ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ ଜାଣିବାକୁ ଚାହାନ୍ତି। ତେବେ ସିନେ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ପ୍ରଶଂସକ ଜାଣନ୍ତିନି ସେମାନେ ବିବାହିତ। ତେବେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ….

ରାଧିକା ଆପ୍ଟେ
ରାଧିକା ଆପ୍ଟେ ୨୦୧୨ ମସିହାରେ ବିଦେଶୀ ସଙ୍ଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କକୁ ଏକ ବର୍ଷ ପାଇଁ ଲୁଚାଇ ରଖିଥିଲେ। କୁହାଯାଏ ଯେ, ସେମାନେ ୨୦୧୧ରେ ସାକ୍ଷାତ କରିଥିଲେ। ଯେତେବେଳେ ରାଧିକା ସମସାମୟିକ ନୃତ୍ୟ ଶିଖିବାକୁ ଲଣ୍ଡନ ଯାଇଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ରାଧିକାଙ୍କ ସ୍ବାମୀ ଲଣ୍ଡନରେ ରୁହନ୍ତି।

ମାହି ଗିଲ
ଅନେକ ଚଳଚ୍ଚିତ୍ରରେ ବୋଲ୍ଡ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହି ଗିଲ ମଧ୍ୟ ବିବାହିତ। ସେ ବହୁତ ଶୀଘ୍ର ବିବାହ କରିଥିଲେ। ଏକ ସାକ୍ଷାତକାରରେ, ମାହି ସ୍ବୀକାର କରିଛନ୍ତି ଯେ, ମୋର ପ୍ରଥମ ବିବାହ ସମୟରେ ମୋର ବୟସ ହୋଇ ନ ଥିଲା। ଖବର ଅନୁଯାୟୀ, ମାହି ବର୍ତ୍ତମାନ ଗୋଆର ଏକ ହୋଟେଲ ମାଲିକଙ୍କୁ ଡେଟ୍‌ କରୁଛନ୍ତି। ମାହି ଗିଲଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି।

ଆଦିତି ରାଓ ହାଇଦରୀ
ଆଦିତି ରାଓ ହାଇଡାରୀ ୨୧ ବର୍ଷ ବୟସରେ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାତ୍ର ଏହି କଥାକୁ ଆଦିତ ବଲିଉଡ୍‌ରେ ପ୍ରବେଶ ସମୟରେ ଲୁଚାଇ ରଖିଥିଲେ। ତେବେ ଉଭୟଙ୍କ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି।

ନାରାୟଣୀ ଶାସ୍ତ୍ରୀ
ନାରାୟଣୀ ଶାସ୍ତ୍ରୀ ୨୦୧୫ ମସିହାରେ ବିଦେଶୀ ପ୍ରେମିକ ଷ୍ଟିଭେନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାହା ପ୍ରକାଶ କରିଥିଲୋ। ନାରାୟଣୀ ସେତେବେଳେ କହିଥିଲେ- ‘ମୁଁ ମୋର ବିବାହ ବିଷୟରେ ଜଣାଇବାକୁ ଚାହୁଁ ନ ଥିଲି। ମୁଁ ତାଙ୍କୁ ଭଲ ପାଉଥିଲି ପରେ ବିବାହ କରିଥିଲି ଏବଂ ମୁଁ ବହୁତ ଖୁସି ଅଛି’। ନାରାୟଣୀ ଶାସ୍ତ୍ରୀଙ୍କ ସ୍ବାମୀ ଲଣ୍ଡନରୁ ଆସି ଗତ ଦଶ ବର୍ଷ ଧରି ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri