Posted inଜାତୀୟ

କେନ୍ଦ୍ର ବିରୋଧରେ କୃଷକଙ୍କ ଯୁଦ୍ଧଂଦେହି

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୧୧ (ପି.ଟି./ଆଇଏଏନ୍‌ଏସ୍‌):କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ପଞ୍ଜବୀ କୃଷକ। ପଞ୍ଜାବର ହଜାର ହଜାର ଚାଷୀ ଗୁରୁବାର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରାକ୍ଟରରେ ନୂଆଦିଲ୍ଲୀ ଯାଉଥିବାବେଳେ ହରିୟାଣାରେ ସେମାନଙ୍କୁ ରୋକାଯାଇଛି। ପଞ୍ଜାବ-ହରିୟାଣା ସୀମାରେ ପୋଲିସ କୃଷକମାନଙ୍କୁ ଅଟକାଇବା ପାଇଁ ବ୍ୟାରିକେଡ୍‌ କରିଥିବାବେଳେ ସେମାନେ ତାକୁ ହଟାଇ ଘାଗର ନଦୀକୁ ଫିଙ୍ଗି ଦେଇଛନ୍ତି। ଫଳରେ ପୋଲିସ କୃଷକଙ୍କୁ ଘଉଡ଼ାଇବା ପାଇଁ ଓ୍ବାଟର କ୍ୟାନନ ଯୋଗେ ପାଣିବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କେତେକ ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିବାର କୃଷକଙ୍କ ସହ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଶୀତରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି।
କେନ୍ଦ୍ର ସରକାର ଗତ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ତିନୋଟି କୃଷି ବିଲ୍‌ ଆଗତ କରିଥିଲେ। କୃଷିଜାତ ସାମଗ୍ରୀର ବିକ୍ରି, ମୂଲ୍ୟ ଓ ସଂରକ୍ଷଣ ସମ୍ପର୍କିତ ଏହି ୩ ବିଲ୍‌ ଉଭୟ ସଦନରେ ଗୃହୀତ ହେବା ପରେ ସେହି ମାସ ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ସହ ଆଇନରେ ପରିଣତ ହେଲା। ନୂଆ ଆଇନ କୃଷକଙ୍କୁ ଉତ୍ପାଦିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି ପାଇଁ ସ୍ବାଧୀନତା ଦେବ ବୋଲି ସରକାର ଦାବି କରୁଛନ୍ତି। ଅନ୍ୟପକ୍ଷେ ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥାକୁ ଦୁର୍ବଳ କରିବ ଓ ସେମାନେ ଘରୋଇ ପକ୍ଷ ବା ବଡ଼ ବ୍ୟବସାୟୀଙ୍କ ଦୟାରେ ଚଳିବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଦୁଇମାସର ବିରୋଧ ଭିତରେ ପଞ୍ଜାବର ୧୩ କୃଷକଙ୍କ ମୃତ୍ୟୁ ଘଟିଲାଣି। ୟୁନାଇଟେଡ୍‌ ଫାର୍ମର୍ସ ଫ୍ରଣ୍ଟ ବ୍ୟାନରରେ ୩୩ କୃଷକ ସଙ୍ଗଠନ ଏକାଠି ହୋଇ ନଭେମ୍ବର ୨୬ ଓ ୨୭ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ୧୩ କୃଷକ ଟ୍ରେଡ୍‌ ୟୁନିୟନ୍‌ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କମ୍ୟୁନିଷ୍ଟ ପାର୍ଟି ସହ ଜଡ଼ିତ, ଯେଉଁ ଦଳ କି ଭାଜପା ବିରୋଧୀ। ଏହି ଆନ୍ଦୋଳନକୁ ପଞ୍ଜାବର ଶାସକ କଂଗ୍ରେସ ଓ ବିରୋଧୀ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ସମର୍ଥନ କରୁଛନ୍ତି।
ଗୁରୁବାର ପଞ୍ଜାବର ହଜାର ହଜାର କୃଷକ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ପଞ୍ଜାବ-ହରିୟାଣା ସୀମାର ଅମ୍ବାଲା ନିକଟ ଶମ୍ଭୁଠାରେ ହରିୟାଣା ପୋଲିସ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଥିଲା। ଚାଷୀମାନେ ତାକୁ ଭାଙ୍ଗି ବ୍ରିଜ୍‌ ତଳକୁ ଫିଙ୍ଗିଦେବା ପରେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ଓ ପାଣି ପ୍ରୟୋଗ କରିଥିଲା। ଅଲ୍‌ ଇଣ୍ଡିଆ କିଷାନ ସଭା ଅନୁସାରେ ୫୦ ହଜାରରୁ ଅଧିକ ଚାଷୀ ଶୀତକାକର, ବର୍ଷା ଓ ପବନକୁ ଖାତିର ନ କରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକ ଓ ମହିଳା ଟ୍ରାକ୍କର ଟ୍ରଲିରେ ଯାଉଥିବାବେଳେ କଲେଜ ଛାତ୍ରୀଛାତ୍ର କାର୍‌, ବାଇକ୍‌ରେ ଯାଉଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟାପକ ପୋଲିସ କର୍ମୀ ଓ ରାପିଡ୍‌ ଆକ୍ସନ ଫୋର୍ସ ଯବାନଙ୍କୁ ମୁତୟନ କରାଯାଇଛି। କେବଳ ଶମ୍ବା ନୁହେଁ, ପଞ୍ଜାବ-ହରିୟାଣା ସୀମାରେ ଥିବା ଅନେକ ସହରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ସାମାବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ସୁରକ୍ଷା ଛାଉଣିରେ ପରିଣତ କରାଯାଇଛି। ଦିଲ୍ଲୀରେ ଉଭୟ ପଞ୍ଜାବ ଓ ହରିୟାଣାର ପ୍ରାୟ ୩ ଲକ୍ଷ ଚାଷୀ ପହଞ୍ଚତ୍ବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା ପୋଲିସ ଆକଳନ କରିଛି। ବିକ୍ଷୋଭରତ ଚାଷୀମାନେ ଦିଲ୍ଲୀକୁ ପ୍ରବେଶ କରିବାକୁ ଦିଆ ନ ଗଲେ ଜାତୀୟ ରାଜଧାନୀ ସହ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଦେବେ ବୋଲି ଧମକ ଦେଇଛନ୍ତି। ବିକ୍ଷୋଭ ଯୋଗୁ ଦିଲ୍ଲୀରୁ ପଡ଼ୋଶୀ ସହରଗୁଡ଼ିକୁ ମେଟ୍ରୋ ସେବାକୁ ବାତିଲ କରିଦିଆଯାଇଛି। ପଞ୍ଜାବ-ହରିୟାଣା ସୀମାକୁ ସିଲ୍‌ କରାଯାଇ ଯାନବାହନଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହାର ପ୍ରତିବାଦରେ ବିକ୍ଷୋଭକାରୀମାନେ କେତେକ ସରକାରୀ ଯାନବାହନ ଜାଳିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri