ମିଥ୍ୟା ସାକ୍ଷୀ ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୧୧ା୩: କୋର୍ଟରେ ମାମଲାର ବିଚାର ବେଳେ ମିଥ୍ୟା ସାକ୍ଷୀ ଦେବା ମହଙ୍ଗା ପଡ଼ିଛି। ଦୁଇ ସରକାରୀ କର୍ମଚାରୀଙ୍କ ସମେତ ୩ ଜଣଙ୍କ ନଁାରେ ମାମଲା ପାଇଁ ଭିଜିଲାନ୍ସ କୋର୍ଟରେ ପିଟିଶନ ରୁଜୁ ହୋଇଛି। ସେମାନେ ହେଲେ କୋଦଳା ଥାନା ମାଲବେଲପଡ଼ା ଗ୍ରାମର ରବୀନ୍ଦ୍ର ରାଉତ ଓ ଛତ୍ରପୁର ଏନ୍‌ଏସିର ତତ୍କାଳୀନ କେୟାରଟେକର୍‌ ପ୍ରଭାକର ବେହେରା। ସେହିପରି ଅନ୍ୟ ଏକ ମାମଲାର ତତ୍କାଳୀନ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ। ଏମାନେ ବିଚାର ବେଳେ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଭିଜିଲାନ୍ସ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଛନ୍ତି। ସେମାନଙ୍କ ବିରୋଧରେ ଏମ୍‌ସି ୬/୨୨ ଓ ୫/୨୨ରେ ଦୁଇଟି ମାମଲା ହୋଇଥିବା ପିପି ପଣ୍ଡା ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୧୬ରେ ରବୀନ୍ଦ୍ର ବେହେରାଙ୍କ ଏକ ଘର ପଟ୍ଟା ପାଇଁ କୋଦଳା ତହସିଲ ଅଧୀନ ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ (ଆରଆଇ) ଏ.ଶ୍ରୀକାନ୍ତ ଦୋରାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଭିଜିଲାନ୍ସ କେସ୍‌ ନଂ ୩୪/୧୬ରେ ଆରଆଇ ଦୋରାଙ୍କୁ ଗିରଫ କରିଥିଲା। ସେ ସମୟରେ ରବୀନ୍ଦ୍ର ରାଉତ ଓ ପ୍ରଭାକର ବେହେରା ଥାନାରେ ଦେଇଥିବା ବୟାନ ଓ କୋର୍ଟରେ ଦେଇଥିବା ବୟାନ ବିଚାର ବେଳେ ତାକୁ ବଦଳାଇ ଦେଇଥିଲେ। ଫଳରେ ଅଭିଯୁକ୍ତ ଆରଆଇ ୨୦୨୧ ସେପ୍ଟେମ୍ବର ୩୦ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ପଞ୍ଚାୟତ ସୁନାଦେଇ ଗ୍ରାମର ୧୩ ଜଣ ହିତାଧିକାରୀଙ୍କୁ ଇନ୍ଦିରାଆବାସ ଯୋଜନାରେ ସରକାରୀ ଅନୁଦାନ ଦିଆଯାଇଥିଲା। ଏଥିରେ ଇନ୍ଦିରାଆବାସ ନିର୍ମାଣ କାମ କମ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ କନିଷି ସରପଞ୍ଚ ଉଷାରାଣୀ ସେଠୀ ଓ ପଞ୍ଚାୟତ ସମ୍ପାଦକ ଗୁଣମଣି ସାହୁଙ୍କ ନାମରେ ମାମଲା ହୋଇଥିଲା।
ସେହି ସମୟରେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭିଜିଲାନ୍ସ ଡିଏସ୍‌ପି ଟି.ଚନ୍ଦ୍ରଭୂଷଣ ଥିଲେ। ସମ୍ପୃକ୍ତ ସରପଞ୍ଚ ଓ ପଞ୍ଚାୟତ ସମ୍ପାଦକଙ୍କ ନାମରେ ହୋଇଥିବା ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍କାଳୀନ ଗଞ୍ଜାମ ଜିଲାପାଳ ସଞ୍ଜୟ କୁମାର ସିଂଙ୍କଠାରୁ ଯେଉଁ ଅନୁମତି ଆଣି କୋର୍ଟରେ ଦାଖଲ କରିଥିଲେ ସେ ସମ୍ପର୍କରେ ବିଚାର ବେଳେ କିଛି କହି ନ ଥିଲେ। ଡିଏସ୍‌ପି ଚନ୍ଦ୍ରଭୂଷଣ କୋର୍ଟରେ ମିଥ୍ୟା ତଥ୍ୟ ଦେଇଥିଲେ। ଫଳରେ ବିଚାର ବେଳେ ଉପରୋକ୍ତ ଦୁଇ ଅଭିଯୁକ୍ତ ୨୦୨୧ ଅଗଷ୍ଟ ୬ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱାଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଭିଜିଲାନ୍ସ ପିପି ସୁରେନ୍ଦ୍ର ପଣ୍ଡା ଭିଜିଲାନ୍ସ କୋର୍ଟରେ ପୃଥକ୍‌ ଭାବେ ଦୁଇଟି ପିଟିଶନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଭିଜିଲାନ୍ସ ଜଜ୍‌ ଉପରୋକ୍ତ ଏମ୍‌ସି କେସ୍‌ ରୁଜୁ କରିଛନ୍ତି ବୋଲି ପିପି ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ: ଅଭିଯୁକ୍ତଙ୍କ ଘରେ ସିବିଆଇ

ବନ୍ତ,୧୬।୧୧(ଡି.ଏନ.ଏ.): ଅନ୍‌ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ମଙ୍ଗଳବାର ସିବିଆଇର ୫ଜଣିଆ...

ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର...

କଣ୍ଟ୍ରୋଲ ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ

ବୋଲଗଡ଼,୨୨ା୫(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ। ତେବେ ପ୍ରଶାସନର ସଚେତନତା ଅଭାବରୁ ହିତାଧିକାରୀମାନେ ଉକ୍ତ ଫର୍ଟିଫାଏଡ ଚାଉଳକୁ ପ୍ଲାଷ୍ଟିକ...

ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍‌ଡାଉନ ଯୋଗୁ ବହୁ...

ଜଗତସିଂହପୁରରେ ଭାରତ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଜଗତସିଂହପୁର ଅଫିସ୍‌, ୮।୧: ଜଗତସିଂହପୁରରେ ଭାରତ ବନ୍ଦ ଡାକରା ସଫଳ ହୋଇଛି। ବୁଧବାର ସକାଳୁ ଜିଲାର ଦୋକାନ ବଜାର ବନ୍ଦ ରହିଛି। କଂଗ୍ରେସ ଏବଂ ମିଳିତ...

ସ୍ମୃତିରକ୍ଷା ପାଇଁ ସମୟ ନାହିଁ

ଢେଙ୍କାନାଳ ଅଫିସ, ୨୨।୯: ବ୍ୟାସକବିଙ୍କୁ ବାଦ୍‌ ଦେଇ ଅସମ୍ପୂର୍ଣ୍ଣ ବାଣୀଭଣ୍ଡାର। ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ମହାନ୍‌ ଯୋଗଜନ୍ମାଙ୍କ କୀର୍ତ୍ତି, କୃତିତ୍ୱକୁ ଶବ୍ଦରେ...

ଅଗ୍ନିକାଣ୍ଡ: ୫ ପରିବାରଙ୍କ ୬ ବଖରା ଭସ୍ମୀଭୂତ

ଧରାକୋଟ, ୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ଗ୍ରାମପଞ୍ଚାୟତ ଡାକିବଜାର ଗ୍ରାମରେ ଗୁରୁବାର ବିଳମ୍ବିତ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ୫ ପରିବାରଙ୍କ...

ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ

କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।...

Advertisement
Archives

Model This Week