ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ହାଇଦ୍ରାବାଦ,୧୩।୭: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ରଙ୍ଗମଞ୍ଚରୁ। ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରିଦୁ’ ମାଧ୍ୟମରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ତେଲୁଗୁ ସହିତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଚଳଚ୍ଚିତ୍ର ମଧ୍ୟ ରହିଛି। ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ତାଙ୍କର ବହୁମୁଖୀ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା।

ତାଙ୍କର କେେତେକ ହିଟ୍‌ ଫିଲ୍ମ ମଧ୍ୟରେ ରହିଛି ‘ଆହା ନା ପେଲ୍ଲାନ୍ତା!’, ‘ପ୍ରତିଗତନା’, ‘ଖୈଦୀ ନମ୍ବର ୭୮୬’, ‘ଶିବା’, ଓ ‘ୟମଲୀଲା’। ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ‘ସୁବର୍ଣ୍ଣ ସୁନ୍ଦରୀ’ ଥିଲା ତାଙ୍କର ଶେଷ ତେଲୁଗୁ ଚଳଚ୍ଚିତ୍ର। ତାଙ୍କର ଅଭିନୟ ପାଇଁ ସେ ୨୦୧୫ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ସହିତ ୯ଟି ନନ୍ଦୀ ପୁରସ୍କାର ଗ୍ରହଣ କରିଥିଲେ।

ଚଳଚ୍ଚିତ୍ର ଜଗତ ବ୍ୟତୀତ, ଶ୍ରୀନିବାସ ରାଓ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ଭାବେ ବିଜୟୱାଡ଼ା ପୂର୍ବ ର୍ନିବାଚନ ମଣ୍ଡଳୀରୁ ବିଧାୟକ ଭାବେ ର୍ନିବାଚିତ ହୋଇ ଜନସେବା କରିଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କୋଟା ଶ୍ରୀନିବାସ ରାଓଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ତେଲୁଗୁ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଚିରଞ୍ଜୀବୀ ତାଙ୍କୁ ବହୁମୁଖୀ ପ୍ରତିଭା ଭାବେ ଅଭିହିତ କରି ଶୋକ ପ୍ରକାଶ କରିଛନ୍ତି। ଅଭିନେତା ରବି ତେଜା, ଯିଏ ଶ୍ରୀନିବାସ ରାଓଙ୍କ ସହ ୧୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି, ସେ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ମୁଁ ତାଙ୍କୁ ଦେଖି ବଡ଼ ହୋଇଛି, ତାଙ୍କ ଅଭିନୟରୁ ଶିଖିଛି। ସେ ମୋ ପାଇଁ ପରିବାର ସଦସ୍ୟ ପରି ଥିଲେ।

କୋଟା ଶ୍ରୀନିବାସ ରାଓଙ୍କ ପତ୍ନୀ ରୁକ୍ମିନୀ ଓ ଦୁଇ ଝିଅ ତାଙ୍କ ପରେ ରହିଛନ୍ତି। ତାଙ୍କ ଏକମାତ୍ର ପୁତ୍ର କୋଟା ବେଙ୍କଟ ଅଞ୍ଜନେୟ ପ୍ରସାଦ ୨୦୧୦ ମସିହାରେ ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ରାଜନୀତି ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?