Posted inଖେଳ

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ ତାଙ୍କ ସ୍ଥାନରେ ରୋଜର ବିନ୍ନିଙ୍କୁ ଦାୟିତ୍ୱ ମିଳିପାରେ। ହେଲେ ଗାଙ୍ଗୁଲି ଏବେ ଏହି ପଦ ଛାଡ଼ିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି।

୫୦ ବର୍ଷୀୟ ଗାଙ୍ଗୁଲି ୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳି ଆସୁଛନ୍ତି। ଏହି ୩ ବର୍ଷ ଭିତରେ ସେ ସଫଳତା ସାଙ୍ଗକୁ ବିବାଦକୁ ନେଇ ଚଚ୍ଚାରେ ରହିଥିଲେ। ବିଶେଷକରି କୋହଲିଙ୍କ ସହ ତାଙ୍କ ବିବାଦ ଖବର ଶିରୋନାମା ପାଲଟୁଥିଲା। ଏବେ କୋହଲିଙ୍କ ପ୍ରଶଂସକ ଉକ୍ତ ଦିନକୁ ମନେ ପକାଇ ଦାଦାଙ୍କୁ ଟ୍ରୋଲ କରୁଛନ୍ତି।

ଜଣେ ବ୍ୟବହାରକାରୀ ଟୁଇଟରରେ ଲେଖିଛନ୍ତି, କୋହଲି ଦିନିକିଆ ଫର୍ମାଟରେ ଭାରତର ଅଧିନାୟକ ରହିବାକୁ ଚାହୁଁଥିଲେ, ହେଲେ ଏହାକୁ ମଞ୍ଜୁର କରାଯାଇ ନ ଥିଲା। ଏବେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ରହିବାକୁ ଚାହୁଁଛନ୍ତି। ହେଲେ ଏହାକୁ ମଧ୍ୟ ମଞ୍ଜୁର କରାଯାଇନାହିଁ। କହିବାକୁ ଗଲେ ‘କର୍ମା ଷ୍ଟାଇକ୍‌ସ ବ୍ୟାକ୍‌’ ( ଯେମିତି କରିବ, ସେମିତି ପାଇବ) ବୋଲି ସେ ଲେଖିଛନ୍ତି।

କହିରଖୁଛୁ ଯେ, ଗତ ବର୍ଷ ଟି୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟର ଅଧିନାୟକ ପଦ ଛାଡ଼ିଥିଲେ। ସେ ଦିନିକିଆ ଫର୍ମାଟରେ ଅଧିନାୟକ ହୋଇ ରହିବାକୁ ଚାହୁଁଥିଲେ। ମାତ୍ର ବିସିସିଆଇ ତାଙ୍କ କଥାକୁ ଗ୍ରହଣ କରି ନ ଥିଲା। କୋହଲିଙ୍କୁ ଏହି ଦାୟିତ୍ୱରୁ ହଟାଇ ରୋହିତ ଶର୍ମାଙ୍କୁ ଦେଇଥିଲା। ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଏହା ଚାହୁଁ ନ ଥିଲେ କି ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେସ୍‌ ବିଶ୍ୱକପ୍‌ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା

ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍‌ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍‌ ବିଶ୍ୱକପ୍‌ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...

ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ

କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ।...

ବଟଲର, ଅମିନ ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୧୨: ନଭେମ୍ବର ମାସରେ ଉତ୍ତମ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଟି୨୦ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଜୋସ୍‌ ବଟଲର ପ୍ରଥମ ଥର ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)...

ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ...

୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍‌ କ୍ଲବରେ ଭେଟିବା ପରେ …

ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍‌ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍‌...

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଆଗରେ ୧୩୩ ରନ୍‌ର ଟାଗେର୍ଟ

ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ସମ୍ମୁଖରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ...

ଦ୍ୱିତୀୟଥର ବାପା ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ଦ୍ୱିତୀୟ ଥର ବାପା ହୋଇଛନ୍ତି। ଶିଶୁର ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ...

ସିଡ୍‌ନୀରେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ ଖର୍ଚ୍ଚ ବିସିସିଆଇ ବହନ କରୁଛି: ସିଏ

ସିଡ୍‌ନୀ,୧୯।୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରମାନେ ଏବେ ସିଡ୍‌ନୀରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। ତେବେ...

Advertisement
Archives

Model This Week