ବିଦାୟ ୨୦୨୨, ଦମଦାର ହେବ ୨୦୨୩: କିମ୍‌ ଜୋଙ୍ଗ ଉନ୍‌…

ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଦକ୍ଷିଣ କୋରିଆର ଆକାଶ ମାର୍ଗରେ ଡ୍ରୋନ ଉତକ୍ଷେପଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ଶନିବାର ଏହାର ପୂର୍ବ ଜଳ କ୍ଷେତ୍ର ଆଡକୁ ତିନୋଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫ ଏକ ବିବୃତ୍ତିରେ କହିଛନ୍ତି ଯେ ଶନିବାର ସକାଳେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଦକ୍ଷିଣରୁ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସୈନ୍ୟବାହିନୀ ତିନୋଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ସେ କହିଛନ୍ତି ଯେ କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଦକ୍ଷିଣ କୋରିଆ ସତର୍କତା ବୃଦ୍ଧି କରିଛି ଏବଂ ଆମେରିକା ସହ ଘନିଷ୍ଠ ସମନ୍ବୟ ରକ୍ଷା କରି ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

୨୦୨୨ବର୍ଷ ଶେଷ ହୋଇଛି। ୨୦୨୨ ବର୍ଷରେ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ରେକର୍ଡ ସଂଖ୍ୟକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆସନ୍ତା ୨୦୨୩ବର୍ଷ ମଧ୍ୟ ସେ ଅସ୍ତ୍ରଶସ୍ତ୍ର ଦୌଡ଼ରେ ଅଂଶଗ୍ରହଣ କରିବେ ବୋଲି ସେ କିମ୍‌ ସୂଚିତ କରିଛନ୍ତି। ୨୦୨୩ ପାଇଁ, କିମ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବାକୁ ନୂତନ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏହି ଲକ୍ଷ୍ୟଗୁଡିକ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ, କିନ୍ତୁ ଏହା ସ୍ପଷ୍ଟ ଯେ ଉତ୍ତର କୋରିଆ ଶୀଘ୍ର ସାମରିକ ଶକ୍ତି ଅଗ୍ରଗତି କରିବ । କିମ୍‌ କହିଛନ୍ତି ଯେ, ବିଦାୟ ୨୦୨୨, ଦମଦାର ହେବ ୨୦୨୩।

ଅନ୍ୟପକ୍ଷରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଉତ୍ତର କୋରିଆ ସନ୍ଦେହଜନକ ଭାବେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଗତ ଆଠ ଦିନ ମଧ୍ୟରେ ଉତ୍ତର କୋରିଆ ଦ୍ୱାରା ଏହା ପ୍ରଥମ କ୍ଷେପଣାସ୍ତ୍ର ଉତକ୍ଷେପଣ। ପାଞ୍ଚ ଦିନ ପୂର୍ବେ ଦକ୍ଷିଣ କୋରିଆ ପ୍ୟୋଙ୍ଗୟାଙ୍ଗକୁ ଏହାର ଆକାଶରେ ପାଞ୍ଚଟି ଡ୍ରୋନ ପଠାଇଥିବା ଅଭିଯୋଗ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri