ପରିବାରର ଭୂମିକା

ଶ୍ରୁତକୀର୍ତ୍ତି ତ୍ରିପାଠୀ

ପରିବାର ବା କୁଟୁମ୍ବର ସହଯୋଗ ଥିଲେ ବ୍ୟକ୍ତି ସବୁ ପ୍ରକାର ବାଧାବିଘ୍ନକୁ ହସିହସି ସହିଯାଏ। ଏହା ସମାଜର ଏକ ମୌଳିକ ଅଙ୍ଗ। କୋଭିଡ୍‌ ମହାମାରୀ କାଳରେ ପରିବାରର ଆବଶ୍ୟକତାକୁ ସର୍ବସାଧାରଣ ଅମାନ୍ୟ କରିପାରିବେ ନାହିଁ। ଏଭଳି ଏକ ବିପତ୍ତି କାଳରେ ପରିବାର ନିଜ ସଦସ୍ୟମାନଙ୍କୁ ଦେଇଛି ମାନସିକ, ସାମାଜିକ ଓ ଅର୍ଥନୈତିକ ନିରାପତ୍ତା। ପରିବାର ମଧ୍ୟରେ ରହିଲେ ପ୍ରେମ, ଆନନ୍ଦ, ଶାନ୍ତି ଓ ନିରାପତ୍ତା ଅନୁଭବ ହୁଏ। ତେଣୁ କୁହାଯାଏ, ଯେଉଁ ଦେଶରେ ସମ୍ପୂର୍ଣ୍ଣ ପରିବାର ସଂଖ୍ୟା ଯେତେ ବେଶି, ସେ ଦେଶ ସେତେ ସମୃଦ୍ଧ ଓ ସଶକ୍ତ। ଇଂଲିଶ୍‌ରେ କଥାଟିଏ ଅଛି- “A family is not only an important thing, it is everything.” ଏହାର ବାସ୍ତବିକ ଅର୍ଥ କେତେ ଗହନ।
ଭାରତରେ ପରିବାରର ଅର୍ଥ ବ୍ୟାପକ। ପ୍ରତିଟି ସମ୍ପର୍କ ଏହାର ଜଣେ ଜଣେ ସଭ୍ୟ। ଧାର୍ମିକ ଅନୁଷ୍ଠାନ, ସାମାଜିକ କର୍ମ, ବିପଦ-ଆପଦ, ଦୁଃଖ-ସୁଖ, ଉତ୍ସବ, ପୂଜା-ପାର୍ବଣ ଆଦିରେ ସମଗ୍ର ପରିବାର ଏକାଠି ହେବା ଦ୍ୱାରା ସମ୍ପର୍କ ଦୃଢ଼ ଓ ଅତୁଟ ହୁଏ। ଗୋଟିଏ ପରିବାରରେ ଛୋଟ ବଡ଼ ସମସ୍ତେ ପାରିବାରିକ ନିଷ୍ପତ୍ତିରେ ଭାଗ ନିଅନ୍ତି। ସମସ୍ତଙ୍କ ସମ୍ମତି ନେଇ ଯେକୌଣସି କାର୍ଯ୍ୟ କରାଯାଏ l ଉଭୟ ବରିଷ୍ଠ ଏବଂ କନିଷ୍ଠମାନଙ୍କ ମତକୁ ସମ୍ମାନ ଦେଇ ବିଚାର କରାଯାଏ l ଯୁକ୍ତିତର୍କ, ମତାନ୍ତର, ମନାନ୍ତର ସତ୍ତ୍ୱେ ଆଲୋଚନା ଓ ବୁଝାମଣା କରାଯାଇ ସମସ୍ୟା ସମାଧାନର ବାଟ ଖୋଜାଯାଏ। ପରିବାର ସହ ଏକତ୍ର ବାସ କଲେ ବ୍ୟକ୍ତିକୁ ଅର୍ଥନୈତିକ, ସାମାଜିକ, ମାନସିକ ନିରାପତ୍ତା ଲାଭ ହୁଏ l ଆହୁରି ପରିବାରରେ ଦୃଢ଼ ହୁଏ ମାତୃଭାଷା ସହିତ ବନ୍ଧନ। ଦମ୍ଭ ଓ ଆପଣାପଣର ଛାୟା କରି ସବୁ ଝଡ଼ଝଞ୍ଜାରୁ ମୁକୁଳାଇ ଆଣିବାର ସାମର୍ଥ୍ୟ ମାନବ ମଧ୍ୟରେ ଆତ୍ମବିଶ୍ୱାସ ଭରିଦିଏ, ଯାହା ପରିବାର ଭିତରେ ହିଁ ସମ୍ଭବପର। ପିଲାଙ୍କ ଭବିଷ୍ୟତ ପାଇଁ ମାତାପିତା ଆଜୀବନ ତ୍ୟାଗ ଏବଂ ପ୍ରାର୍ଥନାରେ ରତ ଥାଆନ୍ତି। ନିଜଠାରୁ ଅଧିକ ଅନ୍ୟ ପାଇଁ ଭାବିବା, ପରିପ୍ରକାଶ କରିବା ପୂର୍ବରୁ ମନକଥା ବୁଝି ତାକୁ ପୂରଣ କରିବା ପରିବାର ବ୍ୟତୀତ ଆଉ କେଉଁଠି ସମ୍ଭବ? ସେଥିପାଇଁ ତ ଆମେ ଭାରତୀୟମାନେ ଶିକ୍ଷାନୁଷ୍ଠାନରେ, କାର୍ଯ୍ୟାଳୟରେ, ପଡ଼ୋଶୀଙ୍କ ମେଳରେ ସବୁଠି ପରିବାରଟିଏ ସୃଷ୍ଟି କରିବାର କ୍ଷମତା ରଖୁ l ଗବେଷକମାନେ ମଧ୍ୟ ମତ ରଖନ୍ତି ଯେ, ପରିବାର ମଧ୍ୟରେ ବାସ କରୁଥିବା ବ୍ୟକ୍ତି ଅପେକ୍ଷାକୃତ ଭାବରେ ଅଧିକ ଶାନ୍ତିରେ ବଞ୍ଚେ ଏବଂ ଦୀର୍ଘାୟୁ ହୁଏ। ଏମାନଙ୍କର ମାନସିକ ଅବସାଦ କମ୍‌ l ବରିଷ୍ଠମାନଙ୍କର ଅଭିଜ୍ଞତା, ମାତାପିତାଙ୍କର ସଂସ୍କାର, ପରିବାରର ପରମ୍ପରା, ଚଳଣି ଏସବୁର ମିଳିତ ସହାବସ୍ଥାନରେ ପରିବାର ରୁଦ୍ଧିମନ୍ତ।
ମାତ୍ର ଆଧୁନିକୀକରଣ, ସହରୀକରଣ, ବଜାରୀକରଣ ଯୋଗୁ ପରିବାରଗୁଡ଼ିକ ଏବେ ଦୁର୍ବଳ ଏବଂ ବିଭକ୍ତ l ଏହାଦ୍ୱାରା ଯଦିଓ ପରିବାରର ଆୟ ଏବଂ ରୋଜଗାର ବଢ଼ିଛି, ମହିଳାଙ୍କ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସିଛି, ଶିକ୍ଷାରେ ଉନ୍ନତି ଘଟିଛି, ମାତ୍ର ପରିବାର ତା’ର ପରମ୍ପରା ଭୁଲିବାରେ ଲାଗିଛି l ବିବାଦ, କଳହ, ବିଚ୍ଛେଦ ପରିବାରଗୁଡ଼ିକୁ ଭାଙ୍ଗିଦେଉଛି। ଲୋକେ ଆଉ ପରିବାର ବନ୍ଧନରେ ବାନ୍ଧି ହେବାକୁ ଚାହୁଁନାହାନ୍ତି। ସମ୍ପର୍କକୁ ବୋଝ ମନେ କରି ଦୂରେଇ ଦେବାରେ ସେମାନଙ୍କର ତିଳେ ହେଲେ ଦ୍ୱିଧା ରହୁନାହିଁ। ଆମେରିକା, ଜାପାନ, ସିଙ୍ଗାପୁର ଭଳି ଉନ୍ନତ ଦେଶଗୁଡ଼ିକଠାରୁ ଅନୁକରଣ କରି ଆମ ଯୁବବର୍ଗ ମଧ୍ୟ ବିବାହ ନ କରି ଏକାଠି (ଲିଭ ଇନ୍‌) ରହିବା ସପକ୍ଷରେ ଅଛନ୍ତି। ପରିଣାମ ପରିବାର ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିବ।
ଆଧୁନିକତାର ବଶବର୍ତ୍ତୀ ହୋଇ ପରିବାରଠାରୁ ଦୂରେଇ ଯିବା ସାମାଜିକ ଅଧୋଗତିକୁ ନିମନ୍ତ୍ରଣ କରିବ, ଯାହାର ଅଳ୍ପେ ବହୁତେ ପରିଣାମ ଆମେ ଭୋଗିବା ଆରମ୍ଭ କଲେଣି l ମାତ୍ର ତଥାପି ଆଶାଟିଏ ରହିଛି ଯେ ଆମେ ସୁଧୁରିଯିବା। ଆମ ଆଗାମୀ ପିଢ଼ି ପୁଣିଥରେ ପରିବାରର ମହତ୍ତ୍ୱ ବୁଝିବେ, ପରିବାରକୁ ନିଜର ଶକ୍ତି ମନେକରି ଆଗେଇ ଚାଲିବେ। ସ୍ବାର୍ଥହୀନ ସେବା, ସର୍ତ୍ତହୀନ ପ୍ରେମ ଏବଂ ସ୍ନେହଭରା ନିରାପତ୍ତା ପରିବାର ଭିତରେ ହିଁ ମିଳେ l ଦୁର୍ବଳ ସମ୍ପର୍କକୁ ଯୋଡ଼ି, ମରାମତି କରି ପୁଣିଥରେ ନୂଆ କରି ଗଢ଼ିବାର ବେଳ ଇୟେ l ତେଣୁ ଆସନ୍ତୁ ନିଜ ନିଜ ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ ପୂର୍ବକ ସମସ୍ତେ ଏକାଠି ହେବା।
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ   ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର।...

ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ...

ଦିଗ୍‌ଦର୍ଶକ ନାଡାଲ

ସ୍ପେନ୍‌ର ରାଫାଲ ନାଡାଲ ୩୦ ଜାନୁୟାରୀ ୨୦୨୨ରେ ୨୧ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତି ଟେନିସ୍‌ କ୍ଷେତ୍ରରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କ ସହ...

ଆର୍ଥିକ ଯୁଦ୍ଧର ନୂଆ କୌଶଳ

ଯୁଦ୍ଧ ସମୟରେ ଆର୍ଥିକ ଅସ୍ତ୍ର(ଆର୍ଥିକ ଏବଂ ବିତ୍ତୀୟ କଟକଣା)ଗୁଡ଼ିକ ବ୍ୟବହାରର ଏକ ଲମ୍ବା ଇତିହାସ ରହିଛି। କିନ୍ତୁ ଜଗତୀକରଣ ଓ ସୀମାପାର ଯୋଗାଣ ଶୃଙ୍ଖଳ ବୃଦ୍ଧି...

ଶିଶୁ ଅଧିକାରରେ ବାଧକ ଲିଙ୍ଗଗତ ବୈଷମ୍ୟ

ରାଜୀବ କୁମାର ନାୟକ ୨୦୨୦ ମସିହାରେ ସମ୍ବଲପୁର ଜିଲା ଅନ୍ତର୍ଗତ ଯୁଯୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ୫୯% ଶିଶୁ ଭାବନ୍ତି ଯେ...

ତର୍କ ବିତର୍କ

ରମେଶ ଚନ୍ଦ୍ର ସାମଲ ଦୁନିଆରେ ଏଭଳି କିଛି ବିଷୟ ନାହିଁ ଯାହାକୁ ନେଇ କିଛି ତର୍କବିତର୍କ କରିହୁଏନା। କାରଣ ସବୁଥିରେ କିଛି ଭଲମନ୍ଦ ଦିଗ ଥାଏ।...

ଓଡ଼ିଆ ଅସ୍ମିତାର ପ୍ରଶ୍ନ

ଅମାତ୍ୟ କୁମାର ପ୍ରଧାନ ଡିସେମ୍ବର ତୃତୀୟ ସପ୍ତାହରେ ଓଡ଼ିଆ ଅସ୍ମିତାର ବିଭିନ୍ନ ବିଷୟ ଉପରେ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରାଯାଇଛି ତାହା ଯେ କୌଣସି ସଚେତନ...

ଶ୍ରୀଅରବିନ୍ଦଙ୍କ ପାଞ୍ଚଟି ସ୍ବପ୍ନ

୧୮୭୨ ଅଗଷ୍ଟ ୧୫ ରେ ମହାଯୋଗୀ ଶ୍ରୀଅରବିନ୍ଦ ଜନ୍ମଗ୍ରହଣ କରିଥିଲେ, ସେହି ପୁଣ୍ୟ ତିଥିର ୭୫ ବର୍ଷ ପରେ ଅର୍ଥାତ୍‌ ୧୫ା୦୮ା୧୯୪୭ରେ ସ୍ବାଧୀନ ଭାରତର ଜନ୍ମ।...

Advertisement
Archives

Model This Week