ମାନିଲେନି କଟକଣା: ପୁରୀରେ ମହାରାଷ୍ଟ୍ରର ଡାକ୍ତର ପରିବାର

ପୁରୀ ଅଫିସ,୨୫ା୭: କରୋନା ସଂକ୍ରମଣ ଏବେ ଦ୍ରୁତଗତିରେ ମାଡୁଛି। ପୁରୀ ଜିଲାରେ ବି ପଜିଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ସୀମା ସିଲ୍‌ କରାଯିବା ସହ ଜିଲାର ସମସ୍ତ ୬ଟି ପ୍ରବେଶ ପଥରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଲଗାଯାଇଛି। କଡ଼ାକଡ଼ି ଯାଞ୍ଚ ମଧ୍ୟ ଚାଲିଛି। ଅତି ଜରୁରୀ କାମ ନ ଥିଲେ ଜିଲା ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇପାରେ।
କାରଣ ପ୍ରତିଦିନ ଅନ୍ୟ ଜିଲା ଏପରି କି ରାଜ୍ୟ ବାହାର ଲୋକ ପୁରୀକୁ ପ୍ରବେଶ କରୁଛନ୍ତି। ଶୁକ୍ରବାର ସବୁ ନିୟମ ଓ ବ୍ୟବସ୍ଥାକୁ ଫୁ କରି ମହାରାଷ୍ଟ୍ରର ଏକ ଡାକ୍ତର ପରିବାର ଅନାୟାସରେ ଶ୍ରୀମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ଏଥିରୁ କରୋନା ସଂକ୍ରମଣ ପ୍ରତିହତ ଲାଗି ଯେଉଁସବୁ ବ୍ୟବସ୍ଥା ଏବଂ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।
କାଳିଆ ଠାକୁରଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରରୁ ସମ୍ପୃକ୍ତ ଡାକ୍ତରଙ୍କ ପରିବାରର ୮ଜଣ ସଦସ୍ୟ ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲେ। ପରେ ସେଠାରୁ ଦୁଇଟି ଗାଡ଼ିିରେ ପିପିଲି ଚେକ୍‌ଗେଟ୍‌ ଦେଇ ପୁରୀ ଆସିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ସମ୍ପୃକ୍ତ ଡାକ୍ତରଙ୍କ ଦୁଇଟି ଗାଡ଼ିି ସିଧାସଳଖ ସିଂହଦ୍ୱାର ସମ୍ମୁଖ ରାସ୍ତାରେ ପହଞ୍ଚତ୍ଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଡାକ୍ତରଙ୍କର ଓଡ଼ିଶା କିମ୍ବା ପୁରୀରେ କୌଣସି ଡ୍ୟୁଟି ନାହିଁ। ସମ୍ପ୍ରତି କଡ଼ା କଟକଣା ସତ୍ତ୍ବେ ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରୁ ଏମାନେ କିପରି ପୁରୀ ଆସିଲେ ତାହା ହିଁ ଏବେ ବଡ଼ ପ୍ରଶ୍ନ ହୋଇଛି। ଶ୍ରୀମନ୍ଦିର ନିକଟରେ ଥିବା ପୋଲିସ ସାମାନ୍ୟ ପଚରାଉଚରା କରି ଚୁପ୍‌ ରହିଥିଲା। ସମ୍ପୃକ୍ତ ପରିବାର ମନ୍ଦିର ଭିତରକୁ ପ୍ରବେଶ କରି ନ ଥିଲେ ମଧ୍ୟ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସିଂହଦ୍ୱାର ଅଞ୍ଚଳରେ ବୁଲାବୁଲି କରି ଫେରିଯାଇଥିଲେ। ତେବେ କୋଭିଡ୍‌ ଗାଇଡ୍‌ଲାଇନ କ’ଣ ବ୍ୟକ୍ତି ଅନୁଯାୟୀ ଭିନ୍ନ ରହୁଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଗତ ୧୪ ତାରିଖରେ କେତେଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିବା ଏକ ଘରୋଇ ବସ୍‌କୁ ପୋଲିସ ଜବତ କରିଛି। ଏହା ପରେ ବି ଆନ୍ଧ୍ର ଏବଂ ପୁରୀ ମଧ୍ୟରେ ଲୁଚାଛପାରେ କାର୍‌, ଟ୍ୟାକ୍ସି ଆଦି ଚଳାଚଳ କରୁଛି। ଯଦି ପ୍ରବେଶ ପଥରେ କଡ଼ା ଚେକିଂ ନ ହୁଏ ଏମିତି ଗଳାବାଟରେ ବାହାର ରାଜ୍ୟରୁ ଲୋକେ ପୁରୀକୁ ପ୍ରବେଶ କରୁଥିବେ ଏବଂ ପୁରୀର କରୋନା ସ୍ଥିତି ଅଧିକ ଜଟିଳ ହେବ ଏଥିରେ ସନ୍ଦେହ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରବେଶ ପଥରେ ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ। ବାହାର ଲୋକ ଯେପରି ପୁରୀକୁ ପ୍ରବେଶ ନ କରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା...

କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ...

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ

କଟକ ଅଫିସ,୭।୬: ଆସନ୍ତା ଜୁନ୍‌ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ...

ରାଜଧାନୀରେ ଡବଲ ଏନ୍‌କାଉଣ୍ଟର, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍‌କାଉଣ୍ଟର...

ସ୍କୁଲ ରାସ୍ତାରେ ଆଣ୍ଠୁଏ ପାଣି

ନୂଆଗଡ଼,୨୦।୮: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସ୍କୁଲ ପଡ଼ିଆ ପାଲଟିଛି କୃତ୍ରିମ ପୋଖରୀ। ବିଦ୍ୟାଳୟ ସମ୍ମୁଖ ଆଣ୍ଠୁଏ ପାଣି ପଶି ସ୍କୁଲକୁ ଯାଉଛନ୍ତି ଛାତ୍ରୀଛାତ୍ର।...

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ...

ସୀମାନ୍ତରେ ୨ ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି,୧୬ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ୨ଟି ବୋମାକୁ ନିଷ୍କ୍ରିୟ କରି ଏକ ବଡଧରଣର ଅଘଟଣକୁ ଯବାନମାନେ...

ଘରୁ ବାହାରି ପାରୁନାହାନ୍ତି ୯ ପରିବାର

ବାହାନଗା, ୪।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମରେ ଥିବା ଗୋଚର ଜମି ଉପରେ ଏକ ରାସ୍ତାକୁ ଏକ ପରିବାର ପକ୍ଷରୁ...

Advertisement
Archives

Model This Week