ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ ଜାଣିବାକୁ ଚାହାନ୍ତି। ତେବେ ସିନେ ଜଗତରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କୁ ଅଧିକାଂଶ ପ୍ରଶଂସକ ଜାଣନ୍ତିନି ସେମାନେ ବିବାହିତ। ତେବେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ….

ରାଧିକା ଆପ୍ଟେ
ରାଧିକା ଆପ୍ଟେ ୨୦୧୨ ମସିହାରେ ବିଦେଶୀ ସଙ୍ଗୀତଜ୍ଞ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ମାତ୍ର ଏହି ସମ୍ପର୍କକୁ ଏକ ବର୍ଷ ପାଇଁ ଲୁଚାଇ ରଖିଥିଲେ। କୁହାଯାଏ ଯେ, ସେମାନେ ୨୦୧୧ରେ ସାକ୍ଷାତ କରିଥିଲେ। ଯେତେବେଳେ ରାଧିକା ସମସାମୟିକ ନୃତ୍ୟ ଶିଖିବାକୁ ଲଣ୍ଡନ ଯାଇଥିଲେ। ଏକ ବର୍ଷ ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ରାଧିକାଙ୍କ ସ୍ବାମୀ ଲଣ୍ଡନରେ ରୁହନ୍ତି।

ମାହି ଗିଲ
ଅନେକ ଚଳଚ୍ଚିତ୍ରରେ ବୋଲ୍ଡ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମାହି ଗିଲ ମଧ୍ୟ ବିବାହିତ। ସେ ବହୁତ ଶୀଘ୍ର ବିବାହ କରିଥିଲେ। ଏକ ସାକ୍ଷାତକାରରେ, ମାହି ସ୍ବୀକାର କରିଛନ୍ତି ଯେ, ମୋର ପ୍ରଥମ ବିବାହ ସମୟରେ ମୋର ବୟସ ହୋଇ ନ ଥିଲା। ଖବର ଅନୁଯାୟୀ, ମାହି ବର୍ତ୍ତମାନ ଗୋଆର ଏକ ହୋଟେଲ ମାଲିକଙ୍କୁ ଡେଟ୍‌ କରୁଛନ୍ତି। ମାହି ଗିଲଙ୍କର ଏକ ତିନି ବର୍ଷର ଝିଅ ମଧ୍ୟ ଅଛି।

ଆଦିତି ରାଓ ହାଇଦରୀ
ଆଦିତି ରାଓ ହାଇଡାରୀ ୨୧ ବର୍ଷ ବୟସରେ ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାତ୍ର ଏହି କଥାକୁ ଆଦିତ ବଲିଉଡ୍‌ରେ ପ୍ରବେଶ ସମୟରେ ଲୁଚାଇ ରଖିଥିଲେ। ତେବେ ଉଭୟଙ୍କ ବର୍ତ୍ତମାନ ଛାଡପତ୍ର ହୋଇଯାଇଛି।

ନାରାୟଣୀ ଶାସ୍ତ୍ରୀ
ନାରାୟଣୀ ଶାସ୍ତ୍ରୀ ୨୦୧୫ ମସିହାରେ ବିଦେଶୀ ପ୍ରେମିକ ଷ୍ଟିଭେନଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାହା ପ୍ରକାଶ କରିଥିଲୋ। ନାରାୟଣୀ ସେତେବେଳେ କହିଥିଲେ- ‘ମୁଁ ମୋର ବିବାହ ବିଷୟରେ ଜଣାଇବାକୁ ଚାହୁଁ ନ ଥିଲି। ମୁଁ ତାଙ୍କୁ ଭଲ ପାଉଥିଲି ପରେ ବିବାହ କରିଥିଲି ଏବଂ ମୁଁ ବହୁତ ଖୁସି ଅଛି’। ନାରାୟଣୀ ଶାସ୍ତ୍ରୀଙ୍କ ସ୍ବାମୀ ଲଣ୍ଡନରୁ ଆସି ଗତ ଦଶ ବର୍ଷ ଧରି ମୁମ୍ବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?