ମିଥ୍ୟା ସାକ୍ଷୀ ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୧୧ା୩: କୋର୍ଟରେ ମାମଲାର ବିଚାର ବେଳେ ମିଥ୍ୟା ସାକ୍ଷୀ ଦେବା ମହଙ୍ଗା ପଡ଼ିଛି। ଦୁଇ ସରକାରୀ କର୍ମଚାରୀଙ୍କ ସମେତ ୩ ଜଣଙ୍କ ନଁାରେ ମାମଲା ପାଇଁ ଭିଜିଲାନ୍ସ କୋର୍ଟରେ ପିଟିଶନ ରୁଜୁ ହୋଇଛି। ସେମାନେ ହେଲେ କୋଦଳା ଥାନା ମାଲବେଲପଡ଼ା ଗ୍ରାମର ରବୀନ୍ଦ୍ର ରାଉତ ଓ ଛତ୍ରପୁର ଏନ୍‌ଏସିର ତତ୍କାଳୀନ କେୟାରଟେକର୍‌ ପ୍ରଭାକର ବେହେରା। ସେହିପରି ଅନ୍ୟ ଏକ ମାମଲାର ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ। ଏମାନେ ବିଚାର ବେଳେ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଭିଜିଲାନ୍ସ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ବିରୋଧରେ ଏମ୍‌ସି ୬/୨୨ ଓ ୫/୨୨ରେ ଦୁଇଟି ମାମଲା ହୋଇଥିବା ପିପି ପଣ୍ଡା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୧୬ରେ ରବୀନ୍ଦ୍ର ବେହେରାଙ୍କ ଏକ ଘର ପଟ୍ଟା ପାଇଁ କୋଦଳା ତହସିଲ ଅଧୀନ ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ (ଆରଆଇ) ଏ.ଶ୍ରୀକାନ୍ତ ଦୋରାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଭିଜିଲାନ୍ସ କେସ୍‌ ନଂ ୩୪/୧୬ରେ ଆରଆଇ ଦୋରାଙ୍କୁ ଗିରଫ କରିଥିଲା। ସେ ସମୟରେ ରବୀନ୍ଦ୍ର ରାଉତ ଓ ପ୍ରଭାକର ବେହେରା ଥାନାରେ ଦେଇଥିବା ବୟାନ ଓ କୋର୍ଟରେ ଦେଇଥିବା ବୟାନ ବିଚାର ବେଳେ ତାକୁ ବଦଳାଇ ଦେଇଥିଲେ। ଫଳରେ ଅଭିଯୁକ୍ତ ଆରଆଇ ୨୦୨୧ ସେପ୍ଟେମ୍ବର ୩୦ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ପଞ୍ଚାୟତ ସୁନାଦେଇ ଗ୍ରାମର ୧୩ ଜଣ ହିତାଧିକାରୀଙ୍କୁ ଇନ୍ଦିରାଆବାସ ଯୋଜନାରେ ସରକାରୀ ଅନୁଦାନ ଦିଆଯାଇଥିଲା। ଏଥିରେ ଇନ୍ଦିରାଆବାସ ନିର୍ମାଣ କାମ କମ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ କନିଷି ସରପଞ୍ଚ ଉଷାରାଣୀ ସେଠୀ ଓ ପଞ୍ଚାୟତ ସମ୍ପାଦକ ଗୁଣମଣି ସାହୁଙ୍କ ନାମରେ ମାମଲା ହୋଇଥିଲା।
ସେହି ସମୟରେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ ଥିଲେ। ସମ୍ପୃକ୍ତ ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକଙ୍କ ନାମରେ ହୋଇଥିବା ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍କାଳୀନ ଗଞ୍ଜାମ ଜିଲାପାଳ ସଞ୍ଜୟ କୁମାର ସିଂଙ୍କଠାରୁ ଯେଉଁ ଅନୁମତି ଆଣି କୋର୍ଟରେ ଦାଖଲ କରିଥିଲେ ସେ ସମ୍ପର୍କରେ ବିଚାର ବେଳେ କିଛି କହି ନ ଥିଲେ। ଡିଏସ୍‌ପି ଚନ୍ଦ୍ରଭୂଷଣ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିଲେ। ଫଳରେ ବିଚାର ବେଳେ ଉପରୋକ୍ତ ଦୁଇ ଅଭିଯୁକ୍ତ ୨୦୨୧ ଅଗଷ୍ଟ ୬ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଏମ୍‌ସି କେସ୍‌ ରୁଜୁ କରିଛନ୍ତି ବୋଲି ପିପି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri