ବାସ୍ତବତାଠାରୁ ଦୂରରେ

ଆକାର ପଟେଲ

ବିଜ୍‌ନେସ ନ୍ୟୁଜ୍‌ପେପର ଇକୋନୋମିକ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ଏକ ବିଚିତ୍ର ସାକ୍ଷାତ୍‌କାର ଦେଇଛନ୍ତି। ଏହାର ଦୃଷ୍ଟିକୋଣ ଆମତ୍ବିଶ୍ୱାସରେ ଭରା,ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି, କିନ୍ତୁ ଏହା ବାସ୍ତବତାଠାରୁ ଦୂରରେ ରହିଛି। ସେ କୋଭିଡ୍‌ ମହାମାରୀ ପରିଚାଳନା ଠିକ୍‌ ବାଟରେ କରିଥିବା ଏଥିରେ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅନ୍ୟ ଦେଶଗୁଡ଼ିକ ଏଥିପାଇର୍ଁ ଯାହା କରିନାହାନ୍ତି ସେ ତାହା କରିଥିବା କହିଥିଲେ। ତାଙ୍କ ମତରେ ସେ ଜୀବନ ରକ୍ଷା କରିଛନ୍ତି। ସେ କହିଛନ୍ତି ‘ମୁଁ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ନୁହେଁ, କିନ୍ତୁ ମୋ ଆକଳନ ସଂଖ୍ୟା ଉପରେ ଆଧାରିତ। ମୁଁ ଭାବୁଛି ଆମେ କେତେ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛେ ସେହି ମାପରେ କରୋନା ଭୂତାଣୁ ବିରୋଧୀ ଲଢ଼େଇକୁ ଆକଳନ କରିବା ଉଚିତ।’ ମୋଦି ଏହି ସାକ୍ଷାତ୍‌କାରରେ କୌଣସି ସଂଖ୍ୟା ପ୍ରଦାନ କଲେ ନାହିଁ। ସଂଖ୍ୟା ସମସ୍ତଙ୍କୁ ଜଣାଥିବାରୁ ହୁଏତ ଏହାର ଆବଶ୍ୟକତା ସେ ଉପଲବ୍ଧି କରିନାହାନ୍ତି ।
ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ କରୋନା ସଂକ୍ରମିତ ରାଷ୍ଟ୍ର। ମୃତକଙ୍କ ସଂଖ୍ୟାରେ ଏବେ ଏହା ବିଶ୍ୱରେ ତୃତୀୟ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚାଇନା ସହ ତୁଳନୀୟ। ହେଲେ ଚାଇନା ଗୋଟିଏ ଥରରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିଲା। ଫେବୃୟାରୀ ୧୨,ଏହି ଗୋଟିଏ ଦିନରେ ସଂକ୍ରମଣ ଶୀର୍ଷକୁ ଛୁଇଁଲା ପରେ କୌଣସି ବାଟରେ ଏହାକୁ ନିୟନ୍ତ୍ରଣ କରିପାରିଲା। ସଂସ୍କୃତି,ଭୌଗୋଳିକ ଦୃଷ୍ଟିକୋଣରୁ ତୁଳନୀୟ ଭାରତର ପଡ଼ୋଶୀ ବାଂଲାଦେଶ ଏବଂ ପାକିସ୍ତାନର ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା( ଏକ ଲକ୍ଷରେ) ପାଖାପାଖି ଦୁଇଗୁଣରୁ ଅଧିକରେ ପହଞ୍ଚିବା ଭଳି ଆମେ ମଧ୍ୟ ପହଞ୍ଚିଛୁ। ଏଣୁ କାହାକୁ ଆଧାର କରିି ଆମେ କହିପାରିବା ଯେ ମୋଦି ସରକାର ତୁଳନାମତ୍କ ଭାବେ ଭଲ କରିଛନ୍ତି। ଆମକୁ ବ୍ରାଜିଲ,ଇଟାଲୀଓ ଆମେରିକା ସହ ତୁଳନା କରିବା ଉଚିତ ବୋଲି ସେ ଭାବିଛନ୍ତି। କିନ୍ତୁ କାହିଁକି?
ସେ ଦାବି କରିଛନ୍ତି ଯେ,ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ସଂକ୍ରମିତ ରାଷ୍ଟ୍ର ହେଲେ ବି ବିନା ବଳପ୍ରୟୋଗରେ ଜନ ଭାଗୀଦାରି ସହାୟତାରେ କୋଭିଡ ନିୟନ୍ତ୍ରଣ କରିବାରେ ଏହା ଏକ ବିଶ୍ୱ ଆଦର୍ଶ । କିନ୍ତୁ ଭାରତରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବିଶ୍ୱର ସବୁଠୁ ଖରାପ ଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରି ଏଥିତ୍ତ୍ରେ ସରକାର ବଳ ପ୍ରୟୋଗ କଲେ। କାମ, ଖାଦ୍ୟ କିମ୍ବା ଆଶ୍ରୟ ବିନା ଲୋକେ ଘରକୁ ଫେରିବାବେଳେ ଦଣ୍ଡ ପାଇଲେ, ଏମିତି କି ଜେଲ ଗଲେ। ଜାତୀୟ ରାଜପଥରେ ଲୋକମାନଙ୍କୁ ପୋଲିସ ନିର୍ଯାତନା ଦେଲା ଓ ଏହି ଭୟରେ ଲୋକେ ଟ୍ରେନଲାଇନ ଉପରେ ଚାଲିଚାଲି ଗଲାବେଳେ ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ିଗଲା। ଏହା ହିଁ ବଳପ୍ରୟୋଗର ନିଚ୍ଛକ ଛବି। ଗୁଜରାଟରେ ସମ୍ଭବତଃ ଏହାର ସଂଜ୍ଞା କିଛି ଭିନ୍ନ।
ପ୍ରସ୍ତୁତ ନ ହୋଇ ମନମୁଖି ଭାବେ ଲାଗୁ କରାଯାଇଥିବା ଲକ୍‌ଡାଉନ ଲୋକଙ୍କ ଜୀବନ ବଞ୍ଚାଇପାରିଲାନି। ସଂକ୍ରମଣ ବ୍ୟାପିବା ଏବଂ ଘରେ ସପ୍ତାହ ସପ୍ତାହ ଧରି ବଳପୂର୍ବକ ଭାବେ ଲୋକଙ୍କୁ ବନ୍ଦ କରି ରଖିବା ମଧ୍ୟରେ କିଛି ସମ୍ପର୍କ ରହିଲାନି। ସଂକ୍ରମଣ ବ୍ୟାପିଲା ଓ ଲକ୍‌ଡାଉନ ଅର୍ଥବ୍ୟବସ୍ଥାକୁ କ୍ଷତି କଲା। ଅଗଷ୍ଟ ଓ ସେପ୍ଟେମ୍ବରର ତଥ୍ୟ ‘ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଛି ବା ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି’ ବୋଲି ଯାହା ଦର୍ଶାଇଛି ତାହା ଉପରେ ପ୍ରଧାନମନ୍ତ୍ରୀ ନିଶ୍ଚିତ ଅଛନ୍ତି। ହେଲେ କେଉଁଠିି ସୁଧାର ଆସୁଛି? କୋଭିଡ୍‌ ମହାମାରୀ ଦେଖାଦେବା ପୂୂର୍ବରୁ ଲଗାତର ଦୁଇବର୍ଷ ହେବ ଭାରତର ଜିଡିପି ଖସି ଚାଲିଛି। ଜାନୁୟାରୀ ୨୦୧୮ରୁ ୧୦ଟି ତ୍ରୈମାସିକରେ ଲଗାତର ପ୍ରତ୍ୟକଟିରେ ଜିଡିପି କମିଚାଲିଛି। କୋଭିଡ୍‌ ପୂର୍ବରୁ ଅଭିବୃଦ୍ଧି ୩% ଥିଲା। ସୁଧାର ଆସୁଛି ବୋଲି ଯାହା କହୁଛୁ ସେଥିରୁ ଆମେ କ’ଣ ପାଇଛୁ? ଅର୍ଥବ୍ୟବସ୍ଥା ଫେବୃୟାରୀରେ ଯାହା ଥିଲା ସେଠିକୁ ଶୀଘ୍ର ଫେରି ଅସିବା କଥା ଯଦି ସେ ଭାବୁଥାନ୍ତି, ତେବେ ତାଙ୍କ ନିକଟରେ ଭୁଲ ପରାମର୍ଶଦାତାମାନେ ରହିଛନ୍ତି ବୋଲି କହିବାକୁ ହେବ। ଏପ୍ରିଲ ଏବଂ ଜୁନ୍‌ ମଧ୍ୟରେ ପଡୁଥିବା ଜିଡିପିର ଗୋଟିଏ ତ୍ରୈମାସିକରେ ଆମେ ବିଫଳ ହେଲୁ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଏହା ଆଉ ତଳକୁ ଖସିବ ନାହିଁ ବୋଲି ଆଶା କରିବା, କିନ୍ତୁ ତାହା ଖସିବ ।
ଯଦି ଏହା ନ ହୁଏ ତେବେ ତ୍ରୈମାସିକରେ ଜିଡିପିର କ୍ଷତି ଭରଣା କରିବା ଲାଗି ଦୁଇ ବର୍ଷ ଲାଗିଯିବ। ଅର୍ଥାତ,ଚଳିତ ବର୍ଷ ଫେବୃୟାରୀରେ ଜିଡିପି ଯାହା ଥିତ୍ଲା ସେଠାକୁ ଦୁଇବର୍ଷ ପରେ ଆମେ ଫେରିବାର ସମ୍ଭାବନା ରହିଛି। ‘ଟ୍ରାକକୁ ଫେରୁଛି ’ର ମାନେ ଏହା ନୁହେଁ।
ସେ ସବୁବେଳେ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର କଥା କହୁଛନ୍ତି। ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଏହା ଏକ ମାମୁଲି କଥା। ଭାରତର ଅର୍ଥବ୍ୟବସ୍ଥା ଯେଉଁଭଳି ଗତି କରୁନା କାହିଁକି ତାହା କୌଣସି ସମୟରେ ସେଠାରେ ପହଞ୍ଚିବ। କିନ୍ତୁ ୨୦୨୪ରେ ଏଠାରେ ପହଞ୍ଚିବ ବୋଲି ମୋଦି ଯାହା କହୁଛନ୍ତି ସେଥିରୁ ଜଣାପଡୁଛି ଯେ ଗତ ତିନି ବର୍ଷରେ କ’ଣ ଘଟିଛି ତାହା ସମ୍ପର୍କରେ ସେ ଅଜ୍ଞ ରହିଛନ୍ତି। ସେ ସାକ୍ଷାତକାରରେ କହିଛନ୍ତି ଯେ, ଏହାକୁ ନେଇ ଅଧିକାଂଶ ନିରାଶାବାଦୀ ଲୋକ ସନ୍ଦେହରେ ରହିଛନ୍ତି। ତୁମେ ଯଦି ସେମାନଙ୍କ ସାଥୀରେ ରହିବ ତୁମେ ବି ହତାଶା ଓ ନିରାଶର ସ୍ବର ଶୁଣିବ’। ନା,ଏହାକୁ ନିରାଶା ନୁହେଁ ବରଂ ବାସ୍ତବତା ଏବଂ ଠିକ୍‌ ସଂଖ୍ୟା ଜାଣିବାର ସକ୍ଷମତା କୁହାଯାଇପାରେ। ପ୍ରଧାନମନ୍ତ୍ରୀ ବାସ୍ତବତାକୁ ସମ୍ମୁଖୀନ ହେବାକୁ ଅକ୍ଷମ ଥିଲେ କିମ୍ବା ଆମ ଧାରଣାଠାରୁ ବାସ୍ତବତା ଭିନ୍ନ ବୋଲି ଆମମାନଙ୍କୁ ଅବଗତ କରାଇବାରେ ସେ ଅତ୍ୟଧିତ୍କ ନିଶ୍ଚିତ ଥିଲେ କି ନାହିଁ ତାହା କହିବା ମୁସ୍କିଲ। ଫେବୃୟାରୀ ପର୍ଯ୍ୟନ୍ତ ଆମ ସେନା ଯେଉଁ ଜାଗାରେ ପାଟ୍ରୋଲିଂ କରୁଥିଲେ ତାହାକୁ ଚାଇନା ମାଡିବସିନି ବୋଲି ଯଦି କହିବା, ତେବେ ସେ ଆକ୍‌ଚୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଏସି)କୁ ଟପିନାହିଁ ବୋଲି ଧରାଯିବ । ଯଦି ଆମେ ଆମକୁ ଚାଇନା ଓ ପାକିସ୍ତାନ ସହ ତୁଳନା ନ କରି ବ୍ରାଜିଲ ଏବଂ ଇଟାଲୀ ସହ ତୁଳନା କରିବା ତେବେ କୋଭିଡ୍‌ ସଂଖ୍ୟା ଆମକୁ ବଢିଆ ଦେଖାଯିବ। ‘ଆମତ୍ନିର୍ଭର ଭାରତ କେବଳ ପ୍ରତିଯୋଗିତା ନହେଁ ବରଂ ଏକ ସମ୍ପନ୍ନତାର ବିଷୟ,ଏହା ପ୍ରଭୁତ୍ୱ ନୁହେଁ ବରଂ ନିର୍ଭରଶୀଳତାର ବିଷୟ, ଏହା ନିଜକୁ ନୁହେଁ ବରଂ ସାରା ବିଶ୍ୱକୁ ଦେଖିବାର ବିଷୟ’- ଏଭଳି ମୂଲ୍ୟହୀନ ଉକ୍ତିକୁ ଯଦି ଆମେ ଗ୍ରହଣ କରିବା ତେବେ ୩୦ ମାସ ଧରି ମାନ୍ଦା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି କରାଯାଉଥିବା ପ୍ରୟାସର ଏହା ଏକ ବିକଳ୍ପ ବୋଲି ଧରିନେବା।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri