ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସକୁ ଘେରିଲେ ଆକ୍ରମଣକାରୀ

ଥୁଆମୂଳ ରାମପୁର , ୯।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ତାରାଗାଁ(ପିତମାଣ୍ଡି)ରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଜଣେ ଆଦିବାସୀ ଯୁବତୀ ଓ ଅନୁସୂଚିତ ଜାତିର ଯୁବକଙ୍କ ପ୍ରେମ ବିବାହକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ କିଛି ଦିନ ହେବ ତିକ୍ତତା ଲାଗିରହିଥିଲା। ଏହି ତିକ୍ତତା ଶେଷରେ ଶୁକ୍ରବାର ରାତିରେ ହିଂସାର ରୂପ ନେଇଥିଲା।
ସୂଚନା ମୁତାବକ, ତାରାଗାଁରେ ପୂର୍ବରୁ ମଶାଣି ଜାଗା ଓ ସ୍କୁଲ ଜମିକୁ ନେଇ ଆଦିବାସୀ ଓ ଅନୁସୂଚିତ ଜାତିର ଲୋକଙ୍କ ମଧ୍ୟରେ ବିବାଦ ରହିଥିଲା। ତେବେ ଉକ୍ତ ପ୍ରେମ ବିବାହ ପରେ ଅନୁସୂଚିତ ଜାତିର କେତେଜଣ ବ୍ୟକ୍ତିଙ୍କ ମନ୍ତବ୍ୟକୁ ନେଇ କଥା ବିଗିଡ଼ିଥିଲା। ଶୁକ୍ରବାର ରାତିରେ ପ୍ରାୟ ୩୦୦ରୁ ଉଦ୍ଧର୍‌ବ ସଶସ୍ତ୍ର ଆଦିବାସୀ ଗୋଷ୍ଠୀ ଡମ୍ବ ପଡ଼ାରେ ଆକ୍ରମଣ କରିବା ସହ ଘରଭଙ୍ଗା ଓ ଆତଙ୍କ ଖେଳାଇଥିଲେ। ପ୍ରାଣ ଭୟରେ ଅନେକ ପରିବାର ଗାଁ ଛାଡ଼ି ଭବାନୀପାଟଣା ସମେତ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲେ। ଗୋଟିଏ ଡମ୍ବ ପରିବାର ଭୟରେ ନିଜ ଘର ଭିତରେ ବନ୍ଦୀ ହୋଇ ରହିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଦଳ ଗାଁକୁ ଯାଇଥିଲେ ହେଁ, ବିକ୍ଷୋଭକାରୀମାନେ ପୋଲିସକୁ ମଧ୍ୟ ଛାଡ଼ି ନଥିଲେ। ଏସଆଇ ସନ୍ତୋଷ କୁମାର ସେଠୀଙ୍କୁ ସେମାନେ ଘେରିଯାଇ ଗାଳିଗୁଲଜ କରିଥିଲେ। ପରେ AOSCF ରାଜ୍ୟ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ୱରେ ଗଙ୍ଗାଧର ଜାଲ, ଲିଙ୍ଗରାଜ ଆଜାଦ, ଅଗଷ୍ଟ ନାଏକ, ଡମ୍ବୁରୁଧର ମାଝୀ ଓ ସୁରେଶ ମାଝୀ ପ୍ରମୁଖ ପୀଡ଼ିତ ପରିବାରଙ୍କୁ ନେଇ ଏସ.ପି.ଙ୍କୁ ଭେଟିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଦର ଏସ.ଡି.ପି.ଓ. ନରେଶ କୁମାର ପ୍ରଧାନ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ ତାରାଗାଁରେ ପହଞ୍ଚିଥିଲେ। ଆଲୋଚନାରେ ST ସଂଘ ଜିଲା ସଭାପତି ସୁରେଶ ମାଝୀ, ବ୍ଲକ ସଭାପତି ସନାତନ ମାଝୀ, ଗୋପାଳପୁର ସରପଞ୍ଚ ବେଣୀ ମାଝୀ, କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀ ଓ ବ୍ଲକ ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନା ପରେ ଉଭୟ ପକ୍ଷ ଆଇନକୁ ହାତକୁ ନ ନେବାକୁ ସହମତି ପ୍ରକାଶ କରିଛନ୍ତି। ସଦର ଏସଡିପିଓ ନରେଶ କୁମାର ପ୍ରଧାନ ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଗାଁରେ ଶାନ୍ତି ଫେରିଥିଲେ ମଧ୍ୟ ପୋଲିସ ନଜରରେ ତାରାଗାଁ ରହିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

EVM ବଟନ ଉପରେ ଲାଗିଛି ଟେପ୍‌: ମମତାଙ୍କ ଭଣଜାଙ୍କ ଆସନରେ ହେରଫେର, ଭାଜପାର ଚାଞ୍ଚଲ୍ୟକର ଅଭିଯୋଗ

କୋଲକାତା,୨୯।୪: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଚାଲିଥିବା ଭୋଟିଂ ମଧ୍ୟରେ ପରସ୍ପର ବିରୋଧରେ ନିର୍ବାଚନୀ ଜାଲିଆତିର ଅଭିଯୋଗ ଲଗାଯାଉଛନ୍ତି ଟିଏମ୍‌ସି-ଭାଜପା। ମୁଖ୍ୟମନ୍ତ୍ରୀ ମମତା…

ରାଜପାଲଙ୍କୁ ବଡ଼ ବ୍ରେକ୍‌ ଦେଲେ ସଲମାନ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଫିଲ୍ମର ଶୁଟିଂ ମୁମ୍ବାଇରେ ଆରମ୍ଭ ହୋଇଛି। ବରିଷ୍ଠ ହାସ୍ୟ ଅଭିନେତା ରାଜପାଲ ଯାଦବ ମଧ୍ୟ ଏହି ପ୍ରୋଜେକ୍ଟରେ ଯୋଗ ଦେଇଛନ୍ତି।…

ଜିଲା ଦୌରାଜଜଙ୍କ ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ: ଏହି ସବୁ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ଓକିଲ

ପୁରୁଷୋତ୍ତମପୁର,୨୯।୪ (ସବିତା ମିଶ୍ର) : ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାଶ ବୁଧବାର ପୁରୁଷୋତ୍ତମପୁର କୋର୍ଟ ପରିଦର୍ଶନ କରିଛନ୍ତି । ଏହିଅବସରରେ ସେ ନୂତନ…

ଆଜି ସନ୍ଧ୍ୟାରେ ଆସିବ ଏକଜିଟ ପୋଲ: କେରଳ, ବଙ୍ଗଳା, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ କିଏ କରିବ ସରକାର?

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ…

ଲଭ-ସେକ୍ସ-ଧୋକା: ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ଯବାନ, ବିବାହ ପାଇଁ ଯୁବତୀ କହିବାରୁ…

ଦିଗପହଣ୍ଡି,୨୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ଯୁବତୀଙ୍କୁ ଲଭ ସେକ୍ସ ପରେ ପ୍ରତାରଣା ଅଭିଯୋଗରେ ନବରଙ୍ଗପୁର ସିଆରପିଏଫ କ୍ୟାମ୍ପରେ…

ଉତ୍ତର ପ୍ରଦେଶରୁ ମୋଦିଙ୍କ ବଡ଼ ବୟାନ, ପଶ୍ଚିମବଙ୍ଗ ଭୋଟିଂ ଭିତରେ ଚହଳ!

କୋଲକାତା,୨୯।୪: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ମତ…

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri