କୃଷକ, କୃଷିବୈଜ୍ଞାନିକ ଓ ବିଶ୍ୱଶାନ୍ତି

ପ୍ର. ସଞ୍ଜୟ କୁମାର ସାମନ୍ତରାୟ

ଷୀ ହସିଲେ ଦୁନିଆ ହସେ। ଦୁନିଆ ହସିଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୁଏ। କୃଷି ଉପରେ ବିଶ୍ୱର ସବୁଦେଶ ନିର୍ଭରଶୀଳ। ଭାରତର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। କୃଷକ ନିଜ କୃଷି କ୍ଷେତ୍ରରୁ ଅଧିକ ଅମଳ ପାଇ ଲାଭବାନ ହେଲେ ଚାଷୀ ପରିବାର ଭିତରେ ଆନନ୍ଦର ଲହରି ମାଡ଼ିଯାଏ। ଫଳରେ ଚାଷୀମାନେ ଆମତ୍ହତ୍ୟାରୁ ନିବୃତ୍ତ ରହି ପିଲାଛୁଆଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣନ୍ତି। ସମାଜରେ କୃଷକ ପରିବାର ସ୍ବଚ୍ଛଳ ହୁଏ। ନିଜ ପରିବାର ମଧ୍ୟରେ ଶାନ୍ତିି ପ୍ରତିଷ୍ଠା ହୁଏ। ଏହା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ବିଶ୍ୱରେ ୬୦ ରୁ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହା ସମ୍ଭବ ହୋଇ ପାରିବ ା ଏହାକୁ ଆଖି ଆଗରେ ରଖି ଭାରତ ସରକାର ତିନୋଟି କୃଷି ବିଲ୍‌ ୨୭ ସେପ୍ଟେମ୍ବର, ୨୦୨୦ରେ ଆଇନରେ ପରିଣତ କରିଛନ୍ତି। ଏ ତିନୋଟି କୃଷି ବିଲ୍‌କୁ ଭାରତବର୍ଷର କୃଷି ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଚଳିତ ତିନୋଟି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତରେ କୃଷିଜାତ ଦ୍ରବ୍ୟର ବଜାର, ବିକ୍ରୟ ପଦ୍ଧତି ଓ ଗଚ୍ଛିତ ରଖିବାରେ ପରିବର୍ତ୍ତନ ଆଣି କୃଷକମାନଙ୍କୁ ସଶକ୍ତିକରଣ ଏବଂ ସୁରକ୍ଷା ପ୍ରଦାନ, ସେମାନଙ୍କ ଆୟକୁ ବହୁଗୁଣିତ କରି ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା। ଦଶମ କୃଷି ଗଣନା (୨୦୧୫-୧୬) ଅନୁଯାୟୀ ମୋଟ କୃଷକଙ୍କ ମଧ୍ୟରୁ ୮୬.୨ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତିି, ଯାହାଙ୍କର ମୋଟ ଜମି ପରିମାଣ ଦୁଇ ହେକ୍ଟରରୁ କମ୍। ଉପତ୍ାଦିତ ମୋଟ ଫସଲର ୪୭.୩ ପ୍ରତିଶତର ଅଧିକାରୀ ଏମାନେ। ନୂତନ କୃଷି ବିଲ୍‌ରେ ସରକାର, କୃଷକ, କୃଷି ବୈଜ୍ଞାନିକ ଓ ସର୍ବୋପରି କମ୍ପାନୀମାନଙ୍କ ମିଳିତ ଉଦ୍ୟମରେ ଚାଷ କ୍ଷେତ୍ରରେ ଯନ୍ତ୍ରୀକରଣ ଓ ନୂଆ ନୂଆ ଟେକ୍ନୋଲୋଜି କୃଷକମାନଙ୍କୁ ଯୋଗାଇଦେବେ।
ସମସ୍ତଙ୍କ ମିଳିତ ଉଦ୍ୟମରେ କୃଷି ଉପତ୍ାଦକୁ ଦ୍ୱିଗୁଣିତ କରି କୃଷକ ପରିବାରକୁ ସୁଖରେ ରଖିବା ପାଇଁ ସରକାର ପ୍ରୟାସ କରିଛନ୍ତି।
ପ୍ରଥମ କୃଷି ବିଲ୍‌ ଦ୍ୱାରା ମଣ୍ଡିର ଉଚ୍ଛେଦ ନ ହେଲେ ବି ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି। ପୂର୍ବରୁ ମଣ୍ଡି ମାଧ୍ୟମରେ ଯେଉଁ କୃଷିଜାତ ଦ୍ରବ୍ୟ ବିକ୍ରି ହେଉଥିଲା ସେଥିପାଇଁ କୃଷକମାନଙ୍କୁ ବିଭିନ୍ନ ପ୍ରକାର କର ଦେବାକୁ ପଡ଼ୁଥିଲା। ଏଥିପାଇଁ ବିକ୍ରୟ କର ୦.୩୦ ପ୍ରତିଶତରୁ ୨.୦ ପ୍ରତିଶତ, ଏଜେଣ୍ଟ କମିଶନ ଟିକସ୍‌ ୦.୫ରୁ ୪.୫ ପ୍ରତିଶତ ଓ ଫଳ ପନିପରିବା କ୍ଷେତ୍ରରେ ୩.୦ ରୁ ୭.୦ ପ୍ରତିଶତ ଦେଉଥିଲୋ ଏହା ବ୍ୟତୀତ ପ୍ରବେଶ କର, ଉନ୍ନୟନ ସେସ୍‌, ଓଜନ କଣ୍ଟା ଦେୟ ଓ ହାମେଲ ଦେୟ ଅନ୍ତର୍ଭୁକ୍ତ।
ଏସବୁ କର ବା ଦେୟକୁ ମିଶାଇଲେ ଦ୍ରବ୍ୟ ମୂଲ୍ୟର ହାରାହାରି ୮.୫ ପ୍ରତିଶତ ପାଖାପାଖି ହୋଇଥାଏ। କୃଷକମାନେ ଏହି କର ଦେଇ ଆସୁଥିଲେ। ଫଳରେ ସେମାନଙ୍କର କୃଷିଜାତ ଦ୍ରବ୍ୟ ଯେତିକି ମୂଲ୍ୟରେ ବିକ୍ରି କରୁଥିଲେ ତା’ର ୮.୫ ପ୍ରତିଶତ କମ୍‌ ପାଇ ଆସୁଥିଲେ। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ପ୍ରଥମ ଲାଭ ହେଲା ଚାଷୀ ଏଣିକି ୮.୫ ଟିକସ ଦେବନାହିଁ।
ଖାଦ୍ୟ ଉପତ୍ାଦନରେ ବିଶ୍ୱରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟ। ଦେଖିବାକୁ ଗଲେ ଆମ ଦେଶରେ ଖାଦ୍ୟର ଅଭାବ ନାହିଁ ା କିନ୍ତୁ ଭାରତରେ ପ୍ରତିଦିନ ପ୍ରାୟ ୧୯କୋଟି ଲୋକ ଅନାହାରରେ ରହୁଛନ୍ତି। ପୁନଶ୍ଚ ପ୍ରତିଦିନ ପାଞ୍ଚବର୍ଷରୁ କମ୍‌ ବୟସର ପ୍ରାୟ ୪୫୦୦ ଶିଶୁ ଅନାହାର ଓ କୁପୋଷଣ କାରଣରୁ ଜୀବନ ହରାଇଥାନ୍ତି।
ଆମ ଦେଶରେ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ହାରାହାରି ୫୧କିଲୋ ଖାଦ୍ୟ ବିଭିନ୍ନ ଉପାୟରେ ନଷ୍ଟ କରିଥାନ୍ତି। ମୋଟାମୋଟି ଭାବେ ପ୍ରସ୍ତୁତ ହେଉଥିବା ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହୋଇଥାଏ।
ଭାରତରେ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ଅଭାବରୁ ପ୍ରତିବର୍ଷ ୯୯ହଜାର କୋଟି ଟଙ୍କାର ଖାଦ୍ୟଶସ୍ୟ ନଷ୍ଟ ହେଉଛି। ନୂତନ ଶୀତଳଭଣ୍ଡାର ନିର୍ମାଣ ସହ ପୁରାତନ ଶୀତଳଭଣ୍ଡାରର ରକ୍ଷଣାବେକ୍ଷଣ ମାଧ୍ୟମରେ ନଷ୍ଟ ହେଉଥିବା ଖାଦ୍ୟଶସ୍ୟକୁ ରୋକାଯାଇପାରିବ। ଏଥିରେ ମଧ୍ୟ କୃଷକମାନେ ଲାଭବାନ ହୋଇପାରିବେ। ନଷ୍ଟ ହେଉଥିବା ଖାଦ୍ୟକୁ ସଂରକ୍ଷଣ କରି ଅନାହାରରେ ରହୁଥିବା ଲୋକଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ହେବ।
କୃଷି କ୍ଷେତ୍ରରେ କୃଷି ବୈଜ୍ଞାନିକ ମାନଙ୍କର ଏକ ଗୁରୁଦାୟିତ୍ୱ ରହିଛି।
ପରିବର୍ତ୍ତିତ ଜଳବାୟୁରେ ଖାଦ୍ୟ ଉପତ୍ାଦନ ବୃଦ୍ଧି ପାଇଁ କୃଷି ଗବେଷଣା ମାଧ୍ୟମରେ ନୂଆ ନୂଆ ଟେକ୍ନୋଲୋଜି ବାହାର କରି କୃଷକ ଓ ଜନସାଧାରଣଙ୍କ ପାଖରେ ପହଞ୍ଚାଇ କୃଷି କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ।
ଏଥିରେ ସହଯୋଗ କରିବେ ଭାରତର କୃଷିବିଜ୍ଞାନ କେନ୍ଦ୍ରର ତାଲିମପ୍ରାପ୍ତ ବୈଜ୍ଞାନିକ ଓ କର୍ମଚାରୀମାନେ। ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ରହିଛି। ଭାରତ ବର୍ଷର ଯେକୌଣସି ଜିଲାର କୃଷକ ଚାହିଁଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ତାଲିମ୍‌ ନେଇ କୃଷି ଉପତ୍ାଦନ ବୃଦ୍ଧି କରିପାରିବେ। ଫଳରେ ଚାଷୀମାନେ ଚାଷର ନୂଆ ପଦ୍ଧତି ଉପରେ ତାଲିମ ପାଇ ସେମାନଙ୍କ କୃଷି କ୍ଷେତ୍ରରେ ପ୍ରୟୋଗ କରିପାରିବେ। କୃଷି କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ କୃଷକମାନଙ୍କ ପାଇଁ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି କରିପାରିବେ।
ଭାରତରେ କରୋନା ମହାମାରୀ ସତ୍ତ୍ୱେ କୃଷି ସାମଗ୍ରୀର ରପ୍ତାନି ଆଖିଦୃଶିଆ ରହିଛି। କୃଷି ଓ କୃଷକ କଲ୍ୟାଣ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ୨୦୨୦ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଅତ୍ୟାବଶ୍ୟକ କୃଷିଜାତ ସାମଗ୍ରୀ ରପ୍ତାନିରେ ୪୩.୪ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ କୃଷିଜାତ ସାମଗ୍ରୀ ରପ୍ତାନି ରାଶି ୫୩,୬୨୬.୬ କୋଟି ଟଙ୍କା ରହିଛି। ୨୦୧୯ରେ ଏହି ରପ୍ତାନି ରାଶି ୩୭,୩୯୭.୩ କୋଟି ଟଙ୍କା ରହିଥିଲା।
ବାଦାମ ରପ୍ତାନିରେ ୩୫ ପ୍ରତିଶତ, ଚିନି ୧୦୪ ପ୍ରତିଶତ, ଗହମ ୨୦୬ ପ୍ରତିଶତ, ବାସୁମତି ଚାଉଳ ୧୩ ପ୍ରତିଶତ, ଅଣବାସୁମତି ଚାଉଳରେ ୧୦୫ ପ୍ରତିଶତ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ କୃଷି କ୍ଷେତ୍ରରେ ବିକାଶ ପାଇଁ ଭାରତ ସରକାର ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏସବୁ କୃଷକଙ୍କ ଆୟବୃଦ୍ଧିରେ ଉନ୍ନତି ହେବା ସହିତ ବିଶ୍ୱର ଅନ୍ୟାନ୍ୟ ଦେଶ ଲୋକଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇବା ସହ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ସହାୟକ ହେବ।
ବିଶ୍ୱର ପ୍ରତ୍ୟେକ ଦେଶରେ କୃଷକମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଆସିଛି। ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତି ଉଦ୍ଦେଶ୍ୟରେ କହିଥିଲେ – ‘ଜୟ ଜୱାନ, ଜୟ କିଷାନ’। ସାରା ବିଶ୍ୱରେ ଏବେ ବି ୮୨ କୋଟିରୁ ଅଧିକ ଲୋକ ଭୋକ ଉପାସ ଓ ଅନାହାରରେ ରହି କାଳାତିପାତ କରୁଛନ୍ତି। ସେମାନଙ୍କ ମୁହଁରେ ହସ ଲିଭି ଯାଇଛି। ସାରା ବିଶ୍ୱ ଗୋଟିଏ ପରିବାର। ଗୋଟିଏ ପରିବାରରେ ଗୋଟିଏ ଲୋକ ଭୋକିଲା ରହିଲେ ପରିବାରରେ ଶାନ୍ତିି ରହେନାହିଁ। ଠିକ୍‌ ସେହିପରି ବିଶ୍ୱରେ ଜଣେ କେହି ଭୋକିଲା ରହିଲେ, ଦେଶ ବା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ। ଏ ସମସ୍ତ କଥାକୁ ଦୃଷ୍ଟିରେ ରଖି ଭାରତ ସରକାର କୃଷକ ଓ କୃଷି ବୈଜ୍ଞାନିକଙ୍କ ମାଧ୍ୟମରେ କୃଷିର ବିକାଶ କରି ବିଶ୍ୱଶାନ୍ତି ପ୍ରତିଷ୍ଠା କରିବାର ପ୍ରୟାସ କରିଛନ୍ତି।
ପ୍ରତିଷ୍ଠାତା ସଭାପତି, ଭାରତୀୟ ଜଳବାୟୁ କଂଗ୍ରେସ ଓ ପ୍ରାକ୍ତନ ଅଧ୍ୟକ୍ଷ,
ଓ.ୟୁ.ଏ.ଟି., ମୋ-୯୪୩୮୧୨୬୯୯୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri