ଗୁଡ ନ୍ୟୁଜ ଶେୟାର କଲେ ଶିବାନୀ

ମୁମ୍ବାଇ: ଫରହାନ ଅଖତରଙ୍କୁ ନେଇ ଏକ ବଡ ଖବର ଆସିଛି । କଥା ହେଲା ଖୁବଶୀଘ୍ର ଆପଣମାନେ ଫରହାନଙ୍କୁ ମାର୍ବଲର ନୂଆ ସିରିଜ ‘ମିସ ମାର୍ବଲ’ରେ ଦେଖିପାରିବେ । ଏସବୁ ଭିତରେ ଫରହାନଙ୍କ ଫ୍ୟାନମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ ଆସିଛି । ଏହି ଗୁଡ ନ୍ୟୁଜଙ୍କୁ ଶେୟାର କରିଛନ୍ତି ଫରହାନଙ୍କ ପତ୍ନୀ ଶିବନୀ ଦାଣ୍ଡେକର । ଏହାକୁ ନେଇ ସେ ରିଆକ୍ଟ ବି କରିଛନ୍ତି ।
ଶିବନୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଏହି ପୋଷ୍ଟ ଅନୁଯାୟୀ, ଫରହାନ ଅଖତର ମିସ ମାର୍ବଲର କଳାକାରଙ୍କ ଅଂଶ ହେବେ ଓ ମାର୍ବଲ ଷ୍ଟୁଡିଓଜର ପ୍ରଥମ ମୁସଲିମ ସୁପରହିରୋ ସିରିଜ ‘ମିସ ମାର୍ବଲ’ରେ ନଜର ଆସିବେ । କୁହାଯାଉଛି ଏହା ଇମାନ ବିଲ୍ଲାନିଙ୍କୁ କମଲା ଖାଁ ଭାବେ ଦେଖାଇବେ, ଯିଏ କି ଜର୍ସି ସିଟିରେ ବଢିଥିବା ଜଣେ ମୁସଲିମ ଆମେରିକୀୟ କିଶୋର ଅଟନ୍ତି । ତେବେ ଫରହାନ ଅଖତର କେଉଁ ଚରିତ୍ରରେ ଆସିବେ ତାହ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ସେ ଗେଷ୍ଟ ଆପିୟରାନ୍ସରେ ଆସିବେ ବୋଲି ଶୁଣିବାକୁ ମିଳିଛି । ହେଲେ ଏହା ଖୁବ୍ ମଜଭୁତ ଓ ମୁଖ୍ୟ ଚରିତ୍ର ବୋଲି କୁହାଯାଉଛି ।
ଏହି ବଡ ଖବରକୁ ଶେୟାର କରି ଶିବାନୀ ଦାଣ୍ଡେକର କ୍ୟାପଶନରେ ଲେଖିଛନ୍ତି, ଏଥିପାଇଁ ଆଉ ଅପେକ୍ଷା କରି ହେବନି! ମାର୍ବଲ ୟୁନିଭର୍ସର ଅଂଶ ହେବାକୁ ଯାଉଥିବା ମୁଖ୍ୟଧାରାରେ ଭାରତୀୟ ଆକ୍ଟର । ଆପଣଙ୍କ ଉପରେ ଗର୍ବ ଆସଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୧୯ରେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲାରେ ଜାଭେଦ ଅଖତର- ଶବାନା ଆଜମୀଙ୍କ ଫାର୍ମରେ ବିବାହ କରିଥିଲେ । ଆଉ ଏହି ବିବାହର ଫଟୋ ଭାଇରାଲ ହେବା ପରେ ଶିବାନି ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଥିଲା । ହେଲେ ସେମିତି କିଛି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri