, ବର୍ଷା ଓ ପବନକୁ ଖାତିର ନ କରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ଓ ମହିଳା ଟ୍ରାକ୍କର ଟ୍ରଲିରେ ଯାଉଥିବାବେଳେ କଲେଜ ଛାତ୍ରୀଛାତ୍ର କାର୍‌, ବାଇକ୍‌ରେ ଯାଉଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟାପକ ପୋଲିସ କର୍ମୀ ଓ ରାପିଡ୍‌ ଆକ୍ସନ ଫୋର୍ସ ଯବାନଙ୍କୁ ମୁତୟନ କରାଯାଇଛି। କେବଳ ଶମ୍ବା ନୁହେଁ, ପଞ୍ଜାବ-ହରିୟାଣା ସୀମାରେ ଥିବା ଅନେକ ସହରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ସାମାବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ସୁରକ୍ଷା ଛାଉଣିରେ ପରିଣତ କରାଯାଇଛି। ଦିଲ୍ଲୀରେ ଉଭୟ ପଞ୍ଜାବ ଓ ହରିୟାଣାର ପ୍ରାୟ ୩ ଲକ୍ଷ ଚାଷୀ ପହଞ୍ଚତ୍ବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ପୋଲିସ ଆକଳନ କରିଛି। ବିକ୍ଷୋଭରତ ଚାଷୀମାନେ ଦିଲ୍ଲୀକୁ ପ୍ରବେଶ କରିବାକୁ ଦିଆ ନ ଗଲେ ଜାତୀୟ ରାଜଧାନୀ ସହ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି। ବିକ୍ଷୋଭ ଯୋଗୁ ଦିଲ୍ଲୀରୁ ପଡ଼ୋଶୀ ସହରଗୁଡ଼ିକୁ ମେଟ୍ରୋ ସେବାକୁ ବାତିଲ କରିଦିଆଯାଇଛି। ପଞ୍ଜାବ-ହରିୟାଣା ସୀମାକୁ ସିଲ୍‌ କରାଯାଇ ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହାର ପ୍ରତିବାଦରେ ବିକ୍ଷୋଭକାରୀମାନେ କେତେକ ସରକାରୀ ଯାନବାହନ ଜାଳିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri