ଚାଷଜମିକୁ ଯାଉଥିବା ବେଳେ ନାଳ ନିକଟରେ ଟଳିପଡ଼ିଲେ ଚାଷୀ, ତାପରେ…

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ ଚାଷୀ । ମୃତ ଚାଷୀ ହେଲେ ଉଦୟ ଗୌଡ଼ ।

ସୂଚନା ଅନୁସାରେ, ଉଦୟ ଗୌଡ଼(୬୦) ରବିବାର ସକାଳ ପ୍ରାୟ ୬ ଟାରେ ହଳ ନେଇ ଚାଷ ଜମିକୁ ଯାଉଥିବା ବେଳେ ଗ୍ରାମର ମାଟିଆଝୋଳା ନାଳ ନିକଟରେ ଟଳି ପଡ଼ିଥିଲେ। ଆଖପାଖରେ ଥିବା କିଛି ଚାଷୀ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇଯାଇଥିଲେ। ଉଦୟଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବାରୁ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

ଗୋପାଳପୁର ଭାୟା ଦିଗପହଣ୍ଡି – ରାୟଗଡ଼ା ରେଳ ଲାଇନ ପାଇଁ ଦାବି, ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି 

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ବାଲିପଡ଼ା ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ପ୍ରସ୍ତାବିତ ଗୋପାଳପୁର…

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ନେଇ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଭଲିରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ଅହମ୍ମଦାବାଦରେ,୨୮।୬: AVC କପ୍‌ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍‌ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ…

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

ଭଞ୍ଜନଗର ଆସିବେ ଅନ୍ତର୍ଜାତୀୟ ରାଜଯୋଗ ଶିକ୍ଷକ, ମାଉଣ୍ଟଆବୁରୁ ଆସି ଦେବେ…

ଭଞ୍ଜନଗର,୨୮।୬(ବାବୁଲା ପ୍ରଧାନ): ଆସନ୍ତା ଜୁଲାଇ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗର ଓମ୍ ଶାନ୍ତି କାର୍ଯ୍ୟାଳୟ ପକ୍ଷରୁ ରାଜଯୋଗ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri