Odisha Elections 2024
Posted inଖେଳ

IND vs AUS Final: ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୁରକ୍ଷା କର୍ମୀଙ୍କୁ ଭେଦ କରି କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି। ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା।

୧୪ ତମ ଓଭରରେ ଏହି ଘଟଣା ଘଟିଥିଲା ଯେତେବେଳେ ଜଣେ ପ୍ରଶଂସକ ସୁରକ୍ଷା କର୍ଡନକୁ ଚକମା ଦେବା ସହ ପଡ଼ିଆକୁ ଯିବାରେ ସଫଳ ହୋଇଥିଲେ। ପ୍ରଶଂସକ ଜଣକ ତାଙ୍କର ଏକ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ “ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର” ଲେଖାଥିଲା ଏବଂ ତାଙ୍କ ସହ ପାଲେଷ୍ଟାଇନ ପତାକା ମଧ୍ୟ ଧରିଥିଲେ। ଏପରିକି ତାଙ୍କ ଫେସ୍ ମାସ୍କରେ ପାଲେଷ୍ଟାଇନ ପତାକା ରହିଥିଲା। ତେବେ ପଡିଆରେ ପ୍ରବେଶ କରିବା ପାଇଁ ସୁରକ୍ଷା ଭଙ୍ଗ କରିଥିବା ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି ।

ତେବେ ଫାଇନାଲ ମୁକାବିଲାରେ ଆରମ୍ଭରୁ ଭାରତର ଉଭୟ ଓପନିଂ ବ୍ୟାଟର ଭଲ ଖେଳୁଥିଲେ ମଧ୍ୟ ପ୍ରଥମେ ଶୁଭମନ ଗିଲ, ରୋହିତ ଶର୍ମା (୪୭) ଙ୍କ ପରେ ଶ୍ରେୟସ୍ ଆୟର ପ୍ୟାଭିଲିୟନ ଫେରିସାରିଛନ୍ତି। ଗିଲ ୭ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟସ ୩ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫଳରେ ଭାରତ ୧୨ ଓଭରରେ ୮୨ ରନ କରି ତୃତୀୟ ୱିକେଟ୍ ହରାଇ ସଂକଟରେ ପଡିଥିଲା। ପରେ କୋହଲି ଏବଂ କେଏଲ ରାହୁଲ କ୍ରିଜରେ ଭାରତୀୟ ଇନିସ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ୍ ଜିତି ଭାରତ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri