ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ କହି ଶେୟାରଧାରକଙ୍କୁ ବୋକା ବନାଇଥିବା ଆମାଜନ ଅଭିଯୋଗରେ କହିଛି। ଗତ କିଛି ମାସ ହେବ ଏହି ବିବାଦ ଲାଗି ରହିଥିବା ଜଣାପଡ଼ିଛି। ଫ୍ୟୁଚର ଗ୍ରୁପ୍‌ ଏହାର ରିଟେଲ କାରବାରକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌କୁ ବିକ୍ରି କରିବା ପରେ ଏଭଳି ବିବାଦ ମୁଣ୍ଡ ଟେକିଛି। ଏହି ଡିଲ୍‌ ଫ୍ୟୁଚର ଗ୍ରୁପ୍‌ ଏବଂ ଆମାଜନ ଡିଲ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କୁହାଯାଇଛି। ଏଭଳି ବିବାଦ ଫ୍ୟୁଚର ଗ୍ରୁପ୍‌ ଏବଂ ଆମାଜନର ସମ୍ପର୍କରେ ଭଟ୍ଟା ସୃଷ୍ଟି କରିଛି। ଆମାଜନ ପକ୍ଷରୁ ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ଫ୍ୟୁଚର ଗ୍ରୁପ୍‌ ଜାରି କରିଥିବା ନ୍ୟୁଜ ରିଲିଜ ଏବଂ ଶେୟାର ବଜାରକୁ ପ୍ରଦାନ କରାଯାଇଥିବା ତଥ୍ୟ ଭାରତୀୟ ଆଇନର ଉଲ୍ଲଂଘନ ବୋଲି ଆମାଜନ କହିଛି। ଏହି ଡିଲ୍‌କୁ ଯାଞ୍ଚ କରିବା ପରେ ମଞ୍ଜୁରୀ ପ୍ରଦାନ କରିବାକୁ ଏହି ଇ-କମର୍ସ କମ୍ପାନୀ ଅଭିଯୋଗରେ କହିଛି। ଏ ପ୍ରସଙ୍ଗ ଉପରେ ଫ୍ୟୁଚର ଗ୍ରୁପ୍‌ର ମତାମତ ଲୋଡ଼ାଯାଇଥିଲେ ମଧ୍ୟ ମୁଖପାତ୍ର କିଛି କହିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ସତର୍କ କଲା ଏସ୍‌ବିଆଇ, ଏହି ଦିନ ଉପୁଜିପାରେ ବଡ଼ ସମସ୍ୟା

ନଭେମ୍ବର ୨୨ ଅର୍ଥାତ୍‌ ଆସନ୍ତା ରବିବାର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସେବା ବ୍ୟାହତ ହେବା ନେଇ ବ୍ୟାଙ୍କ୍‌ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ଘରୋଇକରଣ ନତୁବା ବନ୍ଦ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୧୬।୯ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲାଗି ସରକାରଙ୍କ ସାମ୍ନାରେ ୨ଟି ବିକଳ୍ପ ରହିଛି। ଏହି ବିମାନ କମ୍ପାନୀକୁ ସରକାର ଘରୋଇକରଣ...

କାରବାର ସୁଧାର ଆଶାରେ ବ୍ୟବସାୟୀ

ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍‌ଗୁଡ଼ିକ ଖୋଲିବାକୁ ସରକାର...

ଶିଳ୍ପ ଶ୍ରମିକଙ୍କ ନୂଆ ଖାଉଟି ମୂଲ୍ୟ ସୂଚୀ ସିରିଜ

ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର...

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା...

ରିଲାଏନ୍ସ ରିଟେଲରେ ନିବେଶ କରିବ ପିଆଇଏଫ୍‌

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ପବ୍ଲିକ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (ପିଆଇଏଫ୍‌) ୯୫୫୫ କୋଟି ଟଙ୍କା ନିବେଶ କରିବ। ଫଳରେ ଏହା ରିଲାଏନ୍ସ ରିଟେଲରେ ୨.୦୪% ଅଂଶଧନ...

ଯୁଦ୍ଧର ପ୍ରଭାବ, ୧୦୦ କମ୍ପାନୀର ୩.୪୦ ଲକ୍ଷ କୋଟି ଚୁକ୍ତି ବାତିଲ…

ଓ୍ବାଶିଂଟନ/ମସ୍କୋ/କ୍ୱିଭ୍‌, ୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ପୃଥିବୀର ବହୁ କମ୍ପାନୀ କ୍ଷତି ସହିଛନ୍ତି। ବିଶ companies ର କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିଛନ୍ତି। ଯୁଦ୍ଧର...

ଫଳ,ପନିପରିବା ହୋମ ଡେଲିଭରି ଦେଲା ଜମାଟୋ

ନୂଆଦିଲ୍ଲୀ,୧୫।୬: ପ୍ରମୁଖ ଦୁଗ୍ଧଜାତ ଉତ୍ପାଦ ଯୋଗାଣକାରୀ ସଂସ୍ଥା ମଦର ଡେରୀ’ର ଫଳ ଓ ପନିପରିବା ୟୁନିଟ ‘ସଫଲ’ ଦିଲ୍ଲୀ ଏନ୍‌ସିଆରରେ ହୋମ୍‌ ଡେଲିଭରି ସେବା ଆରମ୍ଭ...

Advertisement
Archives

Model This Week