ଅତ୍ୟାଧୁନିକ ଶୈଳୀରେ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି ଚାଷୀ

ଯୋଡ଼ା,୨୮ା୭(ମାନସ ମହାନ୍ତି): କେନ୍ଦୁଝର ଜିଲାର ଖଣି ଅଧ୍ୟୁଷିତ ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌)ର କୃଷିଭିତ୍ତିକ ପଦକ୍ଷେପ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳର ରୂପାନ୍ତରଣ ଓ ସମୃଦ୍ଧି ଆଣିପାରିଛି। ଠିକ୍‌ ସହାୟତା କିଭଳି ଜଣେ ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିପାରେ। ଅଭିଳାଷ ଓ ଉତ୍ସର୍ଗୀକୃତ ମନୋଭାବାର ଜଣେ ପ୍ରେରଣାଦାୟୀ ଦୃଷ୍ଟାନ୍ତ ଭାବେ ଉଭା ହୋଇପାରେ, ତାହା ଯୋଡ଼ା ୨ ନଂ. ୱାର୍ଡର ମୁଖାର୍ଜୀ ହାଟିଂର ବାସିନ୍ଦା ଗଙ୍ଗାଧର ମୁଣ୍ଡା ସାବ୍ୟସ୍ତ କରିଛନ୍ତି।
ଗତବର୍ଷ ଟିଏସ୍‌ଏଫ୍‌ ସହାୟତାରେ ଗଙ୍ଗାଧର ୪ ଏକର ଜମିରେ ମିଠା ମକା ଚାଷକରି ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଲାଭ କରିଥିଲେ। ଚଳିତ ବର୍ଷ ସେ ଆଗୁଆ ଫୁଲକୋବି ଚାଷକରି ଅଧିକ ଲାଭ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଆର୍ଦ୍ରତା ପ୍ରତିରୋଧୀ ଓ ପ୍ରାକୃତିକ ଭାବେ ପ୍ରବାହିତ ପଲି ହାଉସ ସହାୟତାରେ ଚଳିତ ଗ୍ରୀଷ୍ମଋତୁରେ ହଳଦିଆ ତରଭ୍‌ୁଜ ଚାଷ କରିବାକୁ ଯୋଜନା ରଖିଥିବା ସେ କହିଛନ୍ତି। ସେହିପରି, ଉକ୍ତ ଅଞ୍ଚଳର ସରୋଜ ନାୟକ ମଧ୍ୟ ନିଜ ୨.୫ ଏକର ଜମିରୁ ଅଭିବୃଦ୍ଧି ଓ ଅର୍ଥନୈତିକ ସ୍ବାଧୀନତାର ଯାତ୍ରାକୁ ଅନୁଭବ କରିଛନ୍ତି। ଗତବର୍ଷ ମିଠା ମକା ଓ ବ୍ରୋକୋଲି ଚାଷରୁ ବିପୁଳ ସଫଳତା ପାଇବା ପରେ ଚଳିତ ବର୍ଷ ଡ୍ରାଗନ ଫ୍ରୁଟ୍‌ କ୍ଷେତରୁ ସେ ଉଚ୍ଚ ଆଶା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉନ୍ନତ ଚାଷ କାର୍ଯ୍ୟ ପାଇଁ ଯୋଡ଼ା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୧୦ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏହା ବ୍ୟତୀତ ଉନ୍ନତ ଚାଷ ଉପକରଣ ଓ ପଦ୍ଧତିକୁ ଗ୍ରହଣକରି ଅଞ୍ଚଳର ପ୍ରାୟ ୨୫୦ ଜଣ ଚାଷୀ ସେମାନଙ୍କ ଫସଲରେ ବିବିଧତା ଆଣି ବନ୍ଧାକୋବି, ବାଇଗଣ, ବ୍ରୋକୋଲି, ଭେଣ୍ଡି, ଟମାଟୋ ଓ କଦଳୀ ଚାଷ କରୁଛନ୍ତି। ଏହାଦ୍ୱାରା ସେମାନେ ମାସିକ ୧୫ ରୁ ୨୦ ହଜାର ଟଙ୍କା ଆୟ କରୁଛନ୍ତି। ଏହା ସେମାନଙ୍କ ପରିବାରର ଜୀବନଜୀବିକାରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି। କୃଷିଭିତ୍ତିକ ପଦକ୍ଷେପ ଉପରେ ଟିଏସ୍‌ଏଫ୍‌ର ତାଲିମ ଅଧିବେଶନ ଓ କର୍ମଶାଳାରେ ଅଂଶଗ୍ରହଣ କରି ବହୁ ସ୍ଥାନୀୟ ଚାଷୀ ଆଧୁନିକ ଚାଷ ପଦ୍ଧତି ଉପରେ ଜ୍ଞାନ ହାସଲ କରିଛନ୍ତି। ସରୋଜ ଓ ଗଙ୍ଗାଧରଙ୍କ ଭଳି ବହୁ ବ୍ୟକ୍ତିଙ୍କୁ ସମୃଦ୍ଧ କରି ଏହି ଅଞ୍ଚଳରେ ସମୃଦ୍ଧି ଓ ନିରନ୍ତର ଜୀବନଜୀବିକାକୁ ସୁନିଶ୍ଚିତ କରିବାକୁ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ପ୍ରତିବଦ୍ଧ ବୋଲି କର୍ପୋରେଟ୍‌ କମ୍ୟୁନିକେଶନ ଅଧିକାରୀ ଶୁଭଙ୍କର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri