ଚାଷଜମି ନଷ୍ଟ କରୁଛି ବୁଲାଷଣ୍ଢ: ବାନ୍ଧିଲେ ମାଡ଼ ମାରୁଛି….

ଧର୍ମଶାଳା,୧୫।୯( ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀଙ୍କ ପାଦୃଭାବ ବଢ଼ିବାରେ ଲାଗିଛି। ଉତ୍ତରପ୍ରତାପ, ରାଉତରାପୁର, ଦେଓଦା, ମଙ୍ଗଳପୁର ଓ ଅରବଳ ଏହି ୫ ଗୋଟି ପଞ୍ଚାୟତ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ ବର୍ଷକ ବାରମାସ ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ମାତ୍ର ଏବେ ବୁଲାଷଣ୍ଢ, ମାଙ୍କଡ ଓ ବଣୁଆ ଘୁଷୁରୀମାନେ ଅହରହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତ। ଯାହାକି ଚାଷୀଙ୍କ ଦୁଃଖର କାରଣ ହୋଇଛି। ଯଦି ଚାଷୀ ଏମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି, ତେବେ ସ୍ଥାନୀୟ ଅସାମାଜିକ ଯୁବକମାନେ ବଜରଙ୍ଗ ଦଳର ସଭ୍ୟକହି ଗଣ୍ଡଗୋଳ ତଥା ମାରଧର କରୁଛନ୍ତି । ଫଳରେ କୃଷକଟି ଚାଷ କାର୍ଯ୍ୟ ଛାଡିବା ପାଇଁ ବାଧ୍ୟ ହେଉଛି । ଯାହାର ପ୍ରଭାବ ବର୍ତ୍ତମାନ ରାଜ୍ୟ ଓ ଦେଶ ଉପରେ ପଡ଼ୁଛି ।
ତେବେ ବୁଲା ଷଣ୍ଢ ମାନଙ୍କୁ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା ଗୋଶାଳାକୁ ନେବାର ବନ୍ଦୋବସ୍ତ କିମ୍ବା ଉକ୍ତ ଦୀପାଞ୍ଚଳ ଅଞ୍ଚଳରେ ନୂତନକରି ଗୋ-ଶାଳା ନିର୍ମାଣ କରି ଷଣ୍ଢମାନଙ୍କୁ ସ୍ଥାୟୀ ଭାବେ ରଖିବାର ବ୍ୟବସ୍ଥା କରିବା ନେଇ ଧର୍ମଶାଳା କୃଷକ ମଞ୍ଚ ସଭାପତି ସଞ୍ଜୟ କୁମାର ରାଉତଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଧର୍ମଶାଳା ତହସିଲଦାରଙ୍କୁ ପ୍ରଦାନ କରିଥିବା ବେଳେ ଏହାର ନକଲ ଜିଲାପାଳ, ବିଡ଼ିଓ, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦଦିଆଯାଇଛି। ଏଥିରେ କୃଷକ ନେତା ବସନ୍ତ କୁମାର ପରିଡା,କୁଳମଣି ମଳିକ,ସମ୍ପାଦକ ସଞ୍ଜୟ ରାଉତ,ଗୟାଧର ସେଠି,ରାଜକିଶୋର ଶତପଥୀ, ନାରାୟଣ ରାଉତ,ଅଜୟ ରାଉତ,ହେମନ୍ତ ବଳ, ମାୟାଧର ରାଉତ,ମନୋଜ ମଳିକ,ପ୍ରଭାତ କୁମାର ରାଉତ, ଅଭିରାମ ବରାଳ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri