ରାଇସ୍‌ମିଲ୍‌ରେ ଟଳିପଡିଲେ ଚାଷୀ

ସୋରଡା,୨୮।୧(ରଜନୀ ମହାପାତ୍ର): ଧାନ କଟନିଛଟନିକୁ ନେଇ ହୃଦଘାତରେ ଚାଷୀଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗହୋଇଛି। ଗଞ୍ଜାମ ଜିଲା ସୋରଡା ବ୍ଲକ ସରାବଡି ପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଗଣେଶ ବିଷୋୟୀଙ୍କ ମୃତ୍ୟୁକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ତାଙ୍କ ପରିବାର ଲୋକେ ବଡଗଡ ଥାନାରେ ଅଭିଯୋଗ କରିଛନ୍ତି। ଗଣେଶ ଧାନ ନେଇ ମଣ୍ଡିକୁ ଯାଇଥିଲେ। କଟନିଛଟନିକୁ ନେଇ ମାନସିକ ଅଶାନ୍ତିରୁ ଏପରି ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।  ତେବେ ମିଲ୍‌ ମାଲିକ ଏହାକୁ ଖଣ୍ଡନ କରିଛନ୍ତି। ତେବେ ଗଣେଶଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ପୋଲିସର ତଦନ୍ତ ପରେ ଏବଂମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡିବ।
ସୂଚନାଯୋଗ୍ୟ, ଗଣେଶ ଧାନ ନେଇ ଲେମ୍ବା କୁମ୍ପାସ୍ଥିତ ଭବାନୀ ଶଙ୍କର ରାଇସ ମିଲକୁ ଯାଇଥିଲେ। ସେଠାର ମିଲ୍‌ ମାଲିକ ଧାନ ଖରାପ ଥିବା କହି ଅଧିକ ଧାନ ଟଙ୍କା କାଟିବା ସହ ବସ୍ତାବସ୍ତା ଧାନ ଫେରାଇନେଇଯିବା ପାଇଁ କହିଥିଲେ । ତେବେ ଏତେ ଧାନ ଖରାପ ଥିବା ଶୁଣି ଗଣେଶ ସେଠାରେ ଅଚେତ ହୋଇ ପଡିଯାଇଥିଲେ। ମିଲ କର୍ମଚାରୀ ଗଣେଶଙ୍କୁ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା।
 ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ। ସୋରଡା ଏବିଡି ଓ ସଞ୍ଜୀବ ରାଜ ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମିଲ୍‌ରେ ଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଦେଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାସହ ମିଲ୍‌ ମାଲିକ ଓ ସୋସାଇଟି ସେକ୍ରେଟାରୀଙ୍କୁ ଡାକି ପଚରାଉଚରା କରିଛନ୍ତି।
ମିଲ ମାଲିକ କହିଛନ୍ତି ଯେ, ଆମେ ଗଣେଶଙ୍କ ଧାନ ନେବା ପାଇଁ ମନା  କରିନୁ ଏବଂ  ତାଙ୍କ ସମ୍ପର୍କୀୟଙ୍କ ଧାନ ଓଜନ କରିବା ଓ ଧାନର ମାନ ପରୀକ୍ଷା କରିବା ସମୟରେ ଗଣେଶ ହଠାତ ଅଚେତ ହୋଇ ପଡିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri