ବାସ୍ତବତାଠାରୁ ଦୂରରେ

ଆକାର ପଟେଲ

ବିଜ୍‌ନେସ ନ୍ୟୁଜ୍‌ପେପର ଇକୋନୋମିକ ଟାଇମ୍ସକୁ ପ୍ରଧାନମନ୍ତ୍ରୀ ଏକ ବିଚିତ୍ର ସାକ୍ଷାତ୍‌କାର ଦେଇଛନ୍ତି। ଏହାର ଦୃଷ୍ଟିକୋଣ ଆମତ୍ବିଶ୍ୱାସରେ ଭରା,ସୁନ୍ଦରଭାବେ ଉପସ୍ଥାପନ କରାଯାଇଛି, କିନ୍ତୁ ଏହା ବାସ୍ତବତାଠାରୁ ଦୂରରେ ରହିଛି। ସେ କୋଭିଡ୍‌ ମହାମାରୀ ପରିଚାଳନା ଠିକ୍‌ ବାଟରେ କରିଥିବା ଏଥିରେ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅନ୍ୟ ଦେଶଗୁଡ଼ିକ ଏଥିପାଇର୍ଁ ଯାହା କରିନାହାନ୍ତି ସେ ତାହା କରିଥିବା କହିଥିଲେ। ତାଙ୍କ ମତରେ ସେ ଜୀବନ ରକ୍ଷା କରିଛନ୍ତି। ସେ କହିଛନ୍ତି ‘ମୁଁ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ନୁହେଁ, କିନ୍ତୁ ମୋ ଆକଳନ ସଂଖ୍ୟା ଉପରେ ଆଧାରିତ। ମୁଁ ଭାବୁଛି ଆମେ କେତେ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛେ ସେହି ମାପରେ କରୋନା ଭୂତାଣୁ ବିରୋଧୀ ଲଢ଼େଇକୁ ଆକଳନ କରିବା ଉଚିତ।’ ମୋଦି ଏହି ସାକ୍ଷାତ୍‌କାରରେ କୌଣସି ସଂଖ୍ୟା ପ୍ରଦାନ କଲେ ନାହିଁ। ସଂଖ୍ୟା ସମସ୍ତଙ୍କୁ ଜଣାଥିବାରୁ ହୁଏତ ଏହାର ଆବଶ୍ୟକତା ସେ ଉପଲବ୍ଧି କରିନାହାନ୍ତି ।
ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ କରୋନା ସଂକ୍ରମିତ ରାଷ୍ଟ୍ର। ମୃତକଙ୍କ ସଂଖ୍ୟାରେ ଏବେ ଏହା ବିଶ୍ୱରେ ତୃତୀୟ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚାଇନା ସହ ତୁଳନୀୟ। ହେଲେ ଚାଇନା ଗୋଟିଏ ଥରରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିଲା। ଫେବୃୟାରୀ ୧୨,ଏହି ଗୋଟିଏ ଦିନରେ ସଂକ୍ରମଣ ଶୀର୍ଷକୁ ଛୁଇଁଲା ପରେ କୌଣସି ବାଟରେ ଏହାକୁ ନିୟନ୍ତ୍ରଣ କରିପାରିଲା। ସଂସ୍କୃତି,ଭୌଗୋଳିକ ଦୃଷ୍ଟିକୋଣରୁ ତୁଳନୀୟ ଭାରତର ପଡ଼ୋଶୀ ବାଂଲାଦେଶ ଏବଂ ପାକିସ୍ତାନର ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା( ଏକ ଲକ୍ଷରେ) ପାଖାପାଖି ଦୁଇଗୁଣରୁ ଅଧିକରେ ପହଞ୍ଚିବା ଭଳି ଆମେ ମଧ୍ୟ ପହଞ୍ଚିଛୁ। ଏଣୁ କାହାକୁ ଆଧାର କରିି ଆମେ କହିପାରିବା ଯେ ମୋଦି ସରକାର ତୁଳନାମତ୍କ ଭାବେ ଭଲ କରିଛନ୍ତି। ଆମକୁ ବ୍ରାଜିଲ,ଇଟାଲୀଓ ଆମେରିକା ସହ ତୁଳନା କରିବା ଉଚିତ ବୋଲି ସେ ଭାବିଛନ୍ତି। କିନ୍ତୁ କାହିଁକି?
ସେ ଦାବି କରିଛନ୍ତି ଯେ,ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ସଂକ୍ରମିତ ରାଷ୍ଟ୍ର ହେଲେ ବି ବିନା ବଳପ୍ରୟୋଗରେ ଜନ ଭାଗୀଦାରି ସହାୟତାରେ କୋଭିଡ ନିୟନ୍ତ୍ରଣ କରିବାରେ ଏହା ଏକ ବିଶ୍ୱ ଆଦର୍ଶ । କିନ୍ତୁ ଭାରତରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବିଶ୍ୱର ସବୁଠୁ ଖରାପ ଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରି ଏଥିତ୍ତ୍ରେ ସରକାର ବଳ ପ୍ରୟୋଗ କଲେ। କାମ, ଖାଦ୍ୟ କିମ୍ବା ଆଶ୍ରୟ ବିନା ଲୋକେ ଘରକୁ ଫେରିବାବେଳେ ଦଣ୍ଡ ପାଇଲେ, ଏମିତି କି ଜେଲ ଗଲେ। ଜାତୀୟ ରାଜପଥରେ ଲୋକମାନଙ୍କୁ ପୋଲିସ ନିର୍ଯାତନା ଦେଲା ଓ ଏହି ଭୟରେ ଲୋକେ ଟ୍ରେନଲାଇନ ଉପରେ ଚାଲିଚାଲି ଗଲାବେଳେ ଟ୍ରେନ୍‌ ସେମାନଙ୍କ ଉପରେ ମାଡ଼ିଗଲା। ଏହା ହିଁ ବଳପ୍ରୟୋଗର ନିଚ୍ଛକ ଛବି। ଗୁଜରାଟରେ ସମ୍ଭବତଃ ଏହାର ସଂଜ୍ଞା କିଛି ଭିନ୍ନ।
ପ୍ରସ୍ତୁତ ନ ହୋଇ ମନମୁଖି ଭାବେ ଲାଗୁ କରାଯାଇଥିବା ଲକ୍‌ଡାଉନ ଲୋକଙ୍କ ଜୀବନ ବଞ୍ଚାଇପାରିଲାନି। ସଂକ୍ରମଣ ବ୍ୟାପିବା ଏବଂ ଘରେ ସପ୍ତାହ ସପ୍ତାହ ଧରି ବଳପୂର୍ବକ ଭାବେ ଲୋକଙ୍କୁ ବନ୍ଦ କରି ରଖିବା ମଧ୍ୟରେ କିଛି ସମ୍ପର୍କ ରହିଲାନି। ସଂକ୍ରମଣ ବ୍ୟାପିଲା ଓ ଲକ୍‌ଡାଉନ ଅର୍ଥବ୍ୟବସ୍ଥାକୁ କ୍ଷତି କଲା। ଅଗଷ୍ଟ ଓ ସେପ୍ଟେମ୍ବରର ତଥ୍ୟ ‘ଅର୍ଥବ୍ୟବସ୍ଥା ପୁଣି ଟ୍ରାକକୁ ଫେରୁଛି ବା ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି’ ବୋଲି ଯାହା ଦର୍ଶାଇଛି ତାହା ଉପରେ ପ୍ରଧାନମନ୍ତ୍ରୀ ନିଶ୍ଚିତ ଅଛନ୍ତି। ହେଲେ କେଉଁଠିି ସୁଧାର ଆସୁଛି? କୋଭିଡ୍‌ ମହାମାରୀ ଦେଖାଦେବା ପୂୂର୍ବରୁ ଲଗାତର ଦୁଇବର୍ଷ ହେବ ଭାରତର ଜିଡିପି ଖସି ଚାଲିଛି। ଜାନୁୟାରୀ ୨୦୧୮ରୁ ୧୦ଟି ତ୍ରୈମାସିକରେ ଲଗାତର ପ୍ରତ୍ୟକଟିରେ ଜିଡିପି କମିଚାଲିଛି। କୋଭିଡ୍‌ ପୂର୍ବରୁ ଅଭିବୃଦ୍ଧି ୩% ଥିଲା। ସୁଧାର ଆସୁଛି ବୋଲି ଯାହା କହୁଛୁ ସେଥିରୁ ଆମେ କ’ଣ ପାଇଛୁ? ଅର୍ଥବ୍ୟବସ୍ଥା ଫେବୃୟାରୀରେ ଯାହା ଥିଲା ସେଠିକୁ ଶୀଘ୍ର ଫେରି ଅସିବା କଥା ଯଦି ସେ ଭାବୁଥାନ୍ତି, ତେବେ ତାଙ୍କ ନିକଟରେ ଭୁଲ ପରାମର୍ଶଦାତାମାନେ ରହିଛନ୍ତି ବୋଲି କହିବାକୁ ହେବ। ଏପ୍ରିଲ ଏବଂ ଜୁନ୍‌ ମଧ୍ୟରେ ପଡୁଥିବା ଜିଡିପିର ଗୋଟିଏ ତ୍ରୈମାସିକରେ ଆମେ ବିଫଳ ହେଲୁ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଏହା ଆଉ ତଳକୁ ଖସିବ ନାହିଁ ବୋଲି ଆଶା କରିବା, କିନ୍ତୁ ତାହା ଖସିବ ।
ଯଦି ଏହା ନ ହୁଏ ତେବେ ତ୍ରୈମାସିକରେ ଜିଡିପିର କ୍ଷତି ଭରଣା କରିବା ଲାଗି ଦୁଇ ବର୍ଷ ଲାଗିଯିବ। ଅର୍ଥାତ,ଚଳିତ ବର୍ଷ ଫେବୃୟାରୀରେ ଜିଡିପି ଯାହା ଥିତ୍ଲା ସେଠାକୁ ଦୁଇବର୍ଷ ପରେ ଆମେ ଫେରିବାର ସମ୍ଭାବନା ରହିଛି। ‘ଟ୍ରାକକୁ ଫେରୁଛି ’ର ମାନେ ଏହା ନୁହେଁ।
ସେ ସବୁବେଳେ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର କଥା କହୁଛନ୍ତି। ଗୋଟିଏ ପକ୍ଷରେ ଦେଖିବାକୁ ଗଲେ ଏହା ଏକ ମାମୁଲି କଥା। ଭାରତର ଅର୍ଥବ୍ୟବସ୍ଥା ଯେଉଁଭଳି ଗତି କରୁନା କାହିଁକି ତାହା କୌଣସି ସମୟରେ ସେଠାରେ ପହଞ୍ଚିବ। କିନ୍ତୁ ୨୦୨୪ରେ ଏଠାରେ ପହଞ୍ଚିବ ବୋଲି ମୋଦି ଯାହା କହୁଛନ୍ତି ସେଥିରୁ ଜଣାପଡୁଛି ଯେ ଗତ ତିନି ବର୍ଷରେ କ’ଣ ଘଟିଛି ତାହା ସମ୍ପର୍କରେ ସେ ଅଜ୍ଞ ରହିଛନ୍ତି। ସେ ସାକ୍ଷାତକାରରେ କହିଛନ୍ତି ଯେ, ଏହାକୁ ନେଇ ଅଧିକାଂଶ ନିରାଶାବାଦୀ ଲୋକ ସନ୍ଦେହରେ ରହିଛନ୍ତି। ତୁମେ ଯଦି ସେମାନଙ୍କ ସାଥୀରେ ରହିବ ତୁମେ ବି ହତାଶା ଓ ନିରାଶର ସ୍ବର ଶୁଣିବ’। ନା,ଏହାକୁ ନିରାଶା ନୁହେଁ ବରଂ ବାସ୍ତବତା ଏବଂ ଠିକ୍‌ ସଂଖ୍ୟା ଜାଣିବାର ସକ୍ଷମତା କୁହାଯାଇପାରେ। ପ୍ରଧାନମନ୍ତ୍ରୀ ବାସ୍ତବତାକୁ ସମ୍ମୁଖୀନ ହେବାକୁ ଅକ୍ଷମ ଥିଲେ କିମ୍ବା ଆମ ଧାରଣାଠାରୁ ବାସ୍ତବତା ଭିନ୍ନ ବୋଲି ଆମମାନଙ୍କୁ ଅବଗତ କରାଇବାରେ ସେ ଅତ୍ୟଧିତ୍କ ନିଶ୍ଚିତ ଥିଲେ କି ନାହିଁ ତାହା କହିବା ମୁସ୍କିଲ। ଫେବୃୟାରୀ ପର୍ଯ୍ୟନ୍ତ ଆମ ସେନା ଯେଉଁ ଜାଗାରେ ପାଟ୍ରୋଲିଂ କରୁଥିଲେ ତାହାକୁ ଚାଇନା ମାଡିବସିନି ବୋଲି ଯଦି କହିବା, ତେବେ ସେ ଆକ୍‌ଚୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଏସି)କୁ ଟପିନାହିଁ ବୋଲି ଧରାଯିବ । ଯଦି ଆମେ ଆମକୁ ଚାଇନା ଓ ପାକିସ୍ତାନ ସହ ତୁଳନା ନ କରି ବ୍ରାଜିଲ ଏବଂ ଇଟାଲୀ ସହ ତୁଳନା କରିବା ତେବେ କୋଭିଡ୍‌ ସଂଖ୍ୟା ଆମକୁ ବଢିଆ ଦେଖାଯିବ। ‘ଆମତ୍ନିର୍ଭର ଭାରତ କେବଳ ପ୍ରତିଯୋଗିତା ନହେଁ ବରଂ ଏକ ସମ୍ପନ୍ନତାର ବିଷୟ,ଏହା ପ୍ରଭୁତ୍ୱ ନୁହେଁ ବରଂ ନିର୍ଭରଶୀଳତାର ବିଷୟ, ଏହା ନିଜକୁ ନୁହେଁ ବରଂ ସାରା ବିଶ୍ୱକୁ ଦେଖିବାର ବିଷୟ’- ଏଭଳି ମୂଲ୍ୟହୀନ ଉକ୍ତିକୁ ଯଦି ଆମେ ଗ୍ରହଣ କରିବା ତେବେ ୩୦ ମାସ ଧରି ମାନ୍ଦା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି କରାଯାଉଥିବା ପ୍ରୟାସର ଏହା ଏକ ବିକଳ୍ପ ବୋଲି ଧରିନେବା।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri